ମନଇଚ୍ଛା ଆଣ୍ଟିବାୟୋଟିକ୍ ଖାଇବେନି ରୋଗୀ, ଡାକ୍ତରଙ୍କ ବିନା ପରାମର୍ଶରେ ବ୍ୟବହାର ମନା
ଭୁବନେଶ୍ୱର ୨୨/୧୧: ମନଇଚ୍ଛା ଆଣ୍ଟିବାୟୋଟିକ୍ ଔଷଧ ବ୍ୟବହାର ରୋଗୀଙ୍କ ପାଇଁ ସାଜୁଛି ଘାତକ । ସାଧାରଣ ଥଣ୍ଡା, ଜ୍ୱରରେ ଔଷଧ ଖାିବା ଉଚିତ୍ ନୁହେଁ ବୋଲି ଚେତାଇଛନ୍ତି ବିଷେଷଜ୍ଞ । ବିଷେଷଜ୍ଞ ଆହୁରି କହିଛନ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ଶିଶୁଙ୍କୁ ଔଷଧ ଦିଅନ୍ତୁ ନାହିଁ । ସହରଠାରୁ ଗ୍ରାମାଞ୍ଚଳ ସବୁଠି ମନଇଚ୍ଛା ଆଣ୍ଟିବାୟୋଟିକ୍ ବ୍ୟବହାର ହେଉଛି । ଆଣ୍ଟିବାୟୋଟିକ୍ ଔଷଧ ଯାହା ଶରୀରରେ ଜୀବାଣୁ, ଭୂତାଣୁ ଆଦି ସଂକ୍ରମଣଟକୁ ପ୍ରତିହତ କରିଥାଏ । ସାଧାରଣ ଥଣ୍ଡା, ଜ୍ୱର ଓ କାଶରେ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଲୋକଙ୍କୁ ଏଭଳି ଔଷଧ ବ୍ୟବହାର ନକରିବାକୁ ସଚେତନ କରିବା ନିମନ୍ତେ ରାଜ୍ୟର ୩୦ ଜିଲ୍ଲାରେ ଚଳିତ ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାର ବ୍ୟବହାର ନେଇ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ୩୦ ଜିଲ୍ଲାରେ ଡାକ୍ତରମାନେ ବିଭିନ୍ନ ବ୍ଲକ୍ ଓ ହସ୍ପିଟାଲ୍ରେ ଏହାର ବ୍ୟବହାର ଉପରେ କୁପରିଣାମ ଉପରେ ବୁଝାଉନ୍ତି । ଏସସିବି ମେଡିକାଲ କଲେଜଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ମଧ୍ୟ ସଚେତନତା ବାର୍ତ୍ତା ଜାରି ରହିଛି । କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମ୍ ପ୍ରଫେସର ପ୍ରେମକାନ୍ତ ମହାନ୍ତି କହିଛନ୍ତି, ବିନା ଡାକ୍ତର ପରାମର୍ଶରେ ମନଇଚ୍ଛା ଆଣ୍ଟିବାୟୋଟିକ୍ ବ୍ୟବହାର କଲେ ପରବର୍ତ୍ତୀ ସମୟରେ ତାହା ଶରୀରରେ ଆଉ କାମ କରେ
ଭୁବନେଶ୍ୱର ୨୨/୧୧: ମନଇଚ୍ଛା ଆଣ୍ଟିବାୟୋଟିକ୍ ଔଷଧ ବ୍ୟବହାର ରୋଗୀଙ୍କ ପାଇଁ ସାଜୁଛି ଘାତକ । ସାଧାରଣ ଥଣ୍ଡା, ଜ୍ୱରରେ ଔଷଧ ଖାିବା ଉଚିତ୍ ନୁହେଁ ବୋଲି ଚେତାଇଛନ୍ତି ବିଷେଷଜ୍ଞ । ବିଷେଷଜ୍ଞ ଆହୁରି କହିଛନ୍ତି ଡାକ୍ତରଙ୍କ ବିନା ପରାମର୍ଶରେ ଶିଶୁଙ୍କୁ ଔଷଧ ଦିଅନ୍ତୁ ନାହିଁ । ସହରଠାରୁ ଗ୍ରାମାଞ୍ଚଳ ସବୁଠି ମନଇଚ୍ଛା ଆଣ୍ଟିବାୟୋଟିକ୍ ବ୍ୟବହାର ହେଉଛି । ଆଣ୍ଟିବାୟୋଟିକ୍ ଔଷଧ ଯାହା ଶରୀରରେ ଜୀବାଣୁ, ଭୂତାଣୁ ଆଦି ସଂକ୍ରମଣଟକୁ ପ୍ରତିହତ କରିଥାଏ ।
ସାଧାରଣ ଥଣ୍ଡା, ଜ୍ୱର ଓ କାଶରେ ଏହି ଔଷଧ ବ୍ୟବହାର କରିବା ଉଚିତ ନୁହେଁ । ତେଣୁ ଲୋକଙ୍କୁ ଏଭଳି ଔଷଧ ବ୍ୟବହାର ନକରିବାକୁ ସଚେତନ କରିବା ନିମନ୍ତେ ରାଜ୍ୟର ୩୦ ଜିଲ୍ଲାରେ ଚଳିତ ମାସ ୧୮ରୁ ୨୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛି ସ୍ୱାସ୍ଥ୍ୟ ବିଭାଗ । ଏହାର ବ୍ୟବହାର ନେଇ ତୃଣମୂଳସ୍ତରରେ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି । ୩୦ ଜିଲ୍ଲାରେ ଡାକ୍ତରମାନେ ବିଭିନ୍ନ ବ୍ଲକ୍ ଓ ହସ୍ପିଟାଲ୍ରେ ଏହାର ବ୍ୟବହାର ଉପରେ କୁପରିଣାମ ଉପରେ ବୁଝାଉନ୍ତି ।
ଏସସିବି ମେଡିକାଲ କଲେଜଠାରୁ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍ରେ ମଧ୍ୟ ସଚେତନତା ବାର୍ତ୍ତା ଜାରି ରହିଛି । କ୍ୟାପିଟାଲ ହସ୍ପିଟାଲ ପିଜିଆଇଏମ୍ ପ୍ରଫେସର ପ୍ରେମକାନ୍ତ ମହାନ୍ତି କହିଛନ୍ତି, ବିନା ଡାକ୍ତର ପରାମର୍ଶରେ ମନଇଚ୍ଛା ଆଣ୍ଟିବାୟୋଟିକ୍ ବ୍ୟବହାର କଲେ ପରବର୍ତ୍ତୀ ସମୟରେ ତାହା ଶରୀରରେ ଆଉ କାମ କରେନି । ଅର୍ଥାତ ରୋଗ ସୃଷ୍ଟିକାରୀ ଜୀବାଣୁଙ୍କୁ ମାରି ପାରେନି, ରେଜିଷ୍ଟାଣ୍ଟ ହୋଇଯାଏ । ଏହା ବର୍ତ୍ତମାନ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇ ଦେଇଛି । ଔଷଧ ଦୋକାନୀ, କ୍ୱାକ୍ ଓ କିଛି ଫାର୍ମାସିଷ୍ଟ ମନଇଚ୍ଛା ଔଷଧ ଦେଇ ଦିଅନ୍ତି ।
ଏ ଦିଗରେ ସଚେତନତା ସୃଷ୍ଟି କରାଯିବାର ଆବଶ୍ୟକତା ରହିଛି । ଭୁବନେଶ୍ୱର ଏମ୍ସ ପ୍ରଫେସର ଡା. ରଶ୍ଚିରଞ୍ଜନ ଦାସ କହିଛନ୍ତି, ସରକାର ନିୟମ କରିଛନ୍ତି ଡାକ୍ତରଙ୍କ ଔଷଧ ଚିଠା ନଥିଲେ ଆଣ୍ଟିବାୟୋଟିକ୍ ଔଷଧ କେହି ଦେଇପାରିବେ ନାହିଁ । ମାତ୍ର ଏହି ନିୟମ ପାଳନ ହେଉନି । ବର୍ତ୍ତମାନ ସବୁଠାରୁ ବଡ଼ ବିପଦ ଦେଖା ଦେଉଛି ଛୋଟ ପିଲାଙ୍କ କ୍ଷେତ୍ରରେ ।
ପିତାମାତାମାନେ ଡାକ୍ତରଙ୍କ ପରାମର୍ଶ ନନେଇ ଔଷଧ ଦୋକାନରୁ ଔଷଧ ଆଣି ଶିଶୁଙ୍କୁ ଦେଉଛନ୍ତି । ତେଣୁ ବହୁ ଶିଶୁ ଗୁରୁତର ଅବସ୍ଥାରେ ଆମ ପାଖକୁ ଆସୁଛନ୍ତି । ରକ୍ତ ପରୀକ୍ଷା ବା ଅନ୍ୟାନ୍ୟ ପରୀକ୍ଷା ନିରୀକ୍ଷା ପରେ ରୋଗୀର ଅବସ୍ଥା ଦେଖି ଡାକ୍ତର ଆଣ୍ଟିବାୟୋଟିକ୍ ଔଷଧ ଲେଖନ୍ତି । ଏହି କ୍ଷେତ୍ରରେ ତୃଣମୂଳସ୍ତରରେ ସଚେତନତା ଆବଶ୍ୟକ ବୋଲି ସେ ମତ ଦେଇଛନ୍ତି ।