ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?

ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।

ମଧ୍ୟରାତ୍ରୀ ହେବାକୁ ଆଉ କେତେ ବାକି?

ମଧ୍ୟରାତ୍ରୀ ହେବାକୁ ଆଉ ମାତ୍ର ୮୯ ସେକେଣ୍ଡ ବାକି। ଏହି ବାକ୍ୟ ଲେଖିବା ଓ ଏହାର ଅର୍ଥ ବୁଝେଇବା ଭିତରେ ୮୯ ସେକେଣ୍ଡ ସରିଯିବ। ତା’ ମାନେ କ’ଣ ଏବେ ମଧ୍ୟରାତ୍ରୀ ହେବ? ଏବେ ଏଇ ଲେଖକର ଘଣ୍ଟାରେ ସନ୍ଧ୍ୟା ୫.୦୦ଟା। ନା, ସେପରି ହେବ ନାହିଁ।

ବୈଜ୍ଞାନିକମାନେ ତିଆରି କରିଥିବା ଏକ ଆଣବିକ ଘଣ୍ଟାରେ ଏହି ୮୯ ସେକେଣ୍ଡ ହିସାବ କରାଯାଉଛି। ସେହି ଘଣ୍ଟାକୁ କୁହାଯାଉଛି ଶେଷଦିନର ଘଣ୍ଟା। ଅର୍ଥାତ ଆଉ ୮୯ ସେକେଣ୍ଡ ପରେ ପୃଥିବୀର ଶେଷ ଦିନ ଆସିବ ବୋଲି ଆକଳନ କରାଯାଇଛି। ତେବେ ଏହି ୮୯ ସେକେଣ୍ଡ ଅନ୍ତର୍ଜାତାୟ ଗ୍ରେଗୋରିଆନ କ୍ୟାଲେଣ୍ଡର କିମ୍ବା ଆମ ଓଡ଼ିଆ ପାଞ୍ଜିରେ କେବେ ଆସିବ ତାହା ସଠିକ ଭାବେ କହି ହେବ ନାହିଁ। କାରଣ, ବୈଜ୍ଞାନିକମାନେ ପ୍ରାୟ ପ୍ରତିବର୍ଷ ସେହି ଶେଷ ଦିନ ପାଇଁ ଘଣ୍ଟାର କଣ୍ଟା ଆଗକୁ ପଛକୁ କରିବା କାମ ଜାରି ରହିଛି। ଯଦି ମଣିଷ ସମାଜ ବିଶେଷକରି ପୃଥିବାର ରାଜନେତା ଓ ଶିଳ୍ପପତି ତଥା ବ୍ୟବସାୟୀମାନେ ଗତିପଥ ପରିବର୍ତ୍ତନ ନକରନ୍ତି ତେବେ ଏହା ଖୁବ ଶୀଘ୍ର ଆସିପାରେ। ଆଉ ଯଦି ସେମାନେ ନିଜର କୃତକର୍ମ ପାଇଁ ଅନୁତାପ କରନ୍ତି ଓ ଗତିପଥ ପରିବର୍ତ୍ତନ କରନ୍ତି ତେବେ ସେହି ଶେଷ ଦିନ ଆଦୌ ନଆସିପାରେ ବି।

ଶେଷଦିବସର ଘଣ୍ଟା କ’ଣ?

ସେତେବେଳକୁ ଆଣବିକ ବୋମା ତିଆରି ହୋଇସାରିଥାଏ। ତାହାର ପ୍ରୟୋଗର ପରିଣାମ କ’ଣ ହେବ ତାହା ମଧ୍ୟ ଜଣାପଡ଼ିଥାଏ। ୧୯୪୫ ମସିହାରେ ଆମେରିକା ସେଥିରୁ ଦୁଇଟି ଜାପାନର ହିରୋସିମା ଓ ନାଗାସାକି ସହର ଉପରେ ପକାଇଥିଲା। ପରିଣାମ କ’ଣ ହେଲା ତାହା ଅନୁମାନ ନୁହେଁ, ଇତିହାସର କଥା ହୋଇରହିଛି। ରୁଷିଆ ଓ ଆମେରିକା ମଧ୍ୟରେ ଶୀତଳ ଯୁଦ୍ଧ ମଧ୍ୟ ଚାଲିଥାଏ। ବିଶ୍ୱରେ ଯେତେ ଆଣବିକ ଅସ୍ତ୍ରଶସ୍ତ୍ର ତିଆରି ହୋଇଥାଏ ତାହା ଯେ ପୃଥିବୀକୁ ଧ୍ୱଂସ କରିଦେବ ଏହା ଜଣାପଡ଼ିଥାଏ। ଏହି ଭୟଙ୍କର ଭବିଷ୍ୟତର ଆଶଙ୍କାରେ ଚିନ୍ତିତ ହୋଇପଡ଼ିଥିଲେ ବିଶିଷ୍ଟ ବୈଜ୍ଞାନିକ ଆଲବର୍ଟ ଆଇନଷ୍ଟାଇନ୍‌ ଓ ରବର୍ଟ ଓପନହେମରଙ୍କ ସମେତ ଅନେକ ପ୍ରମୁଖ ବୈଜ୍ଞାନିକ। ସେମାନେ ବିଶ୍ୱକୁ ଅଣବିକ ବିପଦ ସଂପର୍କରେ ସେଚତନ କରିବା ନିମନ୍ତେ ଡୁମସଡେ କ୍ଲକ୍‌ ବା ଶେଷଦିବସର ଘଣ୍ଟାର ପରିକଳ୍ପନା କରିଥିଲେ। ସେହି ସମୟରୁ ଏଯାବତ ବିଶ୍ୱର ପ୍ରତିନିଧି ସ୍ତରୀୟ ବୈଜ୍ଞାନିକମାନେ ପ୍ରତିବର୍ଷ ଏକାଠି ହୋଇ ବିପଦ କେତେ କାଳ ପାଖେଇଲା ତାହାର କଳଣା କରନ୍ତି ଓ ସେହି ଅନୁସାରେ ମଧ୍ୟରାତ୍ରୀ ଆଡ଼କୁ ଘଣ୍ଟାର କଣ୍ଟା ଆଗେଇ ନିଅନ୍ତି ବା ମଧ୍ୟରାତ୍ରୀଠାରୁ ଦୂରେଇ ନିଅନ୍ତି। ମଧ୍ୟରାତ୍ରୀ ହୋଇଗଲେ ପରଦିନ ଆରମ୍ଭ ଓ ତାହା ହିଁ ହେବ ଶେଷଦିନ। ମଧ୍ୟରାତ୍ରୀ ହୁଏ ରାତି ୧୨ଟାରେ।

ବୁଲେଟିନ୍‌ ଅଫ୍‌ ଆଟୋମିକ୍‌ ସାଇଣ୍ଟିଷ୍ଟସ ବା ଆଣବିକ ବୈଜ୍ଞାନିକମାନଙ୍କର ବୁଲେଟିନ ନାମକ ଏକ ସଂସ୍ଥା ଏହି କାମ କରିଚାଲିଛି। ଏହି ଘଣ୍ଟା ଯେଉଁ ଶେଷଦିବସର ସଂକେତ ଦିଏ ତାହା କେବଳ ଏକ ତାତ୍ତ୍ୱିକ ସମୟ, ଏକ କଳଣାର କଥା। ବିଶ୍ୱ ପ୍ରତି ରହିଥିବା ଆଣବିକ ବିପଦ ଭିତ୍ତିରେ ଏହା ଆରମ୍ଭ ହୋଇଥିଲା। ପରବର୍ତ୍ତୀ ସମୟରେ ବିଶ୍ୱ ପ୍ରତି ଅନ୍ୟାନ୍ୟ ବିପଦ ମଧ୍ୟ ଦେଖାଦେଲାଣି। ତନ୍ମଧ୍ୟରେ ବୈଶ୍ୱିକ ତାପନ, ପାଗ ପରିବର୍ତ୍ତନ, କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର, ଅପରିପୋଷଣୀୟ ଜୀବନଶୈଳୀ ଆଦି ରହିଛି। ଏହିସବୁର ପରିଣାମ ମଣିଷ ସମେତ ପୃଥିବୀକୁ ଧ୍ୱଂସ ଆଡ଼କୁ ଟାଣି ନେଉଛି। ଏହି ଟାଣିହେବାଟା କେତେ ଦ୍ରୁତ ବା ମନ୍ଥର ଗତିରେ ଚାଲିଛି ବୈଜ୍ଞାନିକମାନେ ପ୍ରତି ବର୍ଷ ତାହାର ଆକଳନ କରି ଶେଷଦିବସର ଘଣ୍ଟାର କଣ୍ଟାକୁ ଆଗକୁ ପଛକୁ ନିଅନ୍ତି। ଗତ ବର୍ଷ ସେମାନେ ମଧ୍ୟରାତ୍ରୀଠାରୁ ୯୦ ସେକେଣ୍ଡ ପଛରେ କଣ୍ଟା ରଖିଥିଲେ। ଏ ବର୍ଷ କଣ୍ଟା ଗୋଟେ ସେକେଣ୍ଡ ଆଗେଇଛି।

କିଏ ବୁଲାଏ ଘଣ୍ଟା କଣ୍ଟା?

ବୁଲେଟିନ୍‌ ଅଫ୍‌ ଆଟୋମିକ୍‌ ସାଇଣ୍ଟିଷ୍ଟସ ସଂସ୍ଥାର ସାଇନ୍ସ ଆଣ୍ଡ ସିକ୍ୟୁରିଟିଜ ବୋର୍ଡ ବା ବିଜ୍ଞାନ ଓ ସୁରକ୍ଷା ପରିଷଦ ପ୍ରତି ବର୍ଷ ଏକାଠି ହୋଇ ପୃଥିବୀ ପ୍ରତି ରହିଥିବା ବିପଦର ଆକଳନ କରିଥାନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ବିଭିନ୍ନ ବିଭାଗର ବୈଜ୍ଞାନିକ ଓ ଅନ୍ୟାନ୍ୟ କ୍ଷେତ୍ରର ପେସାଦାର। ଏବର୍ଷ ସେମାନେ ରୁଷ-ୟୁକ୍ରେନ୍‌ ଯୁଦ୍ଧରେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ରୁଷର ଧମକ, ପାଗ ପରିବର୍ତ୍ତନ, ପାରିବେଶିକ ବିପର୍ଯ୍ୟୟ, ଭୂ-ରାଜନୀତିକ ଉତ୍ତେଜନା, କୃତ୍ରିମ ବୁଦ୍ଧିମତ୍ତାର ଅପବ୍ୟବହାର, ଜୀବବିଜ୍ଞାନର ଅଗ୍ରଗତିରୁ ମିଳୁଥିବା ସୁବିଧାର ଅପବ୍ୟବହାର ଆଦି ବିପଦ ଆଶଙ୍କାର ଆକଳନ କରି ମଧ୍ୟରାତ୍ରୀ ଆଉ ଗୋଟେ ସେକେଣ୍ଡ ପାଖେଇଲା ବୋଲି ହିସାବ କରିଛନ୍ତି।