ମମତାଙ୍କୁ ଲିଗାଲ ନୋଟିସ୍
କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍ଏସ୍)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି। ପ୍ରଦୀପ୍ତାନନ୍ଦଙ୍କ ସମେତ ଗୋଟିଏ ଗୋଷ୍ଠୀ ସନ୍ଥ ଭାଜପା ପାଇଁ କାର୍ଯ୍ୟ କରୁଥିବା ମମତା ଅଭଯୋଗ କରିଥିଲେ। ସେଥିପାଇଁ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ନୋଟିସ ପାଇବାର ୪୮ ଘଣ୍ଟା ମଧ୍ୟରେ ଖବରଦାତା ସମ୍ମିଳନୀ ଡାକି ନିଃସର୍ତ୍ତ କ୍ଷମା ମାଗିବା ସହ ନିଜର ବିବାଦୀୟ ମନ୍ତବ୍ୟ ଫେରାଇ ନେବାକୁ […] The post ମମତାଙ୍କୁ ଲିଗାଲ ନୋଟିସ୍ appeared first on Dharitri Odia News.
କୋଲକାତା,୨୧ା୫:ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭାରତ ସେବାଶ୍ରମ ସଂଘ (ବିଏସ୍ଏସ୍)ର ସମ୍ପାଦକ ସ୍ବାମୀ ପ୍ରଦୀପ୍ତାନନ୍ଦ ସୋମବାର ଲିଗାଲ ନୋଟିସ୍ ପଠାଇ ୪୮ ଘଣ୍ଟା ମଧ୍ୟରେ ନିଃସର୍ତ୍ତ କ୍ଷମା ମାଗିବାକୁ କହିଛନ୍ତି। ପ୍ରଦୀପ୍ତାନନ୍ଦଙ୍କ ସମେତ ଗୋଟିଏ ଗୋଷ୍ଠୀ ସନ୍ଥ ଭାଜପା ପାଇଁ କାର୍ଯ୍ୟ କରୁଥିବା ମମତା ଅଭଯୋଗ କରିଥିଲେ। ସେଥିପାଇଁ ତୃଣମୂଳ କଂଗ୍ରେସ ଅଧ୍ୟକ୍ଷା ନୋଟିସ ପାଇବାର ୪୮ ଘଣ୍ଟା ମଧ୍ୟରେ ଖବରଦାତା ସମ୍ମିଳନୀ ଡାକି ନିଃସର୍ତ୍ତ କ୍ଷମା ମାଗିବା ସହ ନିଜର ବିବାଦୀୟ ମନ୍ତବ୍ୟ ଫେରାଇ ନେବାକୁ ଏଥିରେ କୁହାଯାଇଛି। ଯଦି ମମତା ୪ ଦିନ ମଧ୍ୟରେ ଜବାବ ନ ଦିଅନ୍ତି, ତେବେ ସେ ପ୍ରଦୀପ୍ତାନନ୍ଦଜୀଙ୍କ ବିରୋଧରେ ମିଥ୍ୟା ଅଭିଯୋଗ ଆଣି ତାଙ୍କୁ ସର୍ବସାଧାରଣରେ ଅପମାନିତ କରିବାକୁ ଚାହୁଁଥିବା ବୁଝାଯିବ। ମମତାଙ୍କ ବିରୋଧରେ ଆପରାଧିକ ମାମଲା ଦାଏର କରିବା ଅଧିକାର ପ୍ରଦୀପ୍ତାନନ୍ଦଙ୍କର ରହିଥିବା ତାଙ୍କ ଓକିଲ କହିଛନ୍ତି।
The post ମମତାଙ୍କୁ ଲିଗାଲ ନୋଟିସ୍ appeared first on Dharitri Odia News.