ମନସୁନ୍‌ ହେଲ୍‌ଥ ବୁଷ୍ଟର

ମୌସୁମୀ ଆସିଲେ ସାଧାରଣତଃ ଶିଶୁମାନଙ୍କର ଦେହ ଖରାପ ହେବାରେ ଲାଗିଥାଏ । ତେବେ ଏଥିପାଇଁ ଅଭିଭାବକଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ସେମାନଙ୍କ ଖାଦ୍ୟପେୟର ସଠିକ୍‌ ଯନି ନେବାକୁ ପଡିଥାଏ । ସେମାନଙ୍କୁ ଏହି ଦିନେ ଏଭଳି କିଛି ଖାଦ୍ୟ ଦେବାକୁ ହୋଇଥାଏ କି ତାଙ୍କର ଇମୁ୍ୟନିଟି ବୁଷ୍ଟ ହେବ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ସମ୍ପର୍କରେ । ଭିଟାମିନ୍‌ ସି ଥିବା ଖାଦ୍ୟ – ଏହି ଦିନେ ପିଲାଙ୍କୁ ବିଶେଷ ଭାବେ […]

ମନସୁନ୍‌ ହେଲ୍‌ଥ ବୁଷ୍ଟର
ମନସୁନ୍‌ ହେଲ୍‌ଥ ବୁଷ୍ଟର

ମୌସୁମୀ ଆସିଲେ ସାଧାରଣତଃ ଶିଶୁମାନଙ୍କର ଦେହ ଖରାପ ହେବାରେ ଲାଗିଥାଏ । ତେବେ ଏଥିପାଇଁ ଅଭିଭାବକଙ୍କୁ ସତର୍କ ହେବାର ଆବଶ୍ୟକତା ରହିଛି । ସେମାନଙ୍କ ଖାଦ୍ୟପେୟର ସଠିକ୍‌ ଯନି ନେବାକୁ ପଡିଥାଏ । ସେମାନଙ୍କୁ ଏହି ଦିନେ ଏଭଳି କିଛି ଖାଦ୍ୟ ଦେବାକୁ ହୋଇଥାଏ କି ତାଙ୍କର ଇମୁ୍ୟନିଟି ବୁଷ୍ଟ ହେବ । ଆସନ୍ତୁ ଜାଣିବା ସେହିଭଳି କିଛି ଖାଦ୍ୟ ସମ୍ପର୍କରେ ।
ଭିଟାମିନ୍‌ ସି ଥିବା ଖାଦ୍ୟ – ଏହି ଦିନେ ପିଲାଙ୍କୁ ବିଶେଷ ଭାବେ ଭିଟାମିନ୍‌ ସି ଥିବା ଖାଦ୍ୟ ଦିଅନ୍ତୁ, ଯେପରି କମଳା, ଲେମ୍ବୁ ଆଦି ଫଳ । ଭିଟାମିନ୍‌ ସି ଆମ ଶରୀରରେ ହ୍ୱାଇଟ୍‌ ବ୍ଲଡ୍‌ ସେଲ୍‌ ଉତ୍ପାଦନର କ୍ଷମତା ରଖିଥାଏ । ତେଣୁ ଏହା ଶରୀରରେ ଅଧିକ ପରିମାଣରେ ରହିଲେ ସଂକ୍ରମଣ ବିରୋଧରେ ଲଢିବାକୁ ଶକ୍ତି ମିଳିଥାଏ । ତେଣୁ ପିଲାକୁ ମଝିରେ ମଝିରେ କମଳା ରସ ଓ ଲେମ୍ବୁ ପାଣି ପିଇବାକୁ ଦିଅନ୍ତୁ ।

ଅଦା ଏବଂ ମହୁ – ଅଦାରେ ଆଣ୍ଟି ଇନ୍‌ଫ୍ଲାମେଟୋରି ଓ ଆଣ୍ଟିଅକ୍ସିଡାଣ୍ଟ୍‌ ଗୁଣ ଭରପୁର ମାତ୍ରାରେ ରହିଛି । ଏହା ଆମର ରୋଗପ୍ରତିରୋଧକ ଶକ୍ତି ବଢାଇବା ପାଇଁ ବେଶ୍‌ ଉପକାରୀ ହୋଇଥାଏ । ଏଥିରେ ଥିବା ଆଣ୍ଟିମାଇକ୍ରୋବାଇଆଲ ପ୍ରପଟି ପିଲାଙ୍କର ବିଭିନ୍ନ ସମସ୍ୟାକୁ ଭଲ କରିବାରେ ସହାୟକ ହୋଇଥାଏ । ପିଲାଙ୍କୁ ଏହି ଦିନେ ଅଦା ପକାଯାଇଥିବା ଚାରେ ମହୁ ମିଶାଇ ଦେଇପାରିବେ ।

ଦହି – ଦହିରେ ପ୍ରୋବାୟୋଟିକ୍‌ ଗୁଣ ଭରପୁର ମାତ୍ରାରେ ରହିଥାଏ । ଏଥିରେ ଲାଭ ଦାୟକ ବ୍ୟାକେଫରିଆ ରହିଥାଆନ୍ତି ଯେଉଁମାନେ ଆମ ସ୍ୱାସ୍ଥ୍ୟ ପାଇଁ ଖୁବ ଭଲ ହୋଇଥାଏ । ମନସୁନ୍‌ ସମୟରେ ପେଟ ସମସ୍ୟାକୁ ଭଲ କରିବାରେ ଏହା ସହାୟତା ହୋଇଥାଏ । ତେଣୁ ଏହି ଦିନେ ମିଲ୍‌ରେ ପିଲାଙ୍କର ଦହି ଆଡ କରନ୍ତୁ ।
ହଳଦି – ଆମ ଦେହ ପାଇଁ ହଳଦି ଖୁବ ଲାଭ ଦାୟକ ହୋଇଥାଏ । ଏଥିରେ ଥିବା କୁରକୁମିନ୍‌ରେ ଆଣ୍ଟିଇନ୍‌ଫ୍ଲାମେଟୋରି ଓ ଆଣ୍ଟିଅକ୍ସିଡାଣ୍ଟ ଗୁଣ ଭରି ହୋଇ ରହିଥାଏ । ତେଣୁ ଏହିଦିନେ ପିଲାଙ୍କୁ ଖୀରରେ ହଳଦୀ ପକାଇ ପିଇବାକୁ ଦିଅନ୍ତୁ ବେଶ୍‌ ଫଳପ୍ରଦ ହେବ ।

ବାଦାମ
ବାଦାମରେ ଭରପୁର ମାତ୍ରାରେ ଭିଟାମିନ୍‌ ଇ ରହିଥାଏ, ଯାହା ଏକ ଆଣ୍ଟି ଅକ୍ସିଡାଣ୍ଟର କାମ କରିଥାଏ । ବାଦାମ ଆମର ଶରୀରର ରୋଗପ୍ରତିରୋଧକ ଶକ୍ତି ବଢାଇବାରେ ବିଶେଷ ସହାୟକ ହୋଇଥାଏ । ଏହାସହିତ ବାଦାମ ଶରୀରକୁ ହେଲ୍‌ଦି ଫ୍ୟାଟ୍‌, ଫାଇବର ଓ ପ୍ରୋଟିନ୍‌ ଯୋଗାଇଥାଏ । ପ୍ରତିଦିନ ପିଲାଙ୍କୁ ରାତିରେ ଭିଜା ଯାଇଥିବା ବାଦାମ ଖାଇବାକୁ ଦିଅନ୍ତୁ । ଏହା ସେମାନଙ୍କୁ ମନ୍‌ସୁନ୍‌ରେ ନିରୋଗ ରଖିବାରେ ବେଶ୍‌ ସହାୟକ ହେବ । ଏହି ଦିନେ ଆଲମଣ୍ଡ୍‌ ମିá ମଧ୍ୟ ପିଲାଙ୍କୁ ଦେଇପାରିବେ । ନହେଲେ ବାଦାମ ସେକ୍‌ ମଧ୍ୟ ପିଇବାକୁ ଦେଇ ପାରିବେ ।