ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍, ଜାଣିଲେ ତାଜୁବ ହେବେ…
ନୂଆଦିଲ୍ଲୀ,୨୭।୧୨: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। କେବଳ ଦେଶ ନୁହେଁ ସେ ଜଣେ ଭଲ ଅର୍ଥନୀତିଜ୍ଞ ଭାବେ ତାଙ୍କୁ ସାରା ଦୁନିଆ ଜାଣିଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମନମୋହନ ସିଂହ ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ରହିବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଥିଲେ। ଏଥିସହ ଦେଶରେ ଅର୍ଥନୈତିକ ସଂସ୍କାର ଆଣିବାରେ ତାଙ୍କର ପ୍ରମୁଖ […] The post ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍, ଜାଣିଲେ ତାଜୁବ ହେବେ… appeared first on Dharitri Odia News.
ନୂଆଦିଲ୍ଲୀ,୨୭।୧୨: ଆଉ ନାହାନ୍ତି ଭାରତୀୟ ଅର୍ଥନୀତିର ଭୀଷ୍ମ ପିତାମହ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ। କେବଳ ଦେଶ ନୁହେଁ ସେ ଜଣେ ଭଲ ଅର୍ଥନୀତିଜ୍ଞ ଭାବେ ତାଙ୍କୁ ସାରା ଦୁନିଆ ଜାଣିଥିଲା। ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ୯୨ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।
ମନମୋହନ ସିଂହ ଦୁଇ ଦୁଇଥର ପ୍ରଧାନମନ୍ତ୍ରୀ ରହିବା ସହ ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ମଧ୍ୟ ଥିଲେ। ଏଥିସହ ଦେଶରେ ଅର୍ଥନୈତିକ ସଂସ୍କାର ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ମନମୋହନ ସିଂ ଏକାଧାରାରେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ ଥିଲେ । ପୂର୍ବ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ, ଇନ୍ଧିରା ଗାନ୍ଧୀଙ୍କ ସହ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଯଦି ସର୍ବାଧିକ କ୍ଷମତାରେ କିଏ ପିଏମ ହୋଇଥିଲେ ସେ ହେଉଛନ୍ତି ମନମୋହନ । ତେବେ ତାଙ୍କର ଡିସେମ୍ବର ୨୬ରେ ଦେହାନ୍ତ ହୋଇଛି। କ’ଣ ଆପଣ ଜାଣନ୍ତି କି କି ଏହି ୨୬ ସହ ଲିଙ୍କ୍ ମନମୋହନଙ୍କ ବହୁ ଆଗରେ ରହିଛି। ଜାଣନ୍ତୁ ଏ ସମ୍ପର୍କରେ…
ଭାରତର ଏହି ପୂର୍ବତନ ପ୍ରଧାନମନ୍ତ୍ରୀ ୨୬ରେ ଆସିଥିଲେ ଓ ୨୬ରେ ହିଁ ବାହୁଡି ଗଲେ । ଯେତେବେଳେ ଭାରତର ଅର୍ଥନୀତି ବାଟବଣା ହୋଇଥିଲା ଠିକ ସେହି ସମୟରେ ମନମୋହନଙ୍କ ପ୍ରଚେଷ୍ଟାରେ ଇକୋନୋମିକ୍ସ ରାସ୍ତାକୁ ଫେରିଥିଲା । ଖାଲି ଏତିକି ନୁହେଁ ବରଂ ପ୍ରଧାନମନ୍ତ୍ରୀତ୍ୱ କାଳରେ ସେ ନେଇଥିବା ନିଷ୍ପତ୍ତିକୁ ଭାରତ କାଳକାଳ ମନେରଖିବ। ସବୁଠୁ ଦୁଃଖର କଥା ଯେଉଁ ତାରିଖରେ ସେ ଜନ୍ମ ହୋଇଥିଲେ ସେହି ତାରିଖରେ ମନମୋହନ ସିଂ ଆଖି ବୁଜିଲେ ।
The post ମନମୋହନଙ୍କ ସିଂଙ୍କ କ’ଣ ରହିଛି ୨୬ ତାରିଖର ଲିଙ୍କ୍, ଜାଣିଲେ ତାଜୁବ ହେବେ… appeared first on Dharitri Odia News.