ମନ୍ଦିରରେ ପଶି ଚୋରି କରୁଥିଲେ, ଚୋରକୁ କାବୁ କରି ପୋଲିସ ଜିମା ଦେଲେ ଗାଁ ଲୋକେ
ବାଲିପାଟଣା ୦୫।୧୦ : ଚୋରି ବେଳେ ଧରାପଡିଲା ଚୋର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମ ପଞ୍ଚାୟତ ପଇଡପାଟଣା ବେଲେଶ୍ୱର ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି । ଖବର ଅନୁଯାୟୀ, ବିଳମ୍ବିତ ରାତିରେ ୨ରୁ ଅଧିକ ଚୋର ମନ୍ଦିରର ତାଲା ଭାଙ୍ଗି ଚୋରି କରୁଥିଲେ । ଏହି ସମୟରେ ମଝି ଦିଓ୍ୱାନ ପାଟଣା ଗାଁର କିଛି ଲୋକ ଚୋରି ସଂପର୍କରେ ଖବର ପାଇ ଚୋରକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ଜଣେ ଚୋରକୁ କାବୁ କରିଥିବା ବେଳେ ଆଉ ଜଣେ ଖସିଯିବାରେ ସଫଳ ହୋଇଛି । ଶେଷରେ ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ସର୍ପ, ଅଳଙ୍କାର ଚୋରି କରିଛନ୍ତି ଚୋର । ସେହିପରି ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିଲା । ଶେଷରେ ଗ୍ରାମବାସୀ ଜିମା ଦେଇଥିବା ଚୋରକୁ ଜେରା କରୁଛି ପୋଲିସ। ଏହି ଚୋରି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।
ବାଲିପାଟଣା ୦୫।୧୦ : ଚୋରି ବେଳେ ଧରାପଡିଲା ଚୋର । ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଭାପୁର ଗ୍ରାମ ପଞ୍ଚାୟତ ପଇଡପାଟଣା ବେଲେଶ୍ୱର ମନ୍ଦିରରୁ ଚୋରି ହୋଇଛି । ପୋଲିସ ଘଟଣାର ଛାନ୍ଭିନ୍ ଆରମ୍ଭ କରିଛି ।
ଖବର ଅନୁଯାୟୀ, ବିଳମ୍ବିତ ରାତିରେ ୨ରୁ ଅଧିକ ଚୋର ମନ୍ଦିରର ତାଲା ଭାଙ୍ଗି ଚୋରି କରୁଥିଲେ । ଏହି ସମୟରେ ମଝି ଦିଓ୍ୱାନ ପାଟଣା ଗାଁର କିଛି ଲୋକ ଚୋରି ସଂପର୍କରେ ଖବର ପାଇ ଚୋରକୁ କାବୁ କରିବାକୁ ଚେଷ୍ଟା କରିଥିଲେ । ଘଟଣାସ୍ଥଳରେ ଜଣେ ଚୋରକୁ କାବୁ କରିଥିବା ବେଳେ ଆଉ ଜଣେ ଖସିଯିବାରେ ସଫଳ ହୋଇଛି । ଶେଷରେ ଚୋରକୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ମନ୍ଦିରରୁ ମୂଲ୍ୟବାନ ମୂର୍ତ୍ତି, ସର୍ପ, ଅଳଙ୍କାର ଚୋରି କରିଛନ୍ତି ଚୋର ।
ସେହିପରି ପୂର୍ବରୁ ମଧ୍ୟ ଏହି ମନ୍ଦିରରୁ ଚୋରି ହୋଇଥିଲା । ଶେଷରେ ଗ୍ରାମବାସୀ ଜିମା ଦେଇଥିବା ଚୋରକୁ ଜେରା କରୁଛି ପୋଲିସ। ଏହି ଚୋରି ଘଟଣାରେ ଆଉ କିଏ କିଏ ସାମିଲ ଅଛନ୍ତି । ସେନେଇ ମଧ୍ୟ ଛାନ୍ଭିନ୍ ଜାରି ରଖିଛି ପୋଲିସ ।