ମନମୋହନ ସିଂହ କେବେ ହୋଇଥିଲେ ଆରବିଆଇ ଗଭର୍ଣ୍ଣର ? ଏହି ବଡ ବଡ ପଦବୀରେ କରିଛନ୍ତି କାମ…
ନୂଆଦିଲ୍ଲୀ ୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଡ଼ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଗତ କିଛି ବର୍ଷ ଧରି ହୃଦଘାତରେ ପୀଡିତ ଥିଲେ ଏବଂ ଅନେକ ଥର ତାଙ୍କର ବାଇପାସ୍ ସର୍ଜରୀ ମଧ୍ୟ ହୋଇଥିଲା । କିନ୍ତୁ ଜାଣନ୍ତି କି ନିଜ ଜୀବନକାଳ ମଧ୍ୟରେ ମନମୋହନ ସିଂ କେଉଁ ବଡ ପଦବୀରେ ରହିଥିଲେ । ଆସନ୍ତୁ ଜାଣିବା…ଡ଼ ମନମୋହନ ସିଂ ଅର୍ଥନୀତିର ଗୁରୁ ଭାବରେ ପରିଚିତ । ଆରମ୍ଭରୁ ଅର୍ଥନୀତିରେ ତାଙ୍କର ରହିଥିଲା ପାରଦର୍ଶିତା । ଏଥିପାଇଁ ତାଙ୍କୁ ୧୯୮୨ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର କରାଯାଇଥିଲା। ମନମୋହନ ସିଂ ୧୯୮୫ରେ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହାପୂର୍ବରୁ ୧୯୭୨ରେ ମନମୋହନ ସିଂ ମୁଖ୍ୟ ଅର୍ଥନୈକିର ପରାମର୍ଶଦାତା ଭାବରେ ମଧ୍ୟ କାମ କରିଥିଲେ। ସେ ଏହି ପଦବୀରେ ପ୍ରାୟ ୪ବର୍ଷ ରହିଥିଲେ । ଏହାବ୍ୟତୀତ ସେ ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ଯୋଜନା ଆୟୋଗର ମୁଖ୍ୟ ହୋଇଥିଲେ ।ଏହାପରେ ଡକ୍ଟର ମନମୋହନ ସିଂଙ୍କୁ ୧୯୮୭ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ପରେ ୧୯୯୧ରେ ମନମୋହନ ସିଂଙ୍କୁ ପ୍ରଥମ ଥର ପାଇଁ ପିଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ କରାଯାଇଥିଲା। ଯେଉଁଠାରେ ସେ ତାଙ୍କର ଜ୍ଞାନ ଏବଂ ଅର୍ଥନୈକିର ନୀତି ଆଧା
ନୂଆଦିଲ୍ଲୀ ୨୭।୧୨: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭେଟେରାନ କଂଗ୍ରେସ ନେତା ଡ଼ ମନମୋହନ ସିଂଙ୍କ ଦେହାନ୍ତ ହୋଇଛି । ସ୍ବାସ୍ଥ୍ୟବସ୍ଥା ବିଗିଡିବାରୁ ତାଙ୍କୁ ଦିଲ୍ଲୀ AIIMS ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ପୂର୍ବତନ ପ୍ରଧାନମନ୍ତ୍ରୀ ଗତ କିଛି ବର୍ଷ ଧରି ହୃଦଘାତରେ ପୀଡିତ ଥିଲେ ଏବଂ ଅନେକ ଥର ତାଙ୍କର ବାଇପାସ୍ ସର୍ଜରୀ ମଧ୍ୟ ହୋଇଥିଲା । କିନ୍ତୁ ଜାଣନ୍ତି କି ନିଜ ଜୀବନକାଳ ମଧ୍ୟରେ ମନମୋହନ ସିଂ କେଉଁ ବଡ ପଦବୀରେ ରହିଥିଲେ । ଆସନ୍ତୁ ଜାଣିବା…
ଡ଼ ମନମୋହନ ସିଂ ଅର୍ଥନୀତିର ଗୁରୁ ଭାବରେ ପରିଚିତ । ଆରମ୍ଭରୁ ଅର୍ଥନୀତିରେ ତାଙ୍କର ରହିଥିଲା ପାରଦର୍ଶିତା । ଏଥିପାଇଁ ତାଙ୍କୁ ୧୯୮୨ରେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗଭର୍ଣ୍ଣର କରାଯାଇଥିଲା। ମନମୋହନ ସିଂ ୧୯୮୫ରେ ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ। ଏହାପୂର୍ବରୁ ୧୯୭୨ରେ ମନମୋହନ ସିଂ ମୁଖ୍ୟ ଅର୍ଥନୈକିର ପରାମର୍ଶଦାତା ଭାବରେ ମଧ୍ୟ କାମ କରିଥିଲେ। ସେ ଏହି ପଦବୀରେ ପ୍ରାୟ ୪ବର୍ଷ ରହିଥିଲେ । ଏହାବ୍ୟତୀତ ସେ ୧୯୮୫ରୁ ୧୯୮୭ ପର୍ଯ୍ୟନ୍ତ ଯୋଜନା ଆୟୋଗର ମୁଖ୍ୟ ହୋଇଥିଲେ ।
ଏହାପରେ ଡକ୍ଟର ମନମୋହନ ସିଂଙ୍କୁ ୧୯୮୭ରେ ପଦ୍ମଭୂଷଣ ପ୍ରଦାନ କରାଯାଇଥିଲା। ପରେ ୧୯୯୧ରେ ମନମୋହନ ସିଂଙ୍କୁ ପ୍ରଥମ ଥର ପାଇଁ ପିଭି ନରସିଂହ ରାଓ ସରକାରରେ ଅର୍ଥମନ୍ତ୍ରୀ କରାଯାଇଥିଲା। ଯେଉଁଠାରେ ସେ ତାଙ୍କର ଜ୍ଞାନ ଏବଂ ଅର୍ଥନୈକିର ନୀତି ଆଧାରରେ ଅନେକ ପରିବର୍ତ୍ତନ କରାଯାଇଥିଲା । ତେବେ ଏହି ସମୟରେ ତାଙ୍କୁ ବିରୋଧୀ ଦଳର ନେତା ଅଟଳ ବିହାରୀ ବାଜପେୟୀଙ୍କ ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଥିଲା।
ମନମୋହନ ସିଂଙ୍କୁ କଂଗ୍ରେସ ପାର୍ଟିରୁ ଅନେକଥର ରାଜ୍ୟସଭାକୁ ପଠାଯାଇଥିଲା । ଏହି ସମୟରେ ସେ ମଧ୍ୟ ଦିଲ୍ଲୀରୁ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । କିନ୍ତୁ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା । ଏହାପରେ ସେ କୌଣସି ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିନଥିଲେ । ପରେ ସୋନିଆ ଗାନ୍ଧୀ ତାଙ୍କୁ ପ୍ରଧାନମନ୍ତ୍ରୀ ପଦରେ ଅବସ୍ଥାପିତ କରିଥିଲେ । ଆଉ ସେ ହୋଇଥିଲେ ଦେଶର ପ୍ରଧାନମନ୍ତ୍ରୀ । ଆର୍ଥିକ ସଙ୍କଟରୁ ମୁକ୍ତି ପାଇବାରେ ସେ ଦେଶକୁ ଅନେକ ଥର ସାହାଯ୍ୟ କରିଥିଲେ । ଯେଉଁଥିପାଇଁ ସାରାଦେଶ ତାଙ୍କୁ ମନେ ପକାଉଛି ।