ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର ଅଭିଯୋଗ, ୪ ଶିକ୍ଷକଙ୍କୁ ଭିଜିଲାନ୍ସ ନୋଟିସ
ଫୁଲବାଣୀ: ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଫିରିଙ୍ଗିଆ ବ୍ଲକ ପିପଲମାଲ ଉଚ୍ଚ ବିଦ୍ୟାଳୟର ଚାରି ଜଣ ଶିକ୍ଷକଙ୍କୁ ନୋଟିସ କରିଛି ଭିଜିଲାନ୍ସ ବିଭାଗ। ଶିକ୍ଷକ ମାନେ ହେଲେ, ଅଶୋକ କୁମାର ମୁଦୁଲି, ଶରତ ଚନ୍ଦ୍ର ସାହୁ, ସନାତନ ସାହୁ ଓ ଲାଲୁ କହଁର। ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଅନୁଦାନ ଅର୍ଥ ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ […]

ଫୁଲବାଣୀ: ମଧ୍ୟାହ୍ନ ଭୋଜନ ଅର୍ଥ ହେରଫେର କରିଥିବା ଅଭିଯୋଗରେ ଫିରିଙ୍ଗିଆ ବ୍ଲକ ପିପଲମାଲ ଉଚ୍ଚ ବିଦ୍ୟାଳୟର ଚାରି ଜଣ ଶିକ୍ଷକଙ୍କୁ ନୋଟିସ କରିଛି ଭିଜିଲାନ୍ସ ବିଭାଗ। ଶିକ୍ଷକ ମାନେ ହେଲେ, ଅଶୋକ କୁମାର ମୁଦୁଲି, ଶରତ ଚନ୍ଦ୍ର ସାହୁ, ସନାତନ ସାହୁ ଓ ଲାଲୁ କହଁର। ସୂଚନା ଅନୁଯାୟୀ, ୨୦୧୯ରୁ ୨୦୨୧ ମଧ୍ୟରେ ବିଦ୍ୟାଳୟକୁ ଆସିଥିବା ମଧ୍ୟାହ୍ନ ଭୋଜନ ଓ ଅନ୍ୟାନ୍ୟ ଅନୁଦାନ ଅର୍ଥ ହେରଫେର ହୋଇଥିବା ନେଇ ଭିଜିଲାନ୍ସ ବିଭାଗ ନିକଟରେ ଅଭିଯୋଗ ହୋଇଥିଲା। ଅଭିଯୋଗ ମିଳିବା ପରେ ଭିଜିଲାନ୍ସ ବିଭାଗ ତଦନ୍ତ ଆରମ୍ଭ କରିଥିଲା। ଅଭିଯୋଗ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ସାତ ଦିନ ମଧ୍ୟରେ ଦାଖଲ କରିବା ପାଇଁ ନୋଟିସ ଦିଆଯାଇଛି। ଏ ସମ୍ପର୍କରେ ଫିରିଙ୍ଗିଆ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଥିବା ଭିଜିଲାନ୍ସ ଡିଏସପି ହେମନ୍ତ କୁମାର ମହାନ୍ତି ସୂଚନା ଦେଇଛନ୍ତି।