ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। କରୀନା କପୁର ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ଯାତ୍ରା ସହଜ ନ ଥିଲା। ଏକ ଫିଲ୍ମର କାହାଣୀ ପରି, ଏହା ମଧ୍ୟ ଉତ୍ଥାନରେ ପରିପୂର୍ଣ୍ଣ ଥିଲା। କରୀନା ଏକ ସାକ୍ଷାତକାରରେ ତାଙ୍କର ବିଗତ ଦିନଗୁଡ଼ିକୁ ମନେ ପକାଇଛନ୍ତି। ଏଥିରେ ସେ […] The post ମନର ଯନ୍ତ୍ରଣା ବଖାଣିଲେ କରିନା appeared first on Dharitri Odia News.

ମନର ଯନ୍ତ୍ରଣା ବଖାଣିଲେ କରିନା

ଆଜିକାଲି କରୀନା କପୁର ଫିଲ୍ମ ‘କ୍ରୁ’କୁ ନେଇ ବେଶ୍‌ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ତାଙ୍କ ସହ ତବୁ ଏବଂ କ୍ରିତି ସାନନ ମଧ୍ୟ ମୁଖ୍ୟ ଭୂମିକାରେ ଅଛନ୍ତି। କରୀନା କପୁର ତାଙ୍କ କ୍ୟାରିୟରରେ ଅନେକ ହିଟ ଫିଲ୍ମ ଦେଇଛନ୍ତି। କିନ୍ତୁ ତାଙ୍କ ଫିଲ୍ମ ଯାତ୍ରା ସହଜ ନ ଥିଲା। ଏକ ଫିଲ୍ମର କାହାଣୀ ପରି, ଏହା ମଧ୍ୟ ଉତ୍ଥାନରେ ପରିପୂର୍ଣ୍ଣ ଥିଲା। କରୀନା ଏକ ସାକ୍ଷାତକାରରେ ତାଙ୍କର ବିଗତ ଦିନଗୁଡ଼ିକୁ ମନେ ପକାଇଛନ୍ତି। ଏଥିରେ ସେ ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟା ବିଷୟରେ ଖୋଲାଖୋଲି ଭାବେ କହିଛନ୍ତି। କରୀନା କହିଛନ୍ତି, ଯେତେବେଳେ ‘ଜବ ଉଇ ମେଟ’ ରିଲିଜ ହୋଇ ନ ଥିଲା। ‘ଜବ ଉଇ ମେଟ’ ପୂର୍ବରୁ ମୋର ଅନେକ ଫିଲ୍ମ ବକ୍ସ ଅଫିସରେ ଫ୍ଲପ ହୋଇଥିଲା। ମୁଁ କଷ୍ଟଦାୟକ ସମୟ ଦେଇ ଗତି କରୁଥିଲି। ଯଦି ମୋ ସ୍ଥାନରେ ଅନ୍ୟ କେହି ଥାଆନ୍ତେ, ତେବେ ସେ ବୋଧହୁଏ ଏହି ପରିସ୍ଥିତିରେ ବଞ୍ଚିପାରି ନ ଥାନ୍ତେ। ଏକ ସମୟରେ ଫିଲ୍ମରୁ ବିରତି ନେବାକୁ ଚିନ୍ତା କରିଥିଲି। ମୁଁ ଅଧିକ ଫିଲ୍ମ କରିବାକୁ ମନା କରିଥିଲି। ଏହା ପରେ ସ୍ଥିତି ସୁଧୁରିଧିଲା। ପରେ ଭଲ ସ୍କ୍ରିପ୍ଟ ମୋ ପାଖକୁ ଆସିଥିଲା।
ମାର୍ଚ୍ଚ ୨୯ରେ କରୀନା କପୁରଙ୍କ ‘କ୍ରୁ’ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। କରୀନାଙ୍କ ପ୍ରଶଂସକମାନେ ଏହି ଫିଲ୍ମକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ତବୁ ଏବଂ କ୍ରିତି ସାନନଙ୍କ ବ୍ୟତୀତ କପିଲ ଶର୍ମା ଏବଂ ଦିଲଜିତ ଦୋସାଞ୍ଜ ମଧ୍ୟ ଦେଖିବାକୁ ଯାଉଛନ୍ତି।

The post ମନର ଯନ୍ତ୍ରଣା ବଖାଣିଲେ କରିନା appeared first on Dharitri Odia News.