ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି

ଜଳେଶ୍ବର:  ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପଥ ଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୦  ପିଲା ଅସୁସ୍ଥ । ସେମାନଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବିଦ୍ୟାରାଣୀ ଦେ ନାମକ ଜଣେ ଛାତ୍ରୀର ଖାଦ୍ଯରେ ଏକ  ଝିଟିପିଟି ବାହାରିଥିଲା । ସେ ପାଚିକାକୁ ଏ ବିଷୟରେ ଜଣାଇବା ପରେ ପାଚିକା ଜଣକ ସେ ଝିଟିପିଟି ଫିଙ୍ଗି ଦେବାକୁ କହିଥିଲେ […] The post ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି appeared first on KNews Odisha.

ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି
ambulance

ଜଳେଶ୍ବର:  ବାଲେଶ୍ବର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ପଥ ଦୁର୍ଗା ପ୍ରାର୍ଥମିକ ବିଦ୍ୟାଳୟରେ ବିଷାକ୍ତ ମଧ୍ୟାହ୍ନ ଭୋଜନ ଖାଇ ୨୦  ପିଲା ଅସୁସ୍ଥ । ସେମାନଙ୍କୁ ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଆଜି ଛାତ୍ରଛାତ୍ରୀମାନେ ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ବିଦ୍ୟାରାଣୀ ଦେ ନାମକ ଜଣେ ଛାତ୍ରୀର ଖାଦ୍ଯରେ ଏକ  ଝିଟିପିଟି ବାହାରିଥିଲା ।

ସେ ପାଚିକାକୁ ଏ ବିଷୟରେ ଜଣାଇବା ପରେ ପାଚିକା ଜଣକ ସେ ଝିଟିପିଟି ଫିଙ୍ଗି ଦେବାକୁ କହିଥିଲେ । ବିଦ୍ଯାଳୟର ଅନ୍ଯ ସବୁ ଛାତ୍ରଛାତ୍ରୀମାନେ ସେହି ଖାଦ୍ୟ ଖାଇ ଘରକୁ ଆସିଥିଲେ । ତେବେ ଘରେ ପହଞ୍ଚିବାର କିଛି ସମୟ ପରେ ପ୍ରଥମେ ୩ ଜଣ ପିଲା ଅସୁସ୍ଥ ହୋଇ ପଡ଼ିଥିଲେ । ସେମାନଙ୍କୁ ପରିବାର ଲୋକେ  ବସ୍ତା ଡ଼ାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।

ପରେ ସନ୍ଧ୍ୟା ସମୟରେ ଆଉ ୧୭ ଜଣ ପିଲା ଅସୁସ୍ଥ ହୋଇ ପଡିବାରୁ ସେମାନଙ୍କୁ ମଧ୍ୟ ଆମ୍ବୁଲାନ୍ସ ସାହାଯ୍ଯରେ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି, ତେବେ ଛୁଟି ଖୋଲିବା ପରେ ବିଦ୍ଯାଳୟକୁ ପରିଷ୍କାର ପରିଚ୍ଛନ କରାଯାଇ ନଥିବାରୁ ଏମିତି ଘଟଣା ଘଟିଛି ବୋଲି ଅଭିଯୋଗ କରିଛନ୍ତି ଅଭିଭାବକ । ତେଣୁ ତୁରନ୍ତ ଶିକ୍ଷା ବିଭାଗ ଘଟଣାର ତଦନ୍ତ କରି ଦୃଢ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହୋଇଛି । ଖବର ପାଇ ଘଟଣାସ୍ଥଳରେ ଶିକ୍ଷାବିଭାଗର ବରିଷ୍ଠ ଅଧିକାରୀମାନେ ହସପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

The post ମଧ୍ୟାହ୍ନ ଭୋଜନ ଖାଇ ୨୦ ପିଲା ଅସୁସ୍ଥ, ଡ଼ାକ୍ତରଖାନାରେ ଭର୍ତ୍ତି appeared first on KNews Odisha.