ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ।

କୋକସରା/୨୩/୦୪ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ର ପ୍ରାକୃତିକ ଓ ମନୋରମ ପରିବେଶ ମଧ୍ୟରେ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଓ ପୌରାଣିକ କଥା ବହନ କରୁଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ରେ ଗତ ୧୬ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି। ଏକ ସପ୍ତାହ ବ୍ୟାପି ଶ୍ରୀରାମ ନବମୀ ମହୋତ୍ସବ ରେ ଶ୍ରୀରାମ ନାମ […] The post ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ। appeared first on Odisha.News.

ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ।

କୋକସରା/୨୩/୦୪
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଡୁଡୁକାଠେଙ୍ଗା ପଞ୍ଚାୟତ ଅନ୍ତର୍ଗତ ସାହାଜଖୋଲ ଜଙ୍ଗଲ ର ପ୍ରାକୃତିକ ଓ ମନୋରମ ପରିବେଶ ମଧ୍ୟରେ ସ୍ଥିତ ପର୍ଯ୍ୟଟନ ସ୍ଥଳୀ ଗୁଡହାଣ୍ଡି ଡୋକାରିଚଞ୍ଚରା ଓ ପୌରାଣିକ କଥା ବହନ କରୁଥିବା ମଧୁ ମାଧବ ତୀର୍ଥକ୍ଷେତ୍ର ରେ ରେ ଗତ ୧୬ ତାରିଖ ରୁ ୨୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ ମଙ୍ଗଳବାର ଉଦଯାପିତ ହୋଇ ଯାଇଛି। ଏକ ସପ୍ତାହ ବ୍ୟାପି ଶ୍ରୀରାମ ନବମୀ ମହୋତ୍ସବ ରେ ଶ୍ରୀରାମ ନାମ ରେ ଗୁଞ୍ଜରିତ ହୋଇଥିଲା ଏହି ପାବନ ତୀର୍ଥକ୍ଷେତ୍ର।ପ୍ରତିଦିନ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ଜିଲ୍ଲା ତଥା ରାଜ୍ୟ ବାହାରୁ ମଧ୍ୟ ଶ୍ରଦ୍ଧାଳୁ ଙ୍କ ସମାଗମ ହୋଇଥିଲା। ମଧୁ ମାଧବ ତୀର୍ଥକ୍ଷେତ୍ର ରେ ରହିଛି ପ୍ରଭୁ ଶ୍ରୀରାମ ଙ୍କ ମନ୍ଦିର, ପୌରାଣିକ କଥାବସ୍ତୁ ଅନୁସାରେ ଯେତେବେଳେ ପ୍ରଭୁ ଶ୍ରୀରାମ ପିତୃ ସତ୍ୟ ରକ୍ଷା ପାଇଁ ୧୪ ବର୍ଷ ର ବନବାସ କରିଥିଲେ ସେହି ସମୟରେ କିଛି ସମୟ ଏହି ମଧୁ ମାଧବ ତୀର୍ଥକ୍ଷେତ୍ର ରେ ମାତା ସୀତା ଓ ଅନୁଜ ଲକ୍ଷ୍ମଣ ଙ୍କ ସହ ଅତିବାହିତ କରିଥିଲେ।ଯାହାର କିଛି ପଦ ଚିଂହ୍ନ ଆଜି ମଧ୍ୟ ପଥର ଦେହ ରେ ଖଦିତ ରହିଥିବା ନେଇ ଶାସ୍ତ୍ରବିଦ ମତ ପ୍ରକାଶ କରନ୍ତି। ଦିର୍ଘ ୫୨ ବର୍ଷ ହେବ ଏହି ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ପର୍ଯ୍ୟାୟ କ୍ରମେ ପାଳନ ହୋଇ ଆସୁଛି। ଏହି ମହୋତ୍ସବ କୁ ଗୁଡହାଣ୍ଡି ଉନ୍ନୟନ କମିଟି ପରିଚାଳନା କରି ଆସୁଥିବା ବେଳେ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଦର୍ଶନ।ପାଇଁ ସୁବ୍ୟବସ୍ଥା, ରହିବା,ଖାଇବା, ପାନୀୟଜଳ,ପାର୍କିଂ ବ୍ୟବସ୍ଥା ସୁଚାରୁ ରୁପେ କରା ଯାଇଥିଲା।ଜଙ୍ଗଲ ମଧ୍ୟରେ ଶ୍ରୀରାମ ନାମ ଗୁଞ୍ଜରିତ ହୋଇ ଏକ ଭାବ ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲ। ଶ୍ରୀରାମ ନବମୀ ମହୋତ୍ସବ ଅଵସର ରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଥିଲା।ଏକ ସପ୍ତାହ ଧରି ଆୟୋଜିତ ଶ୍ରୀରାମ ନବମୀ ମହୋତ୍ସବ କୁ ଗୁଡହାଣ୍ଡି ଉନ୍ନୟନ କମିଟିର ସଭାପତି ଭଦ୍ରେଶ୍ୱର ପାତ୍ର, କାର୍ଯ୍ୟକାରୀ ସଭାପତି ପୁଷ୍ପେନ୍ଦ୍ର ସିଂଦେଓ, ଉପ ସଭାପତି ଘନଶ୍ୟାମ ନାଏକ,ଐରି ନାଶନ ଚିନ୍ଦା, ସମ୍ପାଦକ ସୁଧୀର ପାତ୍ର,କାର୍ଯ୍ୟକାରୀ ସମ୍ପାଦକ ନିଳାମ୍ବର ନାଏକ, ଅଜିତ ପଟ୍ଟନାୟକ,କୋଷାଧ୍ୟକ୍ଷ ସୁରେଶ ଅଗ୍ରୱାଲ,କାର୍ଯ୍ୟକାରୀ କୋଷାଧ୍ୟକ୍ଷ ଆଦିତ୍ୟ ପଣ୍ଡା, ଦୁଷ୍ମନ୍ତ ପାଟ୍ଟଯୋଷୀ, ଚକାଡୋଳା ପାତ୍ର, ଜିତେନ୍ଦ୍ର ପ୍ରଧାନୀ, ଯତୀନ ମାଝୀ ଓ ଉନ୍ନୟନ ସମିତିର ସମସ୍ତ ସଦସ୍ୟ ସମେତ ମହିମା, ଘଣ୍ଟିଗୁଡା,ଡୁଡୁକାଠେଙ୍ଗା,ଖଲିଗଡ଼ ଗ୍ରାମର ସ୍ବେଛାସେବୀ ପୁରୁଷ,ମହିଳା ମାନେ ଶ୍ରଦ୍ଧାଳୁ ଙ୍କୁ ସେବା ଯୋଗାଇ ଥିଲେ।

The post ମଧୁ ମାଧବ ତୀର୍ଥକ୍ଷେତ୍ର ରେ ଶ୍ରୀରାମ ନବମୀ ମହୋତ୍ସବ ଉଦଯାପିତ। appeared first on Odisha.News.