ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା

ଭୁବନେଶ୍ୱର,୩ା୧୧: ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା ବୋଲି ରବିବାର କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଭାଜପା କହୁଛି ବିଜେଡିରୁ ୪୦ ପଳେଇ ଆସିବେ, ବିଜେଡି କହୁଛି ଭାଜପାରୁ ୩୦ ଆସିବେ। ଏସବୁ ମିଛ, ଖାଲି ମିଡିଆରେ ନାଁ ବାହାରିବା ପାଇଁ ଏମାନେ କହୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ବିଧାୟକମାନେ ଡଳ ଡେଇଁବା ଆଦୌ ଠିକ୍‌ ନୁହେଁ। ବିଜେଡିର ସିନିୟର ଲିଡର ଚାହୁଁନାହାନ୍ତି ଭାଜପା ତାଙ୍କ ସହ ମିଶୁ। ସେ ଚାହୁଁଛନ୍ତି ତାଙ୍କ ସହ […] The post ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା appeared first on Dharitri Odia News.

ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା

ଭୁବନେଶ୍ୱର,୩ା୧୧: ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା ବୋଲି ରବିବାର କହିଛନ୍ତି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି। ଭାଜପା କହୁଛି ବିଜେଡିରୁ ୪୦ ପଳେଇ ଆସିବେ, ବିଜେଡି କହୁଛି ଭାଜପାରୁ ୩୦ ଆସିବେ। ଏସବୁ ମିଛ, ଖାଲି ମିଡିଆରେ ନାଁ ବାହାରିବା ପାଇଁ ଏମାନେ କହୁଛନ୍ତି। ଏହା ଗଣତନ୍ତ୍ର ପ୍ରତି ଶୁଭଙ୍କର ନୁହେଁ। ବିଧାୟକମାନେ ଡଳ ଡେଇଁବା ଆଦୌ ଠିକ୍‌ ନୁହେଁ। ବିଜେଡିର ସିନିୟର ଲିଡର ଚାହୁଁନାହାନ୍ତି ଭାଜପା ତାଙ୍କ ସହ ମିଶୁ। ସେ ଚାହୁଁଛନ୍ତି ତାଙ୍କ ସହ କଂଗ୍ରେସ ମିଶୁ। ଏମାନେ ବାହାସ୍ଫୋଟ ମାରୁଛନ୍ତି। ମୁଁ ଯାହା କୁହେ ସତ କୁହେ। କିଛି ବିଧାୟକ ଚାହୁଁଛନ୍ତି କଂଗ୍ରେସକୁ ଆସିବା ପାଇଁ।

ଏହା ଭିତରେ ତାରା ଏକ ମଞ୍ଜ କଥା କହି ଦେଇଛନ୍ତି। ସେ କହିଛନ୍ତି, ଯାହା ବି ହେଉନା କାହିଁକି ବିଜେଡି-ଭାଜପା ସଂଘର୍ଷରେ ଆମର ଫାଇଦା। ପ୍ରଥମେ ମୁନ୍ନା ଖାଁ ଭାଜପାକୁ କହିବା, ପରେ ଜୟନାରାୟଣ ମିଶ୍ର ମୁନ୍ନାଙ୍କୁ ଟାର୍ଗେଟ୍‌ କରି କହିବା ଏବଂ ଏବେ ପୁଣି ତାରାଙ୍କ ମନ କଥା ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି।

ବିଜେଡି ଖୁବ୍‌ଶୀଘ୍ର କ୍ଷମତାକୁ ଆସିବ ବୋଲି ବିଜେଡି ରାଜ୍ୟ ସଭା ଏମ୍‌ପି ମୁନ୍ନା ଖାଁ କହିଥିବା ବେଳେ ତାଙ୍କୁ କଡ଼ା ଜବାବ ଦେଇଛନ୍ତି ଭାଜପା ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି, ମୁନ୍ନା ଖାଁ ଦିନରେ ସ୍ବପ୍ନ ଦେଖୁଛନ୍ତି, ସେ ଚେଇଁକି ସ୍ବପ୍ନ ଦେଖୁଛନ୍ତି। ଖୁବ୍‌ଶୀଘ୍ର କ’ଣ ଆଗାମୀ ଦଶନ୍ଧି ଯାଏ ବି ବିଜେଡି କ୍ଷମତାକୁ ଆସିପାରିବ ନାହିଁ। ଦୁଇ ନେତାଙ୍କ ଏପରି  କଥା ରାଜନୈତିକ ମହଲରେ ହଲଚଲ୍‌ ସୃଷ୍ଟି କରିଛି।

ମୁନ୍ନା ଖାଁ କହିଥିଲେ, ବିଜେଡି ସରକାରକୁ ଆସିବା ପାଇଁ ଆମକୁ ୫ ବର୍ଷ ଯାଏ ଅପେକ୍ଷା କରିବାକୁ ପଡ଼ି ନ ପାରେ। ଭାଜପା ପାଖରେ ପ୍ରାର୍ଥୀ ନ ଥିଲେ। ଆମର ଅଧିକାଂଶ ଲୋକ ସେଠି ଅଛନ୍ତି ।

ସେ ଆହୁରି ମଧ୍ୟ କହିଥିଲେ, ମୁଁ ସଭାରେ କହିଛି ଭାଜପା ବିଧାୟକ ବିଜେଡି ସହ ଲିଙ୍କ୍‌ରେ ଅଛନ୍ତି । ମିଡିଆ ସାମ୍ନାରେ କିଛି କହିନାହିଁ। ଯାହା କହିଛି କର୍ମୀଙ୍କୁ କହିଛି। ଏହା ଆମର ରଣନୀତି। ମୁଁ ଏହାକୁ ମିଡିଆ ସାମ୍ନାରେ କହିପାରିବିନି। ସମୟକୁ ଅପେକ୍ଷା କରନ୍ତୁ ବୋଲି ସେ କହିଛନ୍ତି।

ନିର୍ବାଚନ ପୂର୍ବରୁ ବିଜେଡି ଛାଡି ୨୨ ନେତା ଭାଜପାରେ ଯୋଗ ଦେଇଥିଲେ। ଏବେ ସେମାନେ ଭାଜପା ଟିକେଟ ପାଇ ବିଧାୟକ ହୋଇଛନ୍ତି। ସେଥିରୁ ୧୪ ବିଧାୟକ ଏବେ ବିଜେଡି ଲିଙ୍କ୍‌ରେ ଅଛନ୍ତି।

ସେ ଆହୁରି କହିଛନ୍ତି, ଭାଜପା ନିର୍ବାଚନରେ ଯାହା ପ୍ରତିଶ୍ରୁତି ଦେଇଥିଲା ପୂରଣ କରିବାରେ ବିଫଳ ହୋଇଛି। ତେଣୁ ଆଜି ଯଦି ନିର୍ବାଚନ ହେବ ତେବେ ବିଜେଡିକୁ ୧୦୦ ସିଟ ମିଳିବା ନିଶ୍ଚିତ। କାରଣ ଏବେ ମଧ୍ୟ ୯୦ପ୍ରତିଶତ ବ୍ଲକ ଏବଂ ଜିଲା ପରିଷଦ ବିଜେଡି ଦଖଲରେ ହିଁ ରହିଛି।

The post ମନ କଥା କହିଦେଲେ ତାରା, ଭାଜପା-ବିଜେଡି ସଂଘର୍ଷରେ ଆମର ଫାଇଦା appeared first on Dharitri Odia News.