ମଦଭାଟି ଭାଙ୍ଗିଲା ପୁଲିସ

ପାଟଣା : ପାଟଣା ଥାନା ପୁଲିସ ପକ୍ଷରୁ ଆଜି ଏହି ଥାନା ଅଞ୍ଚଳ ବନବୀର ନଦୀକୂଳ ଇଲାକାରେ ଚାଲିଥିବା ଚୋରା ମଦଭାଟି ଉପରେ ଚଢ଼ାଉ କରାଯାଇଥିଲା। ୩ ଟି ମଦଭାଟି ପୁଲିସ ଭାଙ୍ଗିବା ସହ ୧୩ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି ପୁଲିସ। ମଦଭାଟିରେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଫେରାର ହୋଇ ଯାଇଥିବାବେଳେ ସେଠାରୁ ମଦରନ୍ଧା ସରଞ୍ଜାମ ଗୁଡିକ ଜବତ କରାଯାଇଛି। ଥାନାଧିକାରୀ ମାନସ କୁମାର ମହାକୁଡ଼,ଏଏସଆଇ ପଞ୍ଚମୀ ମହାନ୍ତ ଓ ଧନେଶ୍ୱର ପାତ୍ର […]

ମଦଭାଟି ଭାଙ୍ଗିଲା ପୁଲିସ

ପାଟଣା : ପାଟଣା ଥାନା ପୁଲିସ ପକ୍ଷରୁ ଆଜି ଏହି ଥାନା ଅଞ୍ଚଳ ବନବୀର ନଦୀକୂଳ ଇଲାକାରେ ଚାଲିଥିବା ଚୋରା ମଦଭାଟି ଉପରେ ଚଢ଼ାଉ କରାଯାଇଥିଲା। ୩ ଟି ମଦଭାଟି ପୁଲିସ ଭାଙ୍ଗିବା ସହ ୧୩ କୁଇଣ୍ଟାଲ ମହୁଲ ପୋଚ ନଷ୍ଟ କରିଛି ପୁଲିସ। ମଦଭାଟିରେ ଚଢ଼ାଉ ପୂର୍ବରୁ ମାଫିଆ ମାନେ ଫେରାର ହୋଇ ଯାଇଥିବାବେଳେ ସେଠାରୁ ମଦରନ୍ଧା ସରଞ୍ଜାମ ଗୁଡିକ ଜବତ କରାଯାଇଛି। ଥାନାଧିକାରୀ ମାନସ କୁମାର ମହାକୁଡ଼,ଏଏସଆଇ ପଞ୍ଚମୀ ମହାନ୍ତ ଓ ଧନେଶ୍ୱର ପାତ୍ର ପ୍ରମୁଖ ପୁଲିସ କର୍ମଚାରୀମାନେ ଚଢ଼ାଉରେ ସାମିଲ ଥିଲେ।