ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା

ଭୁବନେଶ୍ୱର,୧୯।୮: ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି […] The post ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା appeared first on Dharitri Odia News.

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା

ଭୁବନେଶ୍ୱର,୧୯।୮: ଅନ୍ତ୍ୟୋଦୟ ଗୃହ ଯୋଜନା ନେଇ ପଞ୍ଚାୟତିରାଜ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ ମନ୍ତ୍ରୀ ରବି ନାୟକ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ବାତ୍ୟା, ବନ୍ୟା କି ହାତୀ ଘର ନଷ୍ଟ କଲେ ଅନ୍ତ୍ୟୋଦୟ ଯୋଜନା ମିଳିବ। ବିଭିନ୍ନ କାରଣରୁ ଘର ପୋଡ଼ିଯିବା ଲୋକଙ୍କୁ ବି ଅନ୍ତ୍ୟୋଦୟ ଗୃହ ମିଳିବ। ପୂର୍ବରୁ ଏହିସବୁ କ୍ଷତିଗ୍ରସ୍ତ ଲୋକଙ୍କ ପାଇଁ କୌଣସି ଯୋଜନା ନଥିଲା। ଭାଜପା ସରକାର ନୂଆ ଯୋଜନା ଆଣିଛନ୍ତି, ଖୁବଶୀଘ୍ର ଏହା କାର୍ଯ୍ୟକାରୀ ହେବ ବୋଲି ମନ୍ତ୍ରୀ କହିଛନ୍ତି।

ଚଳିତ ବର୍ଷ ବଜେଟରେ ଏହି ଯୋଜନା ଅଧୀନରେ ୧୦୫ କୋଟି ବ୍ୟୟବରାଦ କରାଯାଇଥିଲା। ଏଥିସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ(PMAY-G) ଅଧୀନରେ ୬,୦୯୦ କୋଟି ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ୬୯୨ କୋଟି ବ୍ୟୟବରାଦ ହୋଇଛି।

ଚଳିତ ବଜେଟରେ ବିଜେଡି ସରକାରର ବହୁଚର୍ଚ୍ଚିତ ବିଜୁ ପକ୍କାଘର ଯୋଜନାକୁ ପରିବର୍ତ୍ତନ କରାଯାଇ ‘ଅନ୍ତ୍ୟୋଦୟ ଗୃହ ଯୋଜନା’ ଘୋଷଣା କରାଯାଇଥିଲା।

The post ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିମାନଙ୍କୁ ମିଳିବ ଅନ୍ତ୍ୟୋଦୟ ଗୃହ ଯୋଜନା appeared first on Dharitri Odia News.