ମନ୍ଦିରରେ ଆତସବାଜି ବେଳେ ବିସ୍ଫୋରଣ, ୧୫୦ ରୁ ଅଧିକ ଆହତ
କେରଳ ୨୯/୧୦: ମନ୍ଦିରରେ ଆତସବାଜି ବେଳେ ଭୟଙ୍କର ଦୁର୍ଘଟଣା । ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି । କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଘଟିଛି ଦୁର୍ଘଟଣା । ସୂଚନାଥାଉକି, ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ ଚାଲିଥିଲା । ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା । ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପି ଯାଇଥିଲା । ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେରଳ ପୁଲିସ ଏକ ଏଫଆଇଆର୍ ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି।
କେରଳ ୨୯/୧୦: ମନ୍ଦିରରେ ଆତସବାଜି ବେଳେ ଭୟଙ୍କର ଦୁର୍ଘଟଣା । ନିଆଁ ଲାଗି ୧୫୦ରୁ ଅଧିକ ଆହତ ହୋଇଛନ୍ତି । କେରଳର କାସରାଗୋଡ ଜିଲ୍ଲାର ନୀଲେଶ୍ୱର ନିକଟସ୍ଥ ଏକ ମନ୍ଦିରରେ ଆତସବାଜି ସମୟରେ ଘଟିଛି ଦୁର୍ଘଟଣା ।
ସୂଚନାଥାଉକି, ଅଞ୍ଜୁତମ୍ବାଲମ୍ ବିରାକାଭୁ ମନ୍ଦିରରେ ବାର୍ଷିକ କାଲିଆଟମ୍ ପର୍ବ ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ ଜମିଥିଲା। ଏହି ସମୟରେ ଆତସବାଜି ମଧ୍ୟ ଚାଲିଥିଲା । ତେବେ ଆତସବାଜି ବେଳେ ସେଥିରୁ ନିଆଁ ଝୁଲ ଖସି ବାଣ ରଖାଯାଇଥିବା ଷ୍ଟୋରେଜ ଘର ପରେ ପଡିଥିଲା । ଫଳରେ ଏଥିରେ ନିଆଁ ଲାଗି ଭୟଙ୍କର ବିସ୍ଫୋରଣ ହୋଇଥିଲା । ଦେଖୁ ଦେଖୁ ଏହା ଚାରିଆଡେ ବ୍ୟାପି ଯାଇଥିଲା ।
ଲୋକେ ଭୟରେ ଏଣେତେଣେ ଦୌଡିବାକୁ ଲାଗିଥିଲେ । ସୋମବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି। ଏଥିରେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆହତମାନଙ୍କୁ କାସରାଗୋଡ, କନ୍ନୁର ଏବଂ ମାଙ୍ଗାଲୁରୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏବଂ ଜିଲ୍ଲା ପୁଲିସ ମୁଖ୍ୟଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ପ୍ରଭାବିତ ଲୋକଙ୍କୁ ରିଲିଫ ଯୋଗାଇବା ପାଇଁ ତୁରନ୍ତ ପଦକ୍ଷେପ ନେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସେପଟେ କେରଳ ପୁଲିସ ଏକ ଏଫଆଇଆର୍ ରୁଜୁ କରି ମାମଲାର ତଦନ୍ତ ଜାରି ରଖିଛି।