ମଧ୍ୟପ୍ରଦେଶ: ଟ୍ରକ ଓ କାର୍ ଧକ୍କା, ୭ ମୃତ, ୧୪ ଆହତ

ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ସଞ୍ଜୟ ଗାନ୍ଧି, ରିଓ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଦୁର୍ଘଟଣା ସିଧି […] The post ମଧ୍ୟପ୍ରଦେଶ: ଟ୍ରକ ଓ କାର୍ ଧକ୍କା, ୭ ମୃତ, ୧୪ ଆହତ appeared first on KNews Odisha.

ମଧ୍ୟପ୍ରଦେଶ: ଟ୍ରକ ଓ କାର୍ ଧକ୍କା, ୭ ମୃତ, ୧୪ ଆହତ
accident

ମଧ୍ୟପ୍ରଦେଶ ସିଧି ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ରବିବାର ବିଳମ୍ବିତ ରାତିରେ ଶ୍ରଦ୍ଧାଳୁଙ୍କୁ ନେଇ ଯାଉଥିବା ଏକ ଗାଡ଼ି ସହିତ ଟ୍ରକ୍ ମୁହାଁମୁହିଁ ଧକ୍କା ହେବାରୁ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ଗୁରୁତରଙ୍କୁ ସଞ୍ଜୟ ଗାନ୍ଧି, ରିଓ୍ବା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସାମାନ୍ୟ ଆହତଙ୍କୁ ଜିଲ୍ଲା ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତେବେ ଦୁର୍ଘଟଣା ସିଧି ବହରି ରାସ୍ତାରେ ଉପନୀ ପେଟ୍ରୋଲ ପମ୍ପ ନିକଟରେ ରାତି ୨.୩୦ରେ ଘଟିଛି ।

ଦୁର୍ଘଟଣା ବିଷୟରେ ଖବର ପାଇ ପୋଲିସ ଏବଂ ଉଦ୍ଧାରକାରୀ ଦଳ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ । ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତରଙ୍କୁ ସେଠାରୁ ରେସକ୍ୟୁ କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସିଧି ଜିଲ୍ଲାରୁ କିଛି ଶ୍ରଦ୍ଧାଳୁ କାର୍‌ରେ ମେହର ମନ୍ଦିରକୁ ମୁଣ୍ଡନ ପାଇଁ ଯାଇଥିଲେ । ଏହି ସମୟରେ କାର୍‌କୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୪ଜଣ ଆହତ ହୋଇଛନ୍ତି । ତେବେ କେଉଁ କାରଣରୁ ଏକେ ବଡ଼ ଦୁର୍ଘଟଣା ହେଲେ ସ୍ଥାନୀୟ ପୋଲିସ ଯାଞ୍ଚ ଚଳାଇଛି । ଟ୍ରକ ଚାଳକକୁ ଗିରଫ କରି ପୋଲିସ ତଦନ୍ତ ଆରମ୍ଭ କରିଛନ୍ତି ।

ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଦୁଃଖ ପ୍ରକାଶ କରିବା ସହିତ ସମବେଦନା ଜଣାଇଛନ୍ତି । ଆହତମାନଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସୁବିଧା ଦିଆଯିବ ବୋଲି କହିଛନ୍ତି । ଏହାସହିତ ମ୍‌ତକଙ୍କ ପରିଜନକୁ ୨-୨ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ରାଶି, ଗୁରୁତରଙ୍କୁ ୧-୧ ଲକ୍ଷ ଟଙ୍କା ଏବଂ ସାମାନ୍ୟଙ୍କୁ ୫୦-୫୦ ଟଙ୍କା ରାଶି ଦେବାକୁ ଘୋଷଣା କରିଛନ୍ତି ।

Also Read : ପାଣି ଟାଙ୍କି ସଫା କରିବା ସମୟରେ ଶ୍ୱାସରୁଦ୍ଧ ହୋଇ ପାଞ୍ଚ ଜଣ ଶ୍ରମିକଙ୍କ ମୃତ୍ୟୁ

The post ମଧ୍ୟପ୍ରଦେଶ: ଟ୍ରକ ଓ କାର୍ ଧକ୍କା, ୭ ମୃତ, ୧୪ ଆହତ appeared first on KNews Odisha.