ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା
ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ ଡିଭୋଲ୍ୟୁସନ୍ ବା ଆଦାୟ କର ବଣ୍ଟା ଯାଇଛି । ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଏଥିରେ ସବୁଠାରୁ ଅଧିକ […] The post ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା appeared first on Dharitri Odia News.
ନୂଆଦିଲ୍ଲୀ, ୧୧।୦୬: ରାଷ୍ଟ୍ରପତି ଭବନରେ ରବିବାର ଶପଥ ନେଇଥିବା ଏନ୍ଡିଏ ସରକାରର ମନ୍ତ୍ରୀମାନଙ୍କୁ ସୋମବାର ବିଭାଗ ବଣ୍ଟନ କରାଯାଇଛି । ମୋଦି ସରକାରଙ୍କ ତୃତୀୟ ପାଳିର ପ୍ରଥମ କ୍ୟାବାନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ଅର୍ଥ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଟ୍ୟାକ୍ସ ଡିଭୋଲ୍ୟୁସନ୍ ବା ଆଦାୟ କର ବଣ୍ଟା ଯାଇଛି । ମୋଟ ୧ ଲକ୍ଷ ୩୯ ହଜାର ୭୫୦ କୋଟି ଟଙ୍କା ରାଜ୍ୟମାନଙ୍କ ମଧ୍ୟରେ ବଣ୍ଟାଯାଇଛି । ଏଥିରେ ସବୁଠାରୁ ଅଧିକ ଟଙ୍କା ଉତ୍ତର ପ୍ରଦେଶକୁ ମିଳିଛି ବୋଲି ଜଣାପଡ଼ିଛି ।
ଉତ୍ତର ପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାରଙ୍କୁ ୨୫,୦୬୯.୮୮ କୋଟି ଟଙ୍କା ମିଳିଛି । ସେହିପରି ଏନ୍ଡିଏର ବଡ଼ ସହଯୋଗୀ ନୀତୀଶ କୁମାରଙ୍କ ନେତୃତ଼୍ବାଧିନ ବିହାରକୁ ୧୪,୦୫୬.୧୨ କୋଟି ଟଙ୍କା ମିଳିଛି । ଏହି ଲିଷ୍ଟରେ ତୃତୀୟ ରାଜ୍ୟ ଭାବେ ଅଧିକ ଟଙ୍କା ମିଳିବା ରାଜ୍ୟ ହେଉଛି ମଧ୍ୟ ପ୍ରଦେଶ । ୧୦,୯୭୦.୪୪ କୋଟି ଟଙ୍କା ମଧ୍ୟ ପ୍ରଦେଶକୁ ଟ୍ରାନ୍ସଫର କରାଯାଇଛି ।
ସୂଚନା ଥଉକି, ୨୦୨୪-୨୫ ଅନ୍ତରୀଣ ବଜେଟ୍ରେ ରାଜ୍ୟମାନଙ୍କୁ କର ହସ୍ତାନ୍ତରଣ ପାଇଁ ୧୨,୧୯,୭୮୩ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ରାଜ୍ୟ ଗୁଡ଼ିକୁ ଏହି ଅର୍ଥ ଜାରି କରି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଏହି କର ହସ୍ତାନ୍ତରଣ ଛଡ଼ା ଅତିରିକ୍ତ ଇନ୍ଷ୍ଟଲମେଣ୍ଟ ମଧ୍ୟ ରାଜ୍ୟମାନଙ୍କୁ ମିଳିବ। ଯାହାଫଳରେ ଏହି ଅର୍ଥ ରାଜ୍ୟର ବିକାଶ ଦିଗରେ ସରକାର ଖର୍ଚ୍ଚ କରିପାରିବେ । ତେବେ ଏହି ହିସାବରେ ଅତିରିକ୍ତ ଇନ୍ଷ୍ଟଲମେଣ୍ଟ ସହିତ ସୋମବାର ରାଜ୍ୟଗୁଡ଼ିକୁ ମୋଟ ୨,୭୯,୫୦୦ କୋଟି ଟଙ୍କା ହସ୍ତାନ୍ତର କରାଯାଇଛି ।
The post ମନ୍ତ୍ରୀମଣ୍ଡଳ ଗଠନ ପରେ ଏହି ରାଜ୍ୟକୁ ମିଳିଲା ସବୁଠାରୁ ଅଧିକ ଟଙ୍କା appeared first on Dharitri Odia News.