ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ
ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।
ମନ୍ତ୍ରପାଠରେ କମ୍ପିଲା ଗଞ୍ଜାମର ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠ । ଏହି ଶକ୍ତିପୀଠରେ ମା’ଙ୍କୁ ଦର୍ଶନ ସହ ପୂଜାର୍ଚ୍ଚନା କରିବା ପରେ ଛତ୍ରପୁର ଅଭିମୁଖେ ବାହାରି ଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦିନ ପ୍ରାୟ ୧୨ଟା ୪୦ ବେଳେ ଛତ୍ରପୁର ଉପଜିଲ୍ଲାପାଳଙ୍କ ଅଫିସରେ ପହଞ୍ଚି ଷଷ୍ଠଥର ପାଇଁ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭାବେ ଭରିଥିଲେ ନାମାଙ୍କନ। ଏହି ଆସନରୁ ଲଗାତାର ପାଞ୍ଚ ଥର ନିର୍ବାଚିତ ହୋଇ ଆସିଛନ୍ତି ନବୀନ। ଚଳିତ ନିର୍ବାଚନରେ ନବୀନ ହିଞ୍ଜିଳି ବ୍ୟତୀତ କଣ୍ଟାବାଞ୍ଜିରୁ ବି ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି। ଉଭୟ ଆସନରେ ମେ ୨୦ ତାରିଖରେ ହେବ ମତଦାନ।