ମଧୁମିତାଙ୍କ ମୃତ୍ୟୁ ମାମଲା: ଯେଉଁ ଦୁଇ ଯୁବତୀଙ୍କୁ ନେଇ ପରିବାରରେ ଉଠିଥିଲା ଝଡ଼, ଏବେ ପୋଲିସକୁ କରିବେ ସାମ୍ନା
ଭୁବନେଶ୍ବର,୨୬।୭: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ । ଏକ ଭିଡିଓ ଜାରି କରି ୨ ଜଣ ଯୁବତୀଙ୍କ ନାଁରେ ସେ ଅଭିଯୋଗ ଆଣିଥିଲେ । ଯେଉଁ ୨ ଜଣଙ୍କ ପାଇଁ ମଧୁମିତାଙ୍କ ପରିବାରରେ ଝଡ […] The post ମଧୁମିତାଙ୍କ ମୃତ୍ୟୁ ମାମଲା: ଯେଉଁ ଦୁଇ ଯୁବତୀଙ୍କୁ ନେଇ ପରିବାରରେ ଉଠିଥିଲା ଝଡ଼, ଏବେ ପୋଲିସକୁ କରିବେ ସାମ୍ନା appeared first on Dharitri Odia News.
ଭୁବନେଶ୍ବର,୨୬।୭: ସାମ୍ବାଦିକା ମଧୁମିତା ପରିଡାଙ୍କ ମୃତ୍ୟୁ ମାମଲାରେ ପୋଲିସ ତଦନ୍ତ ଜାରି ରଖିଛି। ତେବେ ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ତାଙ୍କ ଶେଷ ଭିଡିଓ ପୋଲିସକୁ ତଦନ୍ତରେ ଅନେକ ସାହାଯ୍ୟ କରିବ। ମୃତ୍ୟୁ ପୂର୍ବରୁ ମଧୁମିତା ସୋସିଆଲ ମିଡିଆରେ ତାଙ୍କର ବୟାନ ପୋଷ୍ଟ କରିଥିଲେ । ଏକ ଭିଡିଓ ଜାରି କରି ୨ ଜଣ ଯୁବତୀଙ୍କ ନାଁରେ ସେ ଅଭିଯୋଗ ଆଣିଥିଲେ । ଯେଉଁ ୨ ଜଣଙ୍କ ପାଇଁ ମଧୁମିତାଙ୍କ ପରିବାରରେ ଝଡ ଉଠିଥିଲା ସେମାନଙ୍କ ପରିଚୟ ପୋଲିସ ପାଇଛି। ଉଭୟଙ୍କୁ ଧଉଳି ଥାନା ପୋଲିସ ତଦନ୍ତ ପରିସରଭୁକ୍ତ କରିବ । ଧଉଳି ପୋଲିସ ଖୁବଶୀଘ୍ର ଉଭୟଙ୍କୁ ଡାକି ପଚରାଉଚରା କରିବ । ସେମାନଙ୍କଠାରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି ।
ଅନ୍ୟପକ୍ଷେ ମଧୁମିତାଙ୍କ ମୃତ୍ୟୁ ଘଟଣାରେ ସ୍ବାମୀ ଶ୍ରୀଧର ଜେନାଙ୍କୁ ଧଉଳି ପୋଲିସ ଗିରଫ କରିସାରିଛି ।
The post ମଧୁମିତାଙ୍କ ମୃତ୍ୟୁ ମାମଲା: ଯେଉଁ ଦୁଇ ଯୁବତୀଙ୍କୁ ନେଇ ପରିବାରରେ ଉଠିଥିଲା ଝଡ଼, ଏବେ ପୋଲିସକୁ କରିବେ ସାମ୍ନା appeared first on Dharitri Odia News.