ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ

ପାରାଦୀପ : ଦ୍ରୁତ ଗତିରେ ଗାଡ଼ି ଆଣି ଲୋକଙ୍କ ଉପରେ ଚଢାଇ ଦେଲା । ଗୋଟିଏ ପରେ ଗୋଚିଏ ତିନିଟି ଦୋକାନ ଉପରେ ଗାଡ଼ି ଚଢାଇ ମାଟିରେ ମିଶାଇଦେଲା । ପାରାଦୀପରେ ଏଭଳି ଉନ୍ମତ୍ତକାଣ୍ଡ କରିଛି ମଦ୍ୟପ ଡ୍ରାଇଭର । ବେପାରୁଆ ଗାଡ଼ିଚାଳନାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ପାରାଦୀପ ସମୁଦ୍ର କୂଳରେ ସଂଧ୍ୟାରେ ଏଭଳି ଆତଙ୍କ ସୃଷ୍ଟି ହୋଉଥିଲା । ଜଣେ ମଦ୍ୟପ ଡ୍ରାଇଭର ନିୟନ୍ତ୍ରଣ ହରାଇ ଉଠା ଦୋକାନୀଙ୍କ […] The post ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ appeared first on KNews Odisha.

ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ
bolero

ପାରାଦୀପ : ଦ୍ରୁତ ଗତିରେ ଗାଡ଼ି ଆଣି ଲୋକଙ୍କ ଉପରେ ଚଢାଇ ଦେଲା । ଗୋଟିଏ ପରେ ଗୋଚିଏ ତିନିଟି ଦୋକାନ ଉପରେ ଗାଡ଼ି ଚଢାଇ ମାଟିରେ ମିଶାଇଦେଲା । ପାରାଦୀପରେ ଏଭଳି ଉନ୍ମତ୍ତକାଣ୍ଡ କରିଛି ମଦ୍ୟପ ଡ୍ରାଇଭର । ବେପାରୁଆ ଗାଡ଼ିଚାଳନାରେ ଦୁଇଜଣ ଗୁରୁତର ହୋଇଥିବା ବେଳେ ୬ଜଣ ଆହତ ହୋଇଛନ୍ତି । ପାରାଦୀପ ସମୁଦ୍ର କୂଳରେ ସଂଧ୍ୟାରେ ଏଭଳି ଆତଙ୍କ ସୃଷ୍ଟି ହୋଉଥିଲା । ଜଣେ ମଦ୍ୟପ ଡ୍ରାଇଭର ନିୟନ୍ତ୍ରଣ ହରାଇ ଉଠା ଦୋକାନୀଙ୍କ ଉପରେ ଚଢାଇ ଦେଇଛି ବୋଲେରୋ ଗାଡ଼ି ।

ସମୁଦ୍ର କୂଳ କାଠ ପୋଲ ନିକଟରେ ଥିବା ଗୁପଚୁପ, ମିକଶ୍ଚର , ମକା ଦୋକାନୀ ଓ ଆଇସକ୍ରିମ ଦୋକାନ ଉପରେ ଚଢାଇ ଦେଇ ସିରିଜ୍ ଦୁର୍ଘଟଣା ଘଟାଇଛି । ଏଥିରେ ୨ଜଣ ଗୁରୁତର ହେବା ସହ ୬ଜଣ ଉଠାଦୋକାନୀ ସାମାନ୍ୟ ଆହତ ହୋଇଛନ୍ତି । ଗୁରୁତରଙ୍କୁ ଅଠରବାଙ୍କି ମେଡିକାଲରେ ଭର୍ତ୍ତି କରାଯାଇଛି । ବୋଲେରୋ ଡ୍ରାଇଭରକୁ ଲୋକେ କାବୁ କରି ନିସ୍ତୁକ ମାଡ ମାରି ପୋଲିସର ଜିମା ଦେଇଛନ୍ତି । ମଦ୍ୟପ ଡ୍ରାଇଭରକୁ ଜଟାଧାରୀ ସାମୁଦ୍ରିକ ଥାନାରେ ଅଟକ ରଖି ପଚରାଉଚରା କରାଯାଉଛି । ଗାଡ଼ିରେ ଥିବା ଅନ୍ୟ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ସେମାନଙ୍କୁ ଧରିବାକୁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଛି ।

The post ମଦ୍ୟପ ଡ୍ରାଇଭରର ଉନ୍ମତ୍ତକାଣ୍ଡ, ଦୋକାନ ଉପରେ ଗାଡ଼ି ଚଢାଇ ଦେବାରୁ ୬ ଆହତ appeared first on KNews Odisha.