ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ
ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି। ଏହି ଅବସରରେ ବହୁ ଲୋକ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ ଆରୁଖ ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ସଂକ୍ରାନ୍ତି ଉତ୍ସବରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ। ଏହି ସମୟରେ ଗ୍ରାମ ପରିଚାଳନା କମିଟିର ବରିଷ୍ଠ କର୍ମକର୍ତ୍ତା ସୁବଳ ପ୍ରଧାନ, ବିଶୁ ପ୍ରଧାନ, ଗୁରୁମୂର୍ତ୍ତି ପ୍ରଧାନ, ଅନୀଲ ପ୍ରଧାନ, […] The post ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ appeared first on Dharitri Odia News.
ଭଞ୍ଜନଗର,୧୪ା୪(ବାବୁଲା ପ୍ରଧାନ): ଅର୍ଥମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ରବିବାର ଭଞ୍ଜନଗର ନିକଟସ୍ଥ ଅଗଝୋଳ ସ୍ଥିତ ବାସଭବନରେ ଓଡ଼ିଆ ନବ ବର୍ଷ ପାଳନ କରିଛନ୍ତି।
ଏହି ଅବସରରେ ବହୁ ଲୋକ ମନ୍ତ୍ରୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ସ୍ବାଗତ କରିଥିଲେ। ଏହାପରେ ମନ୍ତ୍ରୀ ଆରୁଖ ହନୁମାନ ଜୟନ୍ତୀ ଉତ୍ସବ, ମହାବିଷୁବ ସଂକ୍ରାନ୍ତି ଉତ୍ସବରେ ଯୋଗଦେଇ ଠାକୁରଙ୍କ ଦର୍ଶନ କରିଥିଲେ। ଏହି ସମୟରେ ଗ୍ରାମ ପରିଚାଳନା କମିଟିର ବରିଷ୍ଠ କର୍ମକର୍ତ୍ତା ସୁବଳ ପ୍ରଧାନ, ବିଶୁ ପ୍ରଧାନ, ଗୁରୁମୂର୍ତ୍ତି ପ୍ରଧାନ, ଅନୀଲ ପ୍ରଧାନ, ଅରୂପ ବିଶାଳ, ସାଇବ ପ୍ରଧାନ, କେଦାର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ଏଥିସହ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ଏବଂ ପଣା ସଂକ୍ରାନ୍ତି ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।
The post ମନ୍ତ୍ରୀ ପାଲିଲେ ଓଡ଼ିଆ ନବ ବର୍ଷ appeared first on Dharitri Odia News.