ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଅଲଣାପଦାରେ ଭାରତ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ କାମ ଚାଲୁଅଛି। ଉକ୍ତ ପ୍ରକଳ୍ପରେ ଗ୍ରାମର ଜବ୍‌କାର୍ଡଧାରୀ ଶ୍ରମିକମାନେ କାମ କରି ନିଜ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। କେଶବ ନାଏକ ପିତା ବିଟୁ ନାଏକ ନାମକ ଶ୍ରମିକ ତା୨-୧-୨୫ରିଖ ସମସ୍ତ ଅଣକୁଶଳୀ ଶ୍ରମିକମାନଙ୍କ ସହିତ ମାଟି ଖୋଳୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇଯାଇଥିଲେ। ଏହା ଦେଖି […] The post ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.

ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ

କେନ୍ଦୁଝର,୪ା୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ତେନ୍ତେଳାପଶି ପଞ୍ଚାୟତ ଅଲଣାପଦାରେ ଭାରତ ସରକାରଙ୍କ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନାରେ ବର୍ଷାଜଳ ଅମଳ ପ୍ରକଳ୍ପ କାମ ଚାଲୁଅଛି। ଉକ୍ତ ପ୍ରକଳ୍ପରେ ଗ୍ରାମର ଜବ୍‌କାର୍ଡଧାରୀ ଶ୍ରମିକମାନେ କାମ କରି ନିଜ ନିଜର ପରିବାର ପ୍ରତିପୋଷଣ କରୁଛନ୍ତି। କେଶବ ନାଏକ ପିତା ବିଟୁ ନାଏକ ନାମକ ଶ୍ରମିକ ତା୨-୧-୨୫ରିଖ ସମସ୍ତ ଅଣକୁଶଳୀ ଶ୍ରମିକମାନଙ୍କ ସହିତ ମାଟି ଖୋଳୁଥିବା ସମୟରେ ହଠାତ୍‌ ଅସୁସ୍ଥ ହୋଇଯାଇଥିଲେ। ଏହା ଦେଖି କାମ କରୁଥିବା ଶ୍ରମିକ ତୁରନ୍ତ ମେଡିକାଲ ପଠାଇଥିଲେ କିନ୍ତୁ ଡାକ୍ତରଖାନାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଦିନମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଉ ଥିବା କେଶବ ନାଏକଙ୍କ ପରିବାରରେ ଦୁଃଖର ପାହାଡ଼ ହୋଇଯାଇଛି। ବର୍ତ୍ତମାନ କେଶବଙ୍କ ଶୁଦ୍ଧିକର୍ମ ପାଇଁ ସରକାରଙ୍କ ମନରେଗାର ଆଇନ ଅନ୍ତର୍ଗତ ସରକାରୀ ସହାୟତା ପ୍ରଦାନ କରିବାକୁ ଶ୍ରମିକ ସଂଗଠନ ଅନୁରୋଧ କରିଛନ୍ତି।

The post ମନରେଗା କାମ କରୁଥିବାବେଳେ ଚାଲିଗଲା ଶ୍ରମିକଙ୍କ ଜୀବନ appeared first on Dharitri Odia News.