ମନର ଯନ୍ତ୍ରଣା ପ୍ରକାଶ କଲେ ରାଜ୍ୟ ସଭା ଅଧ୍ୟକ୍ଷ: କହିଲେ, ଏତେ ଉପହାସ, ଏତେ ଅପମାନ…
ନୂଆଦିଲ୍ଲୀ,୩।୭:ରାଜ୍ୟ ସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନଖର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ବିରୋଧୀଙ୍କୁ କହିଛନ୍ତି, ସମ୍ବିଧାନକୁ ଏତେ ପରିହାସ କରାଯାଉଥିବାରୁ ମୁଁ ଦୁଃଖିତ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଉଥିବାବେଳେ କଂଗ୍ରେସ ସମେତ ସମଗ୍ର ବିରୋଧୀ କକ୍ଷତ୍ୟାଗ କରିଥିଲେ। ବିରୋଧୀ ଦଳର କକ୍ଷତ୍ୟାଗ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରି ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି, ଆଲୋଚନା ସମୟରେ ବିରୋଧୀ ଦଳର […] The post ମନର ଯନ୍ତ୍ରଣା ପ୍ରକାଶ କଲେ ରାଜ୍ୟ ସଭା ଅଧ୍ୟକ୍ଷ: କହିଲେ, ଏତେ ଉପହାସ, ଏତେ ଅପମାନ… appeared first on Dharitri Odia News.
ନୂଆଦିଲ୍ଲୀ,୩।୭:ରାଜ୍ୟ ସଭାରେ ଚାଲିଥିବା ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ଜଗଦୀପ ଧନଖର ନିଜର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବୁଧବାର ବିରୋଧୀଙ୍କୁ କହିଛନ୍ତି, ସମ୍ବିଧାନକୁ ଏତେ ପରିହାସ କରାଯାଉଥିବାରୁ ମୁଁ ଦୁଃଖିତ। ରାଷ୍ଟ୍ରପତିଙ୍କ ଅଭିଭାଷଣକୁ ଧନ୍ୟବାଦ ପ୍ରସ୍ତାବ ଉପରେ ହୋଇଥିବା ଚର୍ଚ୍ଚାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜବାବ ଦେଉଥିବାବେଳେ କଂଗ୍ରେସ ସମେତ ସମଗ୍ର ବିରୋଧୀ କକ୍ଷତ୍ୟାଗ କରିଥିଲେ।
ବିରୋଧୀ ଦଳର କକ୍ଷତ୍ୟାଗ ଅତ୍ୟନ୍ତ ଯନ୍ତ୍ରଣାଦାୟକ ବୋଲି ବର୍ଣ୍ଣନା କରି ଅଧ୍ୟକ୍ଷ ଜଗଦୀପ ଧନଖର କହିଛନ୍ତି, ଆଲୋଚନା ସମୟରେ ବିରୋଧୀ ଦଳର ନେତାଙ୍କୁ କୌଣସି ବାଧା ନ ଦେଇ ସୁଯୋଗ ଦେବାକୁ ସେ ଅନୁରୋଧ କରିଛନ୍ତି। ଏହା ଭାରତର ସମ୍ବିଧାନ ପ୍ରତି ବଡ଼ ଅପମାନ । ଏହା ହେଉଛି ଉପର ଗୃହ ଏବଂ ଏହା ଦେଶକୁ ମାର୍ଗଦର୍ଶନ କରେ। ବିରୋଧୀ ଦଳର ସଦସ୍ୟଙ୍କ ଏହି ଆଚରଣକୁ ମୁଁ ନିନ୍ଦା କରୁଛିି। ବିରୋଧୀ ଦଳର ଏହି ଆଚରଣ ଦେଶର ୧୪୦ କୋଟି ଲୋକଙ୍କୁ କ୍ଷତି ପହଞ୍ଚାଇବ ବୋଲି ସେ କହିଛନ୍ତି।
ଅଧ୍ୟକ୍ଷ ଆହୁରି ମଧ୍ୟ କହିଛନ୍ତି, ମୁଁ ଏହି ଚେୟାରରେ ବସି ବହୁତ ଦୁଃଖିତ ଯେ, ସମ୍ବିଧାନ ପ୍ରତି ଏତେ ପରିହାସ, ଏତେ ଅପମାନ କରାଯାଉଛି। ଭାରତର ସମ୍ବିଧାନ ହାତରେ ରଖିବା ପାଇଁ ନୁହେଁ ବରଂ ବଞ୍ଚିବା ପାଇଁ ଏକ ପୁସ୍ତକ। ସେ ବିରୋଧୀଙ୍କୁ ପରାମର୍ଶ ଦେଇଛନ୍ତି, ସେମାନେ ଆତ୍ମଚିନ୍ତନ କରନ୍ତୁ ଏବଂ ସେମାନଙ୍କର କର୍ତ୍ତବ୍ୟ ପାଳନ କରନ୍ତୁ।
The post ମନର ଯନ୍ତ୍ରଣା ପ୍ରକାଶ କଲେ ରାଜ୍ୟ ସଭା ଅଧ୍ୟକ୍ଷ: କହିଲେ, ଏତେ ଉପହାସ, ଏତେ ଅପମାନ… appeared first on Dharitri Odia News.