ମନ୍ଦିର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଆହତ
ବିଶାଖାପାଟନା: ଆନ୍ଧ୍ରପ୍ରଦେଶ ବିଶାଖାପାଟନାରେ ବଡ଼ ଦୁର୍ଘଟଣା ଘଟିଛି । ବିଶାଖାପାଟନାରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର... The post ମନ୍ଦିର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଆହତ appeared first on .
ବିଶାଖାପାଟନା: ଆନ୍ଧ୍ରପ୍ରଦେଶ ବିଶାଖାପାଟନାରେ ବଡ଼ ଦୁର୍ଘଟଣା ଘଟିଛି । ବିଶାଖାପାଟନାରେ ଥିବା ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରର ଏକ କାନ୍ଥ ଭୁଶୁଡ଼ି ପଡ଼ିବାରୁ ୭ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ଅନେକ ଆହତ ହୋଇଛନ୍ତି । ଶ୍ରୀ ବରାହ ଲକ୍ଷ୍ମୀ ନରସିଂହ ସ୍ୱାମୀ ମନ୍ଦିରରେ ଚନ୍ଦନୋତ୍ସବ କାର୍ଯ୍ୟକ୍ରମ ଚାଲିଥିଲା। ଏହି ସମୟରେ, ମନ୍ଦିରର ୨୦ ଫୁଟ ଲମ୍ବା ଅଂଶ ଭୁଶୁଡ଼ି ପଡ଼ିଲା। ଦୁର୍ଘଟଣାରେ ଆହତ ହୋଇଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ଏବଂ ଉଦ୍ଧାର କାର୍ଯ୍ୟ ମଧ୍ୟ ଜାରି ରହିଛି।
ଆଜି ସକାଳେ ମନ୍ଦିରରେ ଚନ୍ଦନୋତ୍ସବ ଚାଲିଥିଲା। ଘଟଣାସ୍ଥଳରେ NDRF ଏବଂ SDRF ଉପସ୍ଥିତ ଅଛନ୍ତି। ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଛି।
The post ମନ୍ଦିର କାନ୍ଥ ଭୁଶୁଡ଼ି ୭ ମୃତ, ଅନେକ ଆହତ appeared first on .