ମନମୋହନ ସିଂହଙ୍କ ବିୟୋଗ: ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡ଼ିଗଲେ ଅର୍ଥନୀତିର ଚାଣକ୍ୟ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି (୨୬ ଡିସେମ୍ବର ୨୦୨୪) ରାତି ୯.୫୧ରେ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନମୋହନ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ମନମୋହନ ସିଂ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ। ଡକ୍ଟର ମନମୋହନ ସିଂ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଗୁରୁଶରଣ କୌରଙ୍କର ତିନୋଟି ଝିଅ ଅଛନ୍ତି।ଭାରତର ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଡ. ସିଂ ବେଶ୍ ଜଣାଶୁଣା ଥିଲେ। ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୧୫ ତମ ଗଭର୍ଣ୍ଣର ହୋଇଥିଲେ। ଦୁଇ ଥର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କଲେଜ ପ୍ରଫେଶର ଆଦି ରହି ସାରିଥିବା ଡକ୍ଟର ମନମୋହନ ସିଂହ ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ଆସନ୍ତୁ ଜାଣିବା।ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରୁଥିଲେ ଏବଂ ବହୁତ କମ୍ କଥା ହୋଇଥିଲେ। ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ତାଙ୍କର ମୋଟ ସମ୍ପତ୍ତି ୧୫ କୋଟି ୭୭ ଲକ୍ଷ ଟଙ୍କା ରହିଛି। ରାଜ୍ୟସଭାରେ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ମଧ୍ୟ ତାଙ୍କର ଏକ ଫ୍ଲାଟ ଅଛି। ସୂଚନାନୁସ

ମନମୋହନ ସିଂହଙ୍କ ବିୟୋଗ: ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡ଼ିଗଲେ ଅର୍ଥନୀତିର ଚାଣକ୍ୟ ?

ନୂଆଦିଲ୍ଲୀ: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଆଜି (୨୬ ଡିସେମ୍ବର ୨୦୨୪) ରାତି ୯.୫୧ରେ ଦେହାନ୍ତ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ରାତି ପ୍ରାୟ ୮ ଟା ସମୟରେ ନୂଆଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସିତ ଅବସ୍ଥାରେ ୯୨ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ମନମୋହନ। 
୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇଥିଲେ। ପ୍ରଧାନମନ୍ତ୍ରୀ ପଦ ଛାଡ଼ିବା ପରେ ମନମୋହନ ସିଂ ତାଙ୍କ ପତ୍ନୀଙ୍କ ସହ ରହୁଥିଲେ। ଡକ୍ଟର ମନମୋହନ ସିଂ ଏବଂ ତାଙ୍କ ପତ୍ନୀ ଶ୍ରୀମତୀ ଗୁରୁଶରଣ କୌରଙ୍କର ତିନୋଟି ଝିଅ ଅଛନ୍ତି।

ଭାରତର ଜଣାଶୁଣା ଅର୍ଥନୀତିଜ୍ଞଙ୍କ ମଧ୍ୟରେ ଡ. ସିଂ ବେଶ୍ ଜଣାଶୁଣା ଥିଲେ। ସେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)ର ୧୫ ତମ ଗଭର୍ଣ୍ଣର ହୋଇଥିଲେ। ଦୁଇ ଥର ପ୍ରଧାନମନ୍ତ୍ରୀ, ଅର୍ଥମନ୍ତ୍ରୀ ଓ କଲେଜ ପ୍ରଫେଶର ଆଦି ରହି ସାରିଥିବା ଡକ୍ଟର ମନମୋହନ ସିଂହ ମୃତ୍ୟୁ ପରେ କେତେ ସମ୍ପତ୍ତି ଛାଡ଼ି ଯାଇଛନ୍ତି ଆସନ୍ତୁ ଜାଣିବା।

ପୂର୍ବତନ ପ୍ରଧାନମନ୍ତ୍ରୀ ଅତି ସରଳ ଜୀବନଯାପନ କରିବାକୁ ପସନ୍ଦ କରୁଥିଲେ ଏବଂ ବହୁତ କମ୍ କଥା ହୋଇଥିଲେ। ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଗଲେ ତାଙ୍କର ମୋଟ ସମ୍ପତ୍ତି ୧୫ କୋଟି ୭୭ ଲକ୍ଷ ଟଙ୍କା ରହିଛି। ରାଜ୍ୟସଭାରେ ଦିଆଯାଇଥିବା ଆଫିଡେଭିଟ୍ ଅନୁଯାୟୀ ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ମଧ୍ୟ ତାଙ୍କର ଏକ ଫ୍ଲାଟ ଅଛି। ସୂଚନାନୁସାରେ ମନମୋହନ ସିଂଙ୍କର କୌଣସି ଋଣ ନଥିଲା।

ଡ. ମନମୋହନ ସିଂ ୨୦୧୩ରେ ପ୍ରଧାନମନ୍ତ୍ରୀ ଥିବା ସମୟରେ ତାଙ୍କ ସମ୍ପତ୍ତି ଘୋଷଣା କରିଥିଲେ। ସେ ଦାଖଲ କରିଥିବା ସତ୍ୟପାଠ ଅନୁଯାୟୀ ମନମୋହନ ସିଂହଙ୍କ ପାଖରେ କିଛି ରେସିଡେନ୍ସିଆଲ ପ୍ରପର୍ଟିଜ୍ସ, ବ୍ୟାଙ୍କ ଡିପୋଜିଟ୍ ଏବଂ ମାରୁତି ୮୦୦ କାରର।
୨୦୧୩ରେ ମନମୋହନଙ୍କର ମୋଟ ସମ୍ପତ୍ତି ୧୦.୭୩ କୋଟି ଟଙ୍କା ଥିଲା। ତାଙ୍କର ଚଳ ସମ୍ପତ୍ତିରେ ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ତାଙ୍କର ଦୁଇଟି ଘର ଥିଲା, ଯାହାର ମୂଲ୍ୟ ୧୧ ବର୍ଷ ପୂର୍ବେ ୭.୨୭ କୋଟି ଟଙ୍କା ଥିଲା, ଯାହା ଆଜିର ମୂଲ୍ୟ ଅନେକ।
୨୦୧୩ ମସିହାରେ, ମନମୋହନ ସିଂହଙ୍କ ଏସବିଆଇ ଆକାଉଣ୍ଟରେ ମୋଟ ୩.୪୬ କୋଟି ଟଙ୍କା ଜମା ଓ ନିବେଶ ସ୍ଥିତିରେ ଥିଲା। ୨୦୧୨ ମସିହାରେ ଡକ୍ଟର ମନମୋହନ ସିଂ ଦେଇଥିବା ସୂଚନା ଅନୁସାରେ ତାଙ୍କ ପାଖରେ ୧୫୦.୮୦ ଗ୍ରାମ ସୁନା ଅଳଙ୍କାର ଥିଲା। ଯାହା ଆଜି ୧୧ ଲକ୍ଷ ଟଙ୍କା ହେବ।