ମମତା ବାନାର୍ଜୀ ପୁଣି ଆହତ

ତାଙ୍କ ଗୋଡରେ ଆଘାତ ଲାଗିଛି। ବର୍ଦ୍ଧମାନର ଦୁର୍ଗାପୁରରେ ହେଲିକପ୍ଟରରେ ଚଢ଼ିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ତଳେ ପଡି ଯାଇଛନ୍ତି।

ମମତା ବାନାର୍ଜୀ ପୁଣି ଆହତ

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ନାଜାର୍ନୀ ପୁଣି ଆହତ। ପୁଣି ଥରେ ସେ ଏକ ଦୁର୍ଘଟଣାର ଶିକାର ହୋଇଛନ୍ତି। ତାଙ୍କ ଗୋଡରେ ଆଘାତ ଲାଗିଛି। ବର୍ଦ୍ଧମାନର ଦୁର୍ଗାପୁରରେ ହେଲିକପ୍ଟରରେ ଚଢ଼ିବା ବେଳେ ତାଙ୍କ ଗୋଡ ଖସିଯିବାରୁ ସେ ତଳେ ପଡି ଯାଇଛନ୍ତି।

ସୂଚନା ମୁତାବକ, ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରିବା ଲାଗି ଆଜି ମମତା ବାନାର୍ଜୀ ପଶ୍ଚିମବଙ୍ଗର ଦୁର୍ଗାପୁରରେ ପହଞ୍ଚିଥିଲେ। ପ୍ରଚାର ଶେଷ ‌କରି ଫେରିବା ସମୟରେ ହେଲିକପ୍ଟରରେ ଚଢ଼ିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ତୃଣମୂଳ କଂଗ୍ରେସ (ଟିଏମସି) ସୁପ୍ରିମୋ ମମତା ବାନାର୍ଜୀ ହେଲିକପ୍ଟର ଭିତରକୁ ଯାଇ ତଳେ ପଡ଼ିଯାଇଥିଲେ। ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

ହେଲିକପ୍ଟରଟି ମମତାଙ୍କୁ ଦୁର୍ଗାପୁରରୁ ଆସାନସୋଲକୁ ନେବାକୁ ଅପେକ୍ଷା କରିଥିଲା। ଏହି ସମୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ କାରରେ ଆସି ହେଲିକପ୍ଟର ପାଖରେ ପହଞ୍ଚିଥିଲେ। କାରରୁ ବାହାରି ସେ ସିଡି ସାହାଯ୍ୟରେ ହେଲିକପ୍ଟର ଭିତରକୁ ଯିବା ପରେ ତଳେ ପଡ଼ିଯାଇଥିଲେ। ଏହାପରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ତୁରନ୍ତ ଉଠାଇ ନେଇଥିଲେ। ଏହି ଦୁର୍ଘଟଣାରେ ମମତା ସାମାନ୍ୟ ଆହତ ହୋଇଥିବା କୁହାଯାଉଛି। ତେବେ ଆହତ ହେବା ପରେ ବି ସେ ଆସାନସୋଲ ଯାଇ ପ୍ରଚାର କରିଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଜାନୁଆରୀ ମାସରେ ମଧ୍ୟ ଦିଦି ଦୁର୍ଘଟଣାର ହୋଇଥିଲେ। ତାଙ୍କ କାର୍‌ ଅନ୍ୟ ଏକ କାର୍‌ ସହ ଧକ୍କା ହେବା ଫଳରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଥିଲା। ସେ ଡ୍ରାଇଭରର ପାଖ ସିଟ୍‌ରେ ବସିଥିଲେ। ଫଳରେ ତାଙ୍କ ମୁଣ୍ଡ ଓ୍ୱିଣ୍ଡସ୍କ୍ରିନ୍‌ରେ ପିଟି ହୋଇଥିଲା।