ମମତା ସରକାରଙ୍କୁ ହାଇକୋର୍ଟଙ୍କ ଭର୍ତ୍ସନା: ଡାକ୍ତରାଣୀ ହତ୍ୟା ମାମଲାର CBI ତଦନ୍ତ ନିର୍ଦ୍ଦେଶ
କୋଲକାତା: ଡାକ୍ତରାଣୀ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ। କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଃଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ଜୋର ଧରିଛି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ମମତା ସରକାରଙ୍କୁ ଘେରିଛି ବିରୋଧୀ। ଏହି ମାମଲାରେ ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀ କହିଥିଲେ ଯେ ଯଦି ରବିବାର ଅର୍ଥାତ ଅଗଷ୍ଟ ୧୮ ସୁଦ୍ଧା ସମସ୍ତ ଅଭିଯୁକ୍ତ ଧରାନପଡନ୍ତି, ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରିଦେବେ ବୋଲି କହିଛନ୍ତି। ସିବିଆଇର ଏସବୁ ମାମଲାରେ ତଦନ୍ତର ସଫଳତା ହାର ବହୁତ କମ୍। କିନ୍ତୁ ଯଦି ଏହି ମାମଲା ଖୁଲାସା ନହୁଏ ତେବେ ସିବିଆଇକୁ ହସ୍ତାନ୍ତର କରାଯିବ।
କୋଲକାତା: ଡାକ୍ତରାଣୀ ହତ୍ୟା ମାମଲାର ହେବ ସିବିଆଇ ତଦନ୍ତ। ଏନେଇ ନିର୍ଦ୍ଦେଶ ଦେଇଛନ୍ତି କୋଲକାତା ହାଇକୋର୍ଟ। ତେବେ ୩ ସପ୍ତାହ ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
କୋଲକାତାର ଆରଜି କର ମେଡିକାଲ କଲେଜରେ ଜଣେ ମହିଳା ଡାକ୍ତରଙ୍କୁ ଦୁଃଷ୍କର୍ମ ଓ ହତ୍ୟା ମାମଲାରେ ରାଜନୀତି ଜୋର ଧରିଛି। ରାଜ୍ୟରେ ଆଇନ ଶୃଙ୍ଖଳାକୁ ନେଇ ମମତା ସରକାରଙ୍କୁ ଘେରିଛି ବିରୋଧୀ। ଏହି ମାମଲାରେ ପଶ୍ଚିମବଙ୍ଗ ସିଏମ୍ ମମତା ବାନାର୍ଜୀ କହିଥିଲେ ଯେ ଯଦି ରବିବାର ଅର୍ଥାତ ଅଗଷ୍ଟ ୧୮ ସୁଦ୍ଧା ସମସ୍ତ ଅଭିଯୁକ୍ତ ଧରାନପଡନ୍ତି, ତେବେ ସେ ମାମଲା ସିବିଆଇକୁ ହସ୍ତାନ୍ତର କରିଦେବେ ବୋଲି କହିଛନ୍ତି। ସିବିଆଇର ଏସବୁ ମାମଲାରେ ତଦନ୍ତର ସଫଳତା ହାର ବହୁତ କମ୍। କିନ୍ତୁ ଯଦି ଏହି ମାମଲା ଖୁଲାସା ନହୁଏ ତେବେ ସିବିଆଇକୁ ହସ୍ତାନ୍ତର କରାଯିବ।