ମଧ୍ୟାହ୍ନ ଭୋଜନର ଦର ୧ ଟଙ୍କା ବଢ଼ିଲା: ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟାହ୍ନ ଭୋଜନ ଦର ୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଆଜି ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଦୈନିକ ପଡି ମୂଲ୍ୟ ଉପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୧ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ […]

ମଧ୍ୟାହ୍ନ ଭୋଜନର ଦର ୧ ଟଙ୍କା ବଢ଼ିଲା: ଗଣଶିକ୍ଷା ବିଭାଗ ଜାରି କଲା ବିଜ୍ଞପ୍ତି
Mid Day Meal

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ମଧ୍ୟାହ୍ନ ଭୋଜନ ଦର ୧ ଟଙ୍କା ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଏନେଇ ଗତ ୧୪ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘୋଷଣା କରିଥିଲେ । ଆଜି ଗଣଶିକ୍ଷା ବିଭାଗ ତରଫରୁ ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନର ବଜାର ଦର ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଦୈନିକ ପଡି ମୂଲ୍ୟ ଉପରେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କ ପାଇଁ ୧ଟଙ୍କା ଲେଖାଏଁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ପିଲାମାନଙ୍କୁ ପୌଷ୍ଟିକ ଗରମ ରନ୍ଧା ଖାଦ୍ୟ ଯୋଗାଇ ଦେବା, ବିଦ୍ୟାଳୟରେ ପଢୁଥିବା ଛାତ୍ର ଛାତ୍ରୀମାନଙ୍କ ଉପସ୍ଥାନ ବୃଦ୍ଧି କରିବା, ସ୍କୁଲ ବାହାରେ ଥିବା ପିଲାମାନଙ୍କୁ ବିଦ୍ୟାଳୟ ପରିସରଭୁକ୍ତ କରିବା, ପିଲାମାନଙ୍କ କୁପୋଷଣ ଓ ପୁଷ୍ଟିହୀନତା ଦୂର କରିବା ପାଇଁ ପ୍ରାଧନମନ୍ତ୍ରୀ ପୋଷଣ ଶକ୍ତି ନିର୍ମାଣ (ପି.ଏମ୍. ପୋଷଣ) ଯୋଜନା କାର୍ଯ୍ୟକାରୀ ହେଉଛି । ରାଜ୍ୟର ୫୦ ହଜାରରୁ ଉର୍ଦ୍ଧ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ହାରାହାରୀ ୪୩ ଲକ୍ଷ ଛାତ୍ରଛାତ୍ରୀ ଏହି ମଧ୍ୟାହ୍ନ ଭୋଜନ ଯୋଜନାରେ ଉପକୃତ ହେଉଛନ୍ତି । ବର୍ତ୍ତମାନ ଏହି ଯୋଜନାରେ ସରକାର ପ୍ରତ୍ୟେକ ପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଟ ୫.୯୦ ଓ ଉଚ୍ଚପ୍ରାଥମିକ ଛାତ୍ରଛାତ୍ରୀଙ୍କ ପାଇଁ ଟ୮.୮୨ ଦୈନିକ ପଡି ମୂଲ୍ୟର ଖର୍ଚ୍ଚ ଧାର୍ଯ୍ୟ କରିଛନ୍ତି ।