ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ଏତିକି ଟଙ୍କା
ଭୁବନେଶ୍ୱର,୧୧।୯: ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ। ଏଥିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି। ଅନ୍ୟପଟେ, ୨୦୨୫ […] The post ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ଏତିକି ଟଙ୍କା appeared first on Dharitri Odia News.
ଭୁବନେଶ୍ୱର,୧୧।୯: ରାଜ୍ୟରେ ଦୁଇ ଶହ ଗୋଶାଳା କରିବେ ସରକାର। ଗୃହରେ ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏନେଇ ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଗୋମାତାଙ୍କ ସୁରକ୍ଷା ପାଇଁ ୨ ଶହ ଗୋଶାଳା ହେବ। ଗୋଶାଳାକୁ ପ୍ରୋତ୍ସାହନ ପାଇଁ ସରକାର ଋଣ ଦେଉଛନ୍ତି। ୯୦% ଋଣ ଛାଡ଼ ବ୍ୟବସ୍ଥା ରହିଛି। ଗୋଖାଦ୍ୟ ପାଇଁ ଦୈନିକ ୫୪ ଟଙ୍କା ମିଳିବ। ଏଥିସହ ଗୋଶାଳା କରିବାକୁ ସବୁ ବିଧାୟକଙ୍କୁ ମନ୍ତ୍ରୀ ଅପିଲ କରିଛନ୍ତି।
ଅନ୍ୟପଟେ, ୨୦୨୫ ସୁଦ୍ଧା ସମସ୍ତ ରାଜସ୍ବ ଗ୍ରାମକୁ ବିଜୁଳି ପହଞ୍ଚାଇବାକୁ ଉପମୁଖ୍ୟମନ୍ତ୍ରୀଙ୍କ ଘୋଷଣା କରିଛନ୍ତି। ଗୃହରେ ବିଜେଡି ବିଧାୟକ ବଦ୍ରି ପାତ୍ର ପ୍ରଶ୍ନ କରିଥିଲେ ଯେ କେବେ ସୁଦ୍ଧା ସବୁ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଯାହାର ଉତ୍ତରରେ ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ କହିଛନ୍ତି, ୨୪ ବର୍ଷ ବିଜେଡି ସରକାରରେ ଥିଲେ, ଆମେ ୩ ମାସ ହେବ ଆସିଛୁ। କାହିଁକି ଆଗରୁ ଜିଲାସ୍ତରୀୟ କମିଟି ନିୟମିତ ବସୁନଥିଲା। କିନ୍ତୁ ଆମେ ଆଶ୍ୱାସନା ଦେଉଛୁ ଏଣିକି ନିମୟିତ କମିଟି ବୈଠକ ବସିବ।
The post ମନ୍ତ୍ରୀଙ୍କ ବଡ଼ ସୂଚନା: ରାଜ୍ୟରେ ହେବ ୨ ଶହ ଗୋଶାଳା, ଗୋଖାଦ୍ୟ ପାଇଁ ଦୈନିକ ମିଳିବ ଏତିକି ଟଙ୍କା appeared first on Dharitri Odia News.