ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା, ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ !
ବ୍ୟୁରୋ ରିପୋର୍ଟ: ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା। କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ। ସମ୍ଭାବ୍ଯ ଆକ୍ରମଣର... The post ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା, ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ ! appeared first on .
ବ୍ୟୁରୋ ରିପୋର୍ଟ: ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା। କୌଣସି ମୁହୂର୍ତ୍ତରେ ଇସ୍ରାଏଲ ଉପରେ ଆକ୍ରମଣ କରିପାରେ ଇରାନ। ସମ୍ଭାବ୍ଯ ଆକ୍ରମଣର ମୁକାବିଲା ଲାଗି ଦେଶର ତୁଙ୍ଗ ଅଧିକାରୀଙ୍କ ସହ ବୈଠକରେ ସ୍ଥିତି ସମୀକ୍ଷା କରିଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଦୁଇ ସପ୍ତାହ ତଳେ ସିରିଆର ଡାମାସ୍କସରେ ହୋଇଥିବା ଆକ୍ରମଣରେ ଇରାନର ଦୁଇ ଜଣ ତୁଙ୍ଗ କମାଣ୍ଡରଙ୍କ ମୃତ୍ଯୁ ପରେ ଉତକ୍ଷିପ୍ତ ହୋଇଥିଲା ଇରାନ। ଏହାରି ଭିତରେ ଇସ୍ରାଏଲ-ଲେବାନନ ସୀମାରେ ୪୦ରୁ ଅଧିକ ରକେଟ ଓ ମିସାଇଲ ମାଡ଼ ହୋଇଛି। ଏଥିରେ କାହାର କୌଣସି କ୍ଷୟକ୍ଷତି ହୋଇନାହିଁ। ଅଧିକାଂଶ ରକେଟକୁ ମଝି ଆକାଶରୁ ଧୂଳିସାତ କରିବାରେ ସଫଳ ହୋଇଛି ଆଇଡିଏଫ। ଇସ୍ରାଏଲ ଉପରେ ଇରାନର ସମ୍ଭାବ୍ଯ ଆକ୍ରମଣ ଲାଗି ଆମେରିକା ଆଲର୍ଟ ଜାରି କରିଛି।
ସେପଟେ ଇରାନ ଓ ଇସ୍ରାଏଲ ନ ଯିବା ଲାଗି ଭାରତୀୟଙ୍କୁ କେନ୍ଦ୍ର ବୈଦେଶିକ ବ୍ଯାପାର ମନ୍ତ୍ରାଳୟ ପରାମର୍ଶ ଦେଇଛି। ଏନେଇ ଜାରି କରାଯାଇଛି ବିଜ୍ଞପ୍ତି। ଅବିଳମ୍ବେ ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିବା ଲାଗି ଇରାନ ଓ ଇସ୍ରାଏଲରେ ରହୁଥିବା ଭାରତୀୟଙ୍କୁ ପରାମର୍ଶ ଦିଆଯାଇଛି। ସେଠାରେ ଯେଉଁମାନେ ବସବାସ କରୁଛନ୍ତି ସେମାନେ ଯଥେଷ୍ଟ ସତର୍କ ହେବା ଲାଗି ବି ପରାମର୍ଶ ଦିଆଯାଇଛି।
ଭାରତ ପରି ଫ୍ରାନସ ମଧ୍ଯ ନିଜ ଦେଶର ନାଗରିକଙ୍କ ଉଦ୍ଦେଶ୍ଯରେ ଗାଇଡଲାଇନ ଜାରି କରିଛି। ଯୁଦ୍ଧ ଚାଲିଥିବା ଅଞ୍ଚଳକୁ ନଯିବା ଲାଗି ପରାମର୍ଶ ଦିଆଯାଇଛି। ସେହିପରି ତେହେରାନକୁ ବିମାନ ଯିବା ଆସିବା ଉପରେ ରୋକ ଲଗାଇଛି ଜର୍ମାନ ଏୟାରଲାଇନ ଲୁଫାନସା। ସେପଟେ କେନ୍ଦ୍ରୀୟ ଗାଜାରେ ଇସ୍ରାଏଲର ଜୋରଦାର ଆକ୍ରମଣ ହୋଇଥିବା ସୂଚନା ମିଳିଛି।
The post ମଧ୍ଯପ୍ରାଚ୍ଯରେ ବଢୁଛି ଯୁଦ୍ଧର ଘନଘଟା, ଇସ୍ରାଏଲ ଉପରେ ଆକ୍ରମଣ କରିବ ଇରାନ ! appeared first on .