ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶିଖ୍‌ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଓ ପରିବାର ସଦସ୍ୟଙ୍କ ଗୁରୁବାଣୀ ଶ୍ଳୋକ ମଧ୍ୟରେ ବଡଝିଅ ଉପିନ୍ଦର ସିଂହ ମୁଖାଗ୍ନୀ ଦେଇଥିଲେ । ମନମୋହନଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜ୍ଜିତ କରି ଏକ ସେନା ଗାଡିରେ ୩ ମୋତିଲାଲ ନେହରୁ ରୋଡରେ ଥିବା ତାଙ୍କ ବାସଭବନରୁ […] The post ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ appeared first on Dharitri Odia News.

ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ

ନୂଆଦିଲ୍ଲୀ,୨୯।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂଙ୍କ ପାର୍ଥିବ ଶରୀର ପଞ୍ଚଭୂତରେ ବିଲୀନ ହୋଇଛି । ଆଜି ଦିଲ୍ଲୀ ନିଗମବୋଧ ଘାଟରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶିଖ୍‌ ବ୍ରାହ୍ମଣଙ୍କ ମନ୍ତ୍ରୋଚାରଣ ଓ ପରିବାର ସଦସ୍ୟଙ୍କ ଗୁରୁବାଣୀ ଶ୍ଳୋକ ମଧ୍ୟରେ ବଡଝିଅ ଉପିନ୍ଦର ସିଂହ ମୁଖାଗ୍ନୀ ଦେଇଥିଲେ ।

ମନମୋହନଙ୍କ ପାର୍ଥିବ ଶରୀରକୁ ଫୁଲରେ ସଜ୍ଜିତ କରି ଏକ ସେନା ଗାଡିରେ ୩ ମୋତିଲାଲ ନେହରୁ ରୋଡରେ ଥିବା ତାଙ୍କ ବାସଭବନରୁ କଂଗ୍ରେସ ମୁଖ୍ୟାଳୟକୁ ନିଆଯାଇଥିଲା । ସେଠାରେ ଦଳୀୟ ନେତା, କର୍ମୀ ଓ ସାଧାରଣ ଜନତା ତାଙ୍କର ପ୍ରିୟ ନେତାଙ୍କୁ ଶେଷଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ।

ଏହାପରେ ନିଗମବୋଧ ଘାଟ ଅଭିମୁଖେ ଶୋଭାଯାତ୍ରା ବାହାରିଥିଲା । ତ୍ରିରଙ୍ଗା ପତାକାରେ ଘୋଡା ଯାଇଥିବା ପାର୍ଥିବ ଶରୀରକୁ ନେଇଯାଉଥିବା ଗାଡିରେ ମନମୋହନଙ୍କ ସମ୍ପର୍କୀୟଙ୍କ ସମେତ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ବସିଥିବାର ଦେଖାଯାଇଥିଲା ।

ଏହାପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ଜଗଦୀପ ଧନଖର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଭୁଟାନ ରାଜା ଜିଗମେ ଖେସର ନାମଗ୍ୟେଲ ୱାଙ୍ଗଚୁକ, ମରିସସ ବିଦେଶ ମନ୍ତ୍ରୀ ଋତିଶ ରାମଫୁଲ, ସୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ବିଜେପି ଅଧ୍ୟକ୍ଷ ଜେ.ପି ନଡ୍ଡା, କଂଗ୍ରେସ ଅଧ୍ୟକ୍ଷ ମଲିକାର୍ଜୁନ ଖାର୍ଗେ, କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ନେତା ଓ ବିଶିଷ୍ଟ ବ୍ୟକ୍ତି ଶେଷଦର୍ଶନ କରିବା ସହ ଡକ୍ଟର ସିଂହଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ପରେ ତିନି ବାହିନୀ ପକ୍ଷରୁ ତୋପ ସଲାମି ଦିଆଯିବା ସହ ଶେଷକୃତ୍ୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା ।

The post ମନମୋହନଙ୍କ ଶେଷକୃତ୍ୟବେଳେ ଅଜବ ଦୃଶ୍ୟ, ରାହୁଲ କଲେ ଏମିତି କାମ appeared first on Dharitri Odia News.