ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ଚଳିବନି…
ଭୁବନେଶ୍ୱର,୨୩।୧: ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଡ଼ା ଚେତାବନୀ। କଟନୀ ଛଟନୀ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ। କୃଷକମାନଙ୍କୁ ହଇରାଣ କଲେ କଡ଼ା ଆକ୍ସନ ନିଆଯିବ ବୋଲି ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ। ଆଉ ପୁରୁଣା ନୀତି ଚାଲିବ ନାହିଁ, ନୂଆ ସରକାରଙ୍କ ନୂଆ ନୀତି ତେଣୁ ଠକିଲେ କଡ଼ା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ସେହିପରି ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ସେ […] The post ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ଚଳିବନି… appeared first on Dharitri Odia News.
ଭୁବନେଶ୍ୱର,୨୩।୧: ଅସାଧୁ ମିଲରଙ୍କୁ ଯୋଗାଣ ମନ୍ତ୍ରୀ କୃଷ୍ଣ ପାତ୍ରଙ୍କ କଡ଼ା ଚେତାବନୀ। କଟନୀ ଛଟନୀ କରୁଥିବା ମିଲରଙ୍କୁ କାରଣ ଦର୍ଶାଅ ନୋଟିସ। କୃଷକମାନଙ୍କୁ ହଇରାଣ କଲେ କଡ଼ା ଆକ୍ସନ ନିଆଯିବ ବୋଲି ଚେତାବନୀ ଦେଲେ ଯୋଗାଣ ମନ୍ତ୍ରୀ। ଆଉ ପୁରୁଣା ନୀତି ଚାଲିବ ନାହିଁ, ନୂଆ ସରକାରଙ୍କ ନୂଆ ନୀତି ତେଣୁ ଠକିଲେ କଡ଼ା ଆକ୍ସନ ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି।
ସେହିପରି ଅଯୋଗ୍ୟ ରାଶନ କାର୍ଡ ହିତାଧିକାରୀଙ୍କୁ ତାଗିଦ କରିଛନ୍ତି ଯୋଗାଣ ମନ୍ତ୍ରୀ । ସେ କହିଛନ୍ତି, ଅଯୋଗ୍ୟ ହିତାଧିକାରୀଙ୍କୁ ଅପିଲ କରୁଛି ସରେଣ୍ଡର କରିଯାଆନ୍ତୁ । ସରେଣ୍ଡର ନ କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ। କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। କିଏ ସରକାରୀ ଚାକିରି କରିଛି ତ କିଏ ଡାକ୍ତର ଓ ଶିକ୍ଷକ। ସବୁ ପ୍ରକାର ଲୋକ ଅଛନ୍ତି, ନିବେଦନ କରୁଛି ସରେଣ୍ଡର କରନ୍ତୁ। e-KYC ସରିବା ର୍ପୂବରୁ ସରେଣ୍ଡର କରନ୍ତୁ, ଡେଡଲାଇନ ନାହିଁ।
The post ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଉ ଚଳିବନି… appeared first on Dharitri Odia News.