ମନି ଲଣ୍ଡରିଂ ମାମଲାରେ ନିଲମ୍ବିତ ତୃଣମୂଳ ନେତା ଶେଖ ଶାହାଜାନଙ୍କୁ ଗିରଫ କଲା ଇଡି

କୋଲକାତା: ମନି ଲଣ୍ଡରିଂ ମାମଲାରେ ନିଲମ୍ବିତ ତୃଣମୂଳ ନେତା ଶେଖ ଶାହାଜାନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶାହାଜାନ ବଶିରହାଟ ଜେଲ୍‌ରେ ଥିବା ବେଳେ ଇଡି ଶନିବାର ପଚରାଉଚରା ପରେ ତାଙ୍କୁ ଗିରଫ କରିଛି।ଇଡି ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ଫେବ୍ରୁଆରୀ ମାସରେ ଶାହାଜାନଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୁଲିସ। ସନ୍ଦେଶଖାଲିରେ ଥିବା ତାଙ୍କ ଘର ଚଢ଼ାଉ କରିବାକୁ ଯାଉଥିବା ଇଡି ଟିମ୍‌ ଉପରେ ଆକ୍ରମଣ କରିଥିଲେ ଶାହାଜାନଙ୍କ ସମର୍ଥକ।ଏହି ଆକ୍ରମଣ ପରେ ଶାହାଜାନ ଫେରାର୍ ହୋଇଯାଇଥିଲା। ଫେରାର୍ ହେବାର ୫୫ ଦିନ ପରେ ରାଜ୍ୟ ପୁଲିସ ଶାହାଜାନଙ୍କୁ ଗିରଫ କରି ବଶିରହାଟ ଥାନାରେ ରଖିଥିଲା। ପୁଲିସ ଗିରଫ କରିବା ପରେ ଟିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ଟିଏମ୍‌ସି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି।  ସୂଚନା ଥାଉକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶାହାଜନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଆଜି ଗିରଫ କରିବା ପରେ ଶାହାଜନଙ୍କୁ ରିମାଣ୍ଡରେ ନେବାକୁ ଇଡି ସୋମବାର ବଶିରହାଟ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।   

ମନି ଲଣ୍ଡରିଂ ମାମଲାରେ ନିଲମ୍ବିତ ତୃଣମୂଳ ନେତା ଶେଖ ଶାହାଜାନଙ୍କୁ ଗିରଫ କଲା ଇଡି

କୋଲକାତା: ମନି ଲଣ୍ଡରିଂ ମାମଲାରେ ନିଲମ୍ବିତ ତୃଣମୂଳ ନେତା ଶେଖ ଶାହାଜାନଙ୍କୁ ଗିରଫ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଶାହାଜାନ ବଶିରହାଟ ଜେଲ୍‌ରେ ଥିବା ବେଳେ ଇଡି ଶନିବାର ପଚରାଉଚରା ପରେ ତାଙ୍କୁ ଗିରଫ କରିଛି।

ଇଡି ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ଫେବ୍ରୁଆରୀ ମାସରେ ଶାହାଜାନଙ୍କୁ ଗିରଫ କରିଥିଲା ପଶ୍ଚିମବଙ୍ଗ ପୁଲିସ। ସନ୍ଦେଶଖାଲିରେ ଥିବା ତାଙ୍କ ଘର ଚଢ଼ାଉ କରିବାକୁ ଯାଉଥିବା ଇଡି ଟିମ୍‌ ଉପରେ ଆକ୍ରମଣ କରିଥିଲେ ଶାହାଜାନଙ୍କ ସମର୍ଥକ।

ଏହି ଆକ୍ରମଣ ପରେ ଶାହାଜାନ ଫେରାର୍ ହୋଇଯାଇଥିଲା। ଫେରାର୍ ହେବାର ୫୫ ଦିନ ପରେ ରାଜ୍ୟ ପୁଲିସ ଶାହାଜାନଙ୍କୁ ଗିରଫ କରି ବଶିରହାଟ ଥାନାରେ ରଖିଥିଲା। ପୁଲିସ ଗିରଫ କରିବା ପରେ ଟିଏମ୍‌ସିକୁ ସମାଲୋଚନାର ଶିକାର ହେବାକୁ ପଡ଼ିଥିଲା। ଏହାପରେ ଟିଏମ୍‌ସି ତାଙ୍କୁ ୬ ବର୍ଷ ପାଇଁ ଦଳରୁ ନିଲମ୍ବିତ କରିଛି।  

ସୂଚନା ଥାଉକି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଶାହାଜନଙ୍କ ବିରୋଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିଛି। ଆଜି ଗିରଫ କରିବା ପରେ ଶାହାଜନଙ୍କୁ ରିମାଣ୍ଡରେ ନେବାକୁ ଇଡି ସୋମବାର ବଶିରହାଟ କୋର୍ଟରେ ଆବେଦନ କରିବ ବୋଲି ସୂଚନା ମିଳିଛି।