ମଧ୍ୟପ୍ରଦେଶ ଶ୍ୟୋପୁରରେ ନୌକା ଦୁର୍ଘଟଣା, ସିପ ନଦୀରେ ଓଲଟିଲା ଡଙ୍ଗା, ୭ ମୃତ
ଶ୍ୟୋପୁର ୧।୬: ମଧ୍ୟପ୍ରଦେଶ ଶ୍ୟୋପୁରରୁ ଦୁଃଖଦ ଖବର ଆସୁଛି। ସିପ ନଦୀରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡିଛି। ଫଳରେ ନୌକାରେ ଯାତ୍ରା କରୁଥିବା ୭ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ନୌକା ଦୁର୍ଘଟଣା ସୂଚନା ପାଇ ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନ ଓ ଏସଡିଆରଏଫ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାରେ ଜଣେ ବି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିଜନଙ୍କ ନିମନ୍ତେ କ୍ଷତିପୂରଣ ଘୋଷଣା କରିଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣା ମାନପୁର ଥାନା ଅନ୍ତର୍ଗତ ସରୋଦା ଗାଁ ନିକଟରେ ହୋଇଛି। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ବେଳେ ହୋଇଥିଲା। ଲୋକେ ନୌକାରେ ନଦୀ ପାର ହେଉଥିବା ବେଳେ ଝଡ଼ ତୋଫାନ ଆସିଥିଲା। ଫଳରେ ମଝି ନଈରେ ନୌକା ଓଲଟି ପଡିଥିଲା। ଦୁର୍ଘଟଣା ବେଳେ ନୌକାରେ କେତେ ଲୋକ ଥିଲେ ତାହା ଜଣାପଡି ନାହିଁ। ତେବେ ଏକ ଶିଶୁ ସମେତ ୭ ଜଣଙ୍କ ଶବ ଉଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି। श्योपुर की सीप नदी में नाव पलटने से हुई दुर्घटना में कई अनमोल जिंदगियों के असामयिक निधन से अत्यधिक पीड़ा हुई।हादसे के तत्काल बाद मौके पर कलेक्टर व एसपी पहुंच गए तथा शासन की ओर से
ଶ୍ୟୋପୁର ୧।୬: ମଧ୍ୟପ୍ରଦେଶ ଶ୍ୟୋପୁରରୁ ଦୁଃଖଦ ଖବର ଆସୁଛି। ସିପ ନଦୀରେ ଏକ ଯାତ୍ରୀବାହୀ ନୌକା ଓଲଟି ପଡିଛି। ଫଳରେ ନୌକାରେ ଯାତ୍ରା କରୁଥିବା ୭ ଜଣ ନଦୀରେ ବୁଡ଼ି ପ୍ରାଣ ହରାଇଛନ୍ତି। ନୌକା ଦୁର୍ଘଟଣା ସୂଚନା ପାଇ ଘଟଣାସ୍ଥଳକୁ ଜିଲ୍ଲା ପ୍ରଶାସନ ଓ ଏସଡିଆରଏଫ ପହଞ୍ଚି ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ଦୁର୍ଘଟଣାରେ ଜଣେ ବି ଯାତ୍ରୀଙ୍କୁ ଜୀବିତ ଉଦ୍ଧାର କରାଯାଇ ପାରି ନାହିଁ। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଶୋକ ପ୍ରକଟ କରିବା ସହିତ ମୃତକଙ୍କ ପରିଜନଙ୍କ ନିମନ୍ତେ କ୍ଷତିପୂରଣ ଘୋଷଣା କରିଛନ୍ତି।
ସୂଚନା ଅନୁସାରେ ଦୁର୍ଘଟଣା ମାନପୁର ଥାନା ଅନ୍ତର୍ଗତ ସରୋଦା ଗାଁ ନିକଟରେ ହୋଇଛି। ଏହି ଦୁର୍ଘଟଣା ଅପରାହ୍ନ ପ୍ରାୟ ୪ଟା ବେଳେ ହୋଇଥିଲା। ଲୋକେ ନୌକାରେ ନଦୀ ପାର ହେଉଥିବା ବେଳେ ଝଡ଼ ତୋଫାନ ଆସିଥିଲା। ଫଳରେ ମଝି ନଈରେ ନୌକା ଓଲଟି ପଡିଥିଲା। ଦୁର୍ଘଟଣା ବେଳେ ନୌକାରେ କେତେ ଲୋକ ଥିଲେ ତାହା ଜଣାପଡି ନାହିଁ। ତେବେ ଏକ ଶିଶୁ ସମେତ ୭ ଜଣଙ୍କ ଶବ ଉଦ୍ଧାର ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଯାଦବ ପ୍ରତି ମୃତକଙ୍କ ପରିବାର ନିମନ୍ତେ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।
श्योपुर की सीप नदी में नाव पलटने से हुई दुर्घटना में कई अनमोल जिंदगियों के असामयिक निधन से अत्यधिक पीड़ा हुई।
हादसे के तत्काल बाद मौके पर कलेक्टर व एसपी पहुंच गए तथा शासन की ओर से मंत्री श्री @PradhumanGwl जी भी घटना स्थल पर पहुँच रहे हैं। SDRF की टीम घटनास्थल पर पहुंचकर राहत…— Dr Mohan Yadav (Modi Ka Parivar) (@DrMohanYadav51) June 1, 2024
ନୌକା ଦୁର୍ଘଟଣା ୪ଟା ବେଳେ ହୋଇଥିବା ବେଳେ ତହସିଲଦାର ସନ୍ଧ୍ୟା ୬ଟା ବେଳକୁ ଘଟଣାସ୍ଥଳକୁ ପହଞ୍ଚିଥିଲେ। ପରେ ଏସଡିଆରଏଫଙ୍କୁ ଡକାଯାଇଥିବା ବେଳେ ନଦୀରୁ ଲୋକଙ୍କ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ତେବେ ସେତେବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇ ସାରିଥିଲା। ଜିଲ୍ଲା ପ୍ରଶାସନ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ଉଦ୍ଧର ଶବଗୁଡିକୁ ହସ୍ପିଟାଲ ପହଞ୍ଚାଇଛି। ମଝି ନଈରେ ଏହି ଦୁର୍ଘଟଣା ଘଟିଥିଲା। ଏଣୁ ନଦୀରେ ଅଧିକ ପାଣି ଥିବାରୁ ସ୍ଥାନୀୟ ଲୋକେ ସାହାସ କରି ତୁରନ୍ତ ଉଦ୍ଧାରକାର୍ଯ୍ୟ ଆରମ୍ଭ କରିପାରିନଥିଲେ। ଫଳରେ ସମସ୍ତ ନୌକା ଯାତ୍ରୀ ପ୍ରାଣ ହରାଇଥିଲେ।