ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ
କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ ବାଳିକା ଆଶ୍ରମରେ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ହେଉଥିବା ଜଣାପଡିଛି। ଏହି ଆଶ୍ରମରେ ଦୁର୍ନୀତି ଅନେକେ ଥର ହୋଇଥିବାରୁ ଜଣେ ପ୍ରଧାନ ଶିକ୍ଷକଙ୍କୁ ଭିଜିଲାନ୍ସ ଚଢାଉ କରି କୋର୍ଟ ଚାଲାଣ କରିଥିଲା ଏହି ଆଶ୍ରମରେ ଦୁଇଟି ମହିଳା ସୟଂ ସେବା ମହିଳା ଗ୍ରୁପକୁ ମଧ୍ୟାହ୍ନ ଓ ମେସର ଦାୟିତ୍ୱ […] The post ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ appeared first on Dharitri Odia News.
କେସିଙ୍ଗା,୧୬.୪(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଅଧମୁଣ୍ଡା ଗ୍ରାମ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟ, ଅନୁସୂଚିତ ଜନଜାତି,ଅନୁସୂଚିତ ଜାତି ଉନ୍ନୟନ ବିଭାଗର ବାଳକ ବାଳିକା ଆଶ୍ରମରେ ଅନ୍ତେବାସୀଙ୍କୁ ମଧ୍ୟାହ୍ନ ଭୋଜନରେ ବ୍ୟାପକ ଦୁର୍ନୀତି ହେଉଥିବା ଜଣାପଡିଛି। ଏହି ଆଶ୍ରମରେ ଦୁର୍ନୀତି ଅନେକେ ଥର ହୋଇଥିବାରୁ ଜଣେ ପ୍ରଧାନ ଶିକ୍ଷକଙ୍କୁ ଭିଜିଲାନ୍ସ ଚଢାଉ କରି କୋର୍ଟ ଚାଲାଣ କରିଥିଲା ଏହି ଆଶ୍ରମରେ ଦୁଇଟି ମହିଳା ସୟଂ ସେବା ମହିଳା ଗ୍ରୁପକୁ ମଧ୍ୟାହ୍ନ ଓ ମେସର ଦାୟିତ୍ୱ ପୂର୍ବ ବିଜେଡି ଶାସନ କାଳରୁ କାର୍ଯ୍ୟ ତୁଲାଇବାକୁ ଆଦେଶ ଦିଆ ଯାଇଛି। ମଧ୍ୟାହ୍ନ ଭୋଜନର ଦାୟିତ୍ୱ ତୁଲାଇବାକୁ ମା ମଙ୍ଗଳା ମହିଳା ଗ୍ରୁପ ଏବଂ ହଷ୍ଟେଲର ମେସର କାର୍ଯ୍ୟ ତୁଲାଇବାକୁ ମା ମହାମୟୀ ଗ୍ରୁପକୁ କସମେଟିକ ସାମଗ୍ରୀ ଯୋଗାଇବା ପାଇଁ ଦୀର୍ଘ ଦିନରୁ ଦାୟିତ୍ୱ ଦିଆଯାଇଛି।
ଏହି ଆଶ୍ରମରେ ବ୍ୟାପକ ଦୁର୍ନୀତି ହୋଇ ଥିବାରୁ ଜଣେ ପ୍ରଧାନ ଶିକ୍ଷକଙ୍କୁ ଭିଜିଲାନ୍ସ ଚଢ଼ାଉ କରି କୋର୍ଟ ଚାଲାଣ କରାଯାଇ ଥିଲା। ଉକ୍ତ ଆଦିବାସୀ ଆଶ୍ରମରେ ବୁଧବାର ୨୪୫ଜଣ ଛତ୍ରୀଛାତ୍ର ଉପସ୍ଥିତ ଥିଲେ। ମଧ୍ୟାହ୍ନ ଭୋଜନ ବାବଦକୁ ୩୩ କେଜି ଚାଉଳ, ଡାଲି ୧୦କେଜି, ଅଣ୍ଡା ତରକାରୀ ରାନ୍ଧିବା କଥା, କିନ୍ତୁ ୧୬କେଜିଚାଉଳ ରନ୍ଧା ଯାଇଥିଲା। ବାକି ୧୭କେଜି ଚାଉଳ ରନ୍ଧା ଯାଇ ନ ଯାଇ ଆତ୍ମସାତ କରାଯାଇଛି। ନିମ୍ନ ମାନର ତରକାରୀ ସହ ସିଝା ଅଣ୍ଡା ଦିଆ ଯାଉଛି। ବାଳିକା ହଷ୍ଟେଲରେ ୭୧ ଜଣ ଛାତ୍ରୀ ଏବଂ ବାଳକ ହଷ୍ଟେଲ ୧୫୬ଜଣ ବାଳକଙ୍କୁ ରୋଷେଇ କରିବାପାଇଁ ମା ମହାମୟୀ ଗ୍ରୁପ କୁ ଦାୟିତ୍ୱ ଦିଆ ଯାଇଛି। ଉକ୍ତ ଆଶ୍ରମର ଅନ୍ତେବାସୀଙ୍କୁ ମେନୁ ହିସାବରେ ଖାଦ୍ୟ ଦିଆ ଯାଉନାହିଁ। ନିମ୍ନ ମାନର ତରକାରୀ,ପାଣିଆ ଡାଲି ଓ ଜଳଖିଆ ଦିଆ ଯାଉଛି।
ପ୍ରଧାନ ଶିକ୍ଷକ ମହିଳା ଗ୍ରୁପ କୁ ଠିକ ଭାବେ ମଧ୍ୟାହ୍ନ ଭୋଜନ ଦେବା ପାଇଁ କହିଲେ ମଧ୍ୟ କର୍ଣ୍ଣାପାତ କରୁ ନାହାନ୍ତି ,ପୂର୍ବ ବିଜେଡ଼ି ଶାସନ କାଳରେ ଯେଉଁ ଭଳି ମଧ୍ୟାହ୍ନ ଭୋଜନ ଯୋଗାଉଥିଲେ ,ସେହିପରି ରୋଷେଇ କରି ଆସୁ ଥିବାର ପ୍ରଧାନ ଶିକ୍ଷକ ପ୍ରକାଶ କରିଥିଲେ।ଏହି ଆଶ୍ରମରେ ବିଦ୍ୟୁତ କାଟ ହେଲେ ଦିନ ତମାମ ପାନୀୟଜଳର ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି ଅନ୍ତେବାସୀ । ଏହି ଆଶ୍ରମରେ ୮ ଜଣ ଶିକ୍ଷକ ଓ ୪ଜଣ ଶିକ୍ଷୟତ୍ରୀ ଙ୍କୁ ନିଯୁକ୍ତି ଦିଆଯାଇଛି। ଏ ସଂକ୍ରାନ୍ତରେ ଉକ୍ତ ମହିଳା ଗ୍ରୁପ ର ସଭାନେତ୍ରୀ ସମ୍ପାଦିକାଙ୍କୁ ପଚାରିବାରୁ ପିଲାମାନେ ମଧ୍ୟାହ୍ନ ଖାଇବାକୁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି କହିଥିଲେ। ଏ ନେଇ ଉକ୍ତ ଆଶ୍ରମର ପ୍ରଧାନ ଶିକ୍ଷକ ଶତ୍ରୁଜିତ ପତିଙ୍କୁ ପଚାରିବାରୁ ମୁଁ ବହୁବାର ଉକ୍ତ ଗ୍ରୁପର ସଭାନେତ୍ରୀ ଓ ସମ୍ପାଦିକା ଙ୍କୁ ଅଭିଯୋଗ କଲେ ମଧ୍ୟ ମୋ କଥା କୁ କର୍ଣ୍ଣାପାତ କରୁ ନାହାନ୍ତି,ମୁଁ ବିଇଓଙ୍କୁ ଲିଖିତ ଅଭିଯୋଗ କରିବି ବୋଲି ପ୍ରକାଶ କରିଥିଲେ।
The post ମଧ୍ୟାହ୍ନ ଭୋଜନରେ ପିଲାଙ୍କୁ ପେଟପୁରା ଖାଦ୍ୟ ନ ଦେଇ ଚାଉଳ ବଳକାଇ ଆତ୍ମସାତ କରୁଛି ସୟଂସେବା ଗ୍ରୁପ appeared first on Dharitri Odia News.