ମଧୁମିତାଙ୍କ ଭଡା ଘରେ ପୋଲିସର ଛାନଭିନ,ଡାଏରୀ ଜବତ
ଭୁବନେଶ୍ୱର : ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା । ସ୍ୱାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ଧଉଳି ଥାନା ପୋଲିସ । ଗୁରୁବାର ଶ୍ରୀଧରଙ୍କୁ ନେଇ ମଧୁମିତାଙ୍କ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଭଡା ଘରେ ଯାଇ ଛାନଭିନ କରୁଛି ପୋଲିସ । ଭଡା ଘରୁ ମଧୁମିତାଙ୍କ ଡାଏରୀ ଜବତ ହୋଇଛି । ସ୍ୱାମୀଙ୍କ ପରକୀୟା ପ୍ରତି ନେଇ ସନ୍ଦେହ କରି ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡା । […]

ଭୁବନେଶ୍ୱର : ସାମ୍ବାଦିକା ମଧୁମିତା ପରିଡା ଆତ୍ମହତ୍ୟା ମାମଲା । ସ୍ୱାମୀ ଶ୍ରୀଧର ଜେନାଙ୍କୁ ଦିନିକିଆ ରିମାଣ୍ଡରେ ନେଇ ଜେରା କରୁଛି ଧଉଳି ଥାନା ପୋଲିସ । ଗୁରୁବାର ଶ୍ରୀଧରଙ୍କୁ ନେଇ ମଧୁମିତାଙ୍କ ଧଉଳି ଥାନା ଅନ୍ତର୍ଗତ ଇନ୍ଦିରା କଲୋନୀ ଭଡା ଘରେ ଯାଇ ଛାନଭିନ କରୁଛି ପୋଲିସ । ଭଡା ଘରୁ ମଧୁମିତାଙ୍କ ଡାଏରୀ ଜବତ ହୋଇଛି । ସ୍ୱାମୀଙ୍କ ପରକୀୟା ପ୍ରତି ନେଇ ସନ୍ଦେହ କରି ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡା ।
ସୂଚନାନୁସାରେ,ଗତ ୨୪ ତାରିଖ ରାତିରେ ସ୍ୱାମୀଙ୍କ ପରକୀୟା ପ୍ରତି ନେଇ ସନ୍ଦେହ କରି ବାପୁଜୀ ନଗର ରେଳଧାରଣକୁ ଡେଇଁ ଆତ୍ମହତ୍ୟା କରିଥିଲେ ସାମ୍ବାଦିକା ମଧୁମିତା ପରିଡା । ଏନେଇ ମଧୁମିତାଙ୍କ ପରିବାର ଲୋକେ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଦାୟୀ କରି ଖଣ୍ଡଗିରି ଥାନାରେ ମାମଲା ରୁଜୁ କରିଥିଲେ । ପୋଲିସ ସ୍ୱାମୀ ଶ୍ରୀଧର ଜେନାଙ୍କୁ ଗିରଫ କରିକୋର୍ଟ ଚାଲାଣ କରିଥିଲା । ସେପଟେ ମଧୁମିତାଙ୍କ ପରିବାର ଲୋକେ ଆଣିଥିବା ଅଭିଯୋଗକୁ ଖଣ୍ଡନ କରିଛନ୍ତି ଶ୍ରୀଧର । ସେ ପୂର୍ବରୁ ବିବାହିତ ଏବଂ ତାଙ୍କର ଛାଡପତ୍ର ହୋଇଥିଲା ବୋଲି ମଧୁମିତା ଓ ତାଙ୍କ ପରିବାର ପୂର୍ବରୁ ଜାଣିଥିବା କହିଛନ୍ତି ଶ୍ରୀଧର ।