ମଧ୍ୟପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ
ନାଗପୁର, ୪ା୩ (ପି.ଟି.): ହିମାଂଶୁ ମନ୍ତ୍ରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସହାୟତାରେ ଏଠାରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି ମଧ୍ୟପ୍ରଦେଶ। ହିମାଂଶୁ ୨୬୫ ବଲ୍ ସାମ୍ନା କରି ୧୩ ଚୌକା ଓ ଗୋଟିଏ ଛକା ସହ ୧୨୬ ରନ କରିଥିଲେ। ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୭/୧ରୁ ଖେଳ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ୨୫୨ ରନ କରି ଅଲଆଉଟ ହେବା ସହ ୮୨ରନର ପ୍ରଥମ ଇନିଂସ […] The post ମଧ୍ୟପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ appeared first on Dharitri Odia News.
ନାଗପୁର, ୪ା୩ (ପି.ଟି.): ହିମାଂଶୁ ମନ୍ତ୍ରୀଙ୍କ ଧୈର୍ଯ୍ୟପୂର୍ଣ୍ଣ ଶତକ ସହାୟତାରେ ଏଠାରେ ଚାଲିଥିବା ବିଦର୍ଭ ବିପକ୍ଷ ରଣଜୀ ଟ୍ରଫି ସେମିଫାଇନାଲ ମ୍ୟାଚରେ ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଛି ମଧ୍ୟପ୍ରଦେଶ। ହିମାଂଶୁ ୨୬୫ ବଲ୍ ସାମ୍ନା କରି ୧୩ ଚୌକା ଓ ଗୋଟିଏ ଛକା ସହ ୧୨୬ ରନ କରିଥିଲେ। ପୂର୍ବଦିନର ଅସମାପ୍ତ ପ୍ରଥମ ଇନିଂସ ସ୍କୋର ୪୭/୧ରୁ ଖେଳ ଆରମ୍ଭ କରିଥିବା ମଧ୍ୟପ୍ରଦେଶ ୨୫୨ ରନ କରି ଅଲଆଉଟ ହେବା ସହ ୮୨ରନର ପ୍ରଥମ ଇନିଂସ ଅଗ୍ରଣୀ ଲାଭ କରିଥିଲା। ଜବାବରେ ବିଦର୍ଭ ଦଳ ଏହାର ଦ୍ୱିତୀୟ ଇନିଂସରେ ଦ୍ୱିତୀୟ ଦିନ ଖେଳ ଶେଷ ସୁଦ୍ଧା ଗୋଟିଏ ଉଇକେଟ ହରାଇ ୧୩ ରନ କରିଛି। ଦଳ ମଧ୍ୟପ୍ରଦେଶଠାରୁ ଆହୁରି ୬୯ରନ ପଛରେ ରହିଛି। ମଧ୍ୟପ୍ରଦେଶ ଇନିଂସରେ ମନ୍ତ୍ରୀଙ୍କ ପଛକୁ ଦ୍ୱିତୀୟ ସର୍ବାଧିକ ସ୍କୋର ସାରାଂଶ ଜୈନ ୩୦ ରନ କରିଥିଲେ।
ସଂକ୍ଷିପ୍ତ ସ୍କୋର
ବିଦର୍ଭ: ୧୭୦ ଓ ୧୩/୧। ମଧ୍ୟପ୍ରଦେଶ ପ୍ରଥମ ଇନିଂସ: ୨୫୨/ଅଲଆଉଟ (ହିମାଂଶୁ ମନ୍ତ୍ରୀ-୧୨୬, ସାରାଂଶ ଜୈନ-୩୦; ଉମେଶ ଯାଦବ-୩/୪୦, ୟଶ ଠାକୁର-୩/୫୧, ଅକ୍ଷୟ ଓ୍ବାଖାରେ-୨/୬୮)।
The post ମଧ୍ୟପ୍ରଦେଶ ପ୍ରଥମ ଇନିଂସ ଅଗ୍ରଣୀ appeared first on Dharitri Odia News.