ମଧ୍ୟ-ପ୍ରାଚ୍ୟରେ ବଢୁଛି ଯୁଦ୍ଧର କଳାବାଦଲ; ଲେବାବନ୍ ପରେ ୟେମେନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍

ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। 

ମଧ୍ୟ-ପ୍ରାଚ୍ୟରେ ବଢୁଛି ଯୁଦ୍ଧର କଳାବାଦଲ; ଲେବାବନ୍ ପରେ ୟେମେନରେ ଇସ୍ରାଏଲ ଏୟାରଷ୍ଟ୍ରାଇକ୍

ମଧ୍ୟ-ପ୍ରାଚ୍ୟରେ ବଢୁଛି ଯୁଦ୍ଧର କଳାବାଦଲ। ଲେବାନନରେ ହିଜବୁଲ୍ଲା ଉପରେ ଘନଘନ ହମଲା ଭିତରେ ୟେମେନରେ ହୁତି ବିଦ୍ରୋହୀଙ୍କ ଉପରେ ଏୟାରଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍। ଇରାନ୍ ସମର୍ଥିତ ହୁତି ବିଦ୍ରୋହୀଙ୍କର ଠିକଣା ଉପରେ ଆକାଶମାର୍ଗରୁ ବର୍ଷିଛି ମିସାଇଲ, ରକେଟ।

ବିଶେଷ କରି ୟେମେନରେ ସେମାନଙ୍କର କବଜାରେ ଥିବା ପାୱାର ପ୍ଲାଣ୍ଟ ଓ ସିପୋର୍ଟକୁ ଟାର୍ଗେଟ କରିଛି ଇସ୍ରାଏଲ ଏୟାରଫୋର୍ସ। ସେସବୁ ହୁତି ବିଦ୍ରୋହୀଙ୍କ ପାଇଁ ଇରାନରୁ ଅସ୍ତ୍ରଶସ୍ତ୍ର ଯୋଗାଣ ପାଇଁ ପ୍ରମୁଖ ମାଧ୍ୟମ ଥିଲା। ଇସ୍ରାଏଲ୍ ଡିଫେନ୍ସ ଫୋର୍ସ, IDF ମୁଖ୍ୟ କହିଛନ୍ତି, ହୁତି ଆତଙ୍କୀଙ୍କ ପାଇଁ ଏହା ବାର୍ତ୍ତା ନୁହେଁ, ଆକ୍ସନ।

ଅଧିକ ପଢ଼ନ୍ତୁ: ସାମ୍ନାକୁ ଆସିଲା ଆଉ ଏକ ସୁଡ଼ଙ୍ଗ, ରହୁଥିଲେ ହମାସ ଆତଙ୍କୀ!!

ସେପଟେ ହୁତି ପକ୍ଷରୁ କୁହାଯାଇଛି ଯେ, ଇସ୍ରାଏଲ୍ ଏୟାରଷ୍ଟ୍ରାଇକରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୯ ଆହତ ହୋଇଛନ୍ତି। ଉତ୍ତର ଇସ୍ରାଏଲ୍ ଓ ହାଇଫା ଉପରେ ଇରାନ୍ ସମର୍ଥିତ ଆତଙ୍କବାଦୀ ସଂଗଠନ ହିଜବୁଲ୍ଲା ମିସାଇଲ୍ ମାଡ଼ କରିବା ପରେ ମଧ୍ୟପ୍ରାଚ୍ୟରେ ବଢିଛି ଟେନସନ୍। ହିଜବୁଲ୍ଲାକୁ ମୁହଁତୋଡ ଜବାବ ଦେବାକୁ ଯାଇ ଲେବାନନ ରାଜଧାନୀ ବେରୁତରେ ଘନଘନ ଏୟାରଷ୍ଟ୍ରାଇକ୍ କରିଥିଲା ଇସ୍ରାଏଲ୍। ଯେଉଁଥିରେ ହିଜବୁଲ୍ଲା ମୁଖ୍ୟ ହସନ୍ ନସରଲ୍ଲା ନିହତ ହୋଇଛି।

ମଧ୍ୟପ୍ରାଚ୍ୟରେ ଟେନସନ୍ ବଢୁଥିବା ବେଳେ ବଡ଼ ବୟାନ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍। ସେ କହିଛନ୍ତି, ମଧ୍ୟପ୍ରାଚ୍ୟରେ ଏକ ଅଲ ଆଉଟ୍ ୱାରକୁ ଏଡ଼ାଇବା ଆବଶ୍ୟକ। ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୂଙ୍କ ସହ କଥା ହେବ ବୋଲି କହିଛନ୍ତି ବାଇଡେନ୍।