ମଦ ବିରୋଧରେ ତାତିଲେ ମହିଳା, ଦୋକାନ ଆସବାପତ୍ରରେ ନିଆଁ ଲଗାଇ ଦେଲେ

ମାର୍ଶାଘାଇ : ମଦ ବିରୋଧରେ ତାତିଲେ ମହିଳା । ସରକାରୀ ମଦ ଦୋକାନ ଉପରେ ଚଢଉ କଲେ ମହିଳା । କେନ୍ଦ୍ରାପଡା ଜାତୀୟ ରାଜପଥ ଓଲଡି ଛକରୁ କିଛି ଦୂରରେ ଥିବା ସରକାରୀ ମଦ ଦୋକାନକୁ ଠେଙ୍ଗା ବାଡି ଧରି ଘେରିଲେ ଶତାଧିକ ମହିଳା ।  ମଦ ଦୋକାନ ଆଗରେ ନିଆଁ ଲଗାଇ ପ୍ରତିବାଦ କଲେ । ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା ପରେ ସ୍ଥାନୀୟ ମହିଳାମାନେ ମଦଦୋକାନ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି । […] The post ମଦ ବିରୋଧରେ ତାତିଲେ ମହିଳା, ଦୋକାନ ଆସବାପତ୍ରରେ ନିଆଁ ଲଗାଇ ଦେଲେ appeared first on KNews Odisha.

ମଦ ବିରୋଧରେ ତାତିଲେ ମହିଳା, ଦୋକାନ ଆସବାପତ୍ରରେ ନିଆଁ ଲଗାଇ ଦେଲେ
Marsaghai

ମାର୍ଶାଘାଇ : ମଦ ବିରୋଧରେ ତାତିଲେ ମହିଳା । ସରକାରୀ ମଦ ଦୋକାନ ଉପରେ ଚଢଉ କଲେ ମହିଳା । କେନ୍ଦ୍ରାପଡା ଜାତୀୟ ରାଜପଥ ଓଲଡି ଛକରୁ କିଛି ଦୂରରେ ଥିବା ସରକାରୀ ମଦ ଦୋକାନକୁ ଠେଙ୍ଗା ବାଡି ଧରି ଘେରିଲେ ଶତାଧିକ ମହିଳା ।  ମଦ ଦୋକାନ ଆଗରେ ନିଆଁ ଲଗାଇ ପ୍ରତିବାଦ କଲେ । ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ଅସହ୍ୟ ହେବା ପରେ ସ୍ଥାନୀୟ ମହିଳାମାନେ ମଦଦୋକାନ ବିରୋଧରେ ମୋର୍ଚ୍ଚା ବାହାର କରିଛନ୍ତି ।

ଦୋକାନ ଆଗରେ ଥିବା ଆସବାପତ୍ରକୁ ନିଆଁ ଲଗାଇ ଦୋକାନକୁ ବନ୍ଦ କରିଦେଇଛନ୍ତି । ପୁରୁଷ ଓ ଯୁବକମାନେ ଯାହା ରୋଜଗାର କରୁଛନ୍ତି ସବୁ ଟଙ୍କାରେ ମଦ ପିଇ ନଷ୍ଟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିକ୍ଷୋଭକାରୀ ମହିଳା । ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇବା ପରେ ଡେରାବିଶ ପୋଲିସ ପହଞ୍ଚି ଉତ୍ତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିଥିଲା ।

 

The post ମଦ ବିରୋଧରେ ତାତିଲେ ମହିଳା, ଦୋକାନ ଆସବାପତ୍ରରେ ନିଆଁ ଲଗାଇ ଦେଲେ appeared first on KNews Odisha.