ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ,କୁମାପରପୁର ଚମ୍ପିଆନ
ଗୁରୁଡିଝାଟିଆ: କଖଡି ଗାନ୍ଧିହାଟ ପଡିଆ ଠାରେ ବାବା ବାେ’ଶ୍ୱର ସେବା ସଂଗଠନ ଆନୁକୂଲ୍ୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗଜାମ୍ବକୁ ପରାସ୍ତ କରି କୁମାରପୁର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି। ୧୨ ଓଭର ବିଶିଷ୍ଟ ଖେଳରେ କୁମାରପୁର କ୍ରିକେଟ ଦଳ ୧୨୧ରନ କରିଥିଲେ। ଏହାର ଜବାବରେ ଗଜାମ୍ବ କ୍ରିକେଟ ଦଳ ସମସ୍ତ ଉଇକେଟ ହରାଇ ୧୧୪ ରନ କରିବାକୁ ସକ୍ଷମ ହୋଇଥିଲା। ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଇନଜୀବି ଆଦିତ୍ୟ […]

ଗୁରୁଡିଝାଟିଆ: କଖଡି ଗାନ୍ଧିହାଟ ପଡିଆ ଠାରେ ବାବା ବାେ’ଶ୍ୱର ସେବା ସଂଗଠନ ଆନୁକୂଲ୍ୟରେ ଆୟୋଜିତ ପଞ୍ଚାୟତସ୍ତରୀୟ ମନୋଜ ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଗଜାମ୍ବକୁ ପରାସ୍ତ କରି କୁମାରପୁର ଚମ୍ପିଆନ ଆଖ୍ୟା ଅର୍ଜନ କରିଛି।
୧୨ ଓଭର ବିଶିଷ୍ଟ ଖେଳରେ କୁମାରପୁର କ୍ରିକେଟ ଦଳ ୧୨୧ରନ କରିଥିଲେ। ଏହାର ଜବାବରେ ଗଜାମ୍ବ କ୍ରିକେଟ ଦଳ ସମସ୍ତ ଉଇକେଟ ହରାଇ ୧୧୪ ରନ କରିବାକୁ ସକ୍ଷମ ହୋଇଥିଲା। ବିଧାୟକ ତଥା କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ପୁତ୍ର ଆଇନଜୀବି ଆଦିତ୍ୟ ପ୍ରତାପ ସ୍ୱାଇଁ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବିଜେତା ଦଳକୁ ଚମ୍ପିଆନ ଟ୍ରଫି ସହ ଅର୍ଥ ପ୍ରଦାନ କରିଥିବା ବେଳେ ଉପବିଜେତାଙ୍କୁ ଟ୍ରଫି ଓ ଅର୍ଥ ପ୍ରଦାନ କରି ଖେଳାଳୀମାନଙ୍ୁ ଉତ୍ସାହିତ କରିଥିଲେ।
ସ୍ଥାନୀୟ ସରପଞ୍ଚ କଳ୍ପନା ଛତାର, ଜିଲ୍ଲାପରିଷଦ ସଦସ୍ୟ ବଳଭଦ୍ର ବାଘ, ବିଜେଡି ଜିଲ୍ଲା ସଂପାଦକ ନରେନ୍ଦ୍ର ସାହୁ, ସମିତିସଭ୍ୟ ପ୍ରଦୀପ ମହାନ୍ତି, ମଞ୍ଚେଶ୍ୱର ପଞ୍ଚାୟତର ପୂର୍ବତନ ସରପଞ୍ଚ ଅଶୋକ ଖଟୁଆ, ପୂର୍ବତନ ସମିତିସଭ୍ୟ ତଅପୋଇ ବେଦାନ୍ତ, ପଞ୍ଚାୟତ ଦଳୀୟ ସଭାପତି ରଞ୍ଜନ ମୁଦୁଲି, ଧୁରୁଷିଆ ପଞ୍ଚାୟତ ସରପଞ୍ଚ ଙ୍କ ପ୍ରତିନିଧି ମଙ୍ଗୁଳି ଚରଣ ପାଣି ଓ ଗ୍ରାମ୍ୟ କମିଟି ସଭାପତି ଦିଲ୍ଲିପ କୁମାର ଛତାର ପ୍ରମୁଖ ଅତିଥି ଭାବରେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ରଞ୍ଜନ ମୁଦୁଲି, ବିକାଶ ଚନ୍ଦ୍ର ମୁଦୁଲି, ତପନ କୁମାର ମୁବୁଲି, ଦିପକ ସ୍ୱାଇଁ, ବିକ୍ରମ ଛତାର, ଶ୍ରବଣ କୁମାର ସାହୁ, କୃପାସିନ୍ଧୁ ମହାନ୍ତି, ପ୍ରକାଶ ଚନ୍ଦ୍ର ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।