ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ  । ୧୫ ବର୍ଷରେ ଗଲାଣି ୭୨ରୁ ଅଧିକ ଜୀବନ ।

କନକ ବ୍ୟୁରୋ: ୧୫ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଗଲାଣି । ଯିବା ଆସିବା କଲା ବେଳେ ରାସ୍ତାରେ ଧୂଳି ଉଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରାଉଛି । ଯେଉଁଥିପାଇଁ ୧୫ ବର୍ଷ ଭିତରେ ୭୨ଜଣଙ୍କ ଜୀବନ ଗଲାଣି । ୭ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେ କହୁଛୁ ବାଲେଶ୍ବର ଭେଲୋରା ଛକ ନିକଟରେ ଥିବା ୬୦ନଂ ଜାତୀୟ ରାଜପଥ । ପ୍ରଶାସନିକ  ଅବହେଳା ପାଇଁ  ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ରାସ୍ତା । ଏ ହେଉଛି ବାଲେଶ୍ୱର ଭେଲୋରା ଛକ ନିକଟ ୬୦ନଂ ଜାତୀୟ ରାଜପଥ । ଦୁର୍ଘଟଣା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବର୍ଣ୍ଣ ଚତୁଭୁର୍ଜ ଯୋଜନାରେ ଏହି ରାଜପଥକୁ ସାମିଲ କରାଯାଇଛି । ୪ ଲାଇନ ବିଶିଷ୍ଟ ରାସ୍ତାରେ ଭୂତଳ ବ୍ରିଜ ନିର୍ମାଣ ପାଇଁ ରାସ୍ତା ଖୋଳାହୋଇଛି । ୨୦୧୦ରେ ୫ଶହ ମିଟର ବାଇପାସ କାମ ଆରମ୍ଭ ହୋଇଥିବା ବେଳେ କାମ ଅଧା କରି ଠିକାଦାରଙ୍କ ଦେଖାନାହିଁ । ଫଳରେ ଆଜିକୁ ୧୫ବର୍ଷ ବିତିଯାଇଥିଲେ ବି ରାସ୍ତା କାମ ସରିନି । ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ ପରେ ୨୦୨୨ରେ ଏହି କାମ ନୂତନ ଠିକାଦାରଙ୍କୁ ଦିଆଯାଇଥିଲା । ମାତ୍ର ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ବ୍ରିଜ୍‌ କାମ ଆଗେଇ ପାରୁନି । ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି ।   ବାଇପାସ ଛକ ଉପରେ ବସ୍ତା ଓ ଜଳେଶ୍ବର ବ୍ଲକ ଠାରୁ ଆରମ୍ଭ କରି ବାଲିଆପାଳକୁ ଯିବା ପାଇଁ ଲୋକ ନିର୍ଭର କରନ୍ତି । ସେଥିରେ ପୁଣି ଶ୍ୱର୍ଣ୍ଣ ଚତ

ମରଣଯନ୍ତା ପାଲଟିଛି ଜାତୀୟ ରାଜପଥ  । ୧୫ ବର୍ଷରେ ଗଲାଣି ୭୨ରୁ ଅଧିକ ଜୀବନ ।

କନକ ବ୍ୟୁରୋ: ୧୫ ବର୍ଷ ହେଲାଣି ସରୁନି ଜାତୀୟ ରାଜପଥ କାମ । ରାସ୍ତା ସାରା ଖାଲଖମାରେ ଭର୍ତ୍ତି ହୋଇଗଲାଣି । ଯିବା ଆସିବା କଲା ବେଳେ ରାସ୍ତାରେ ଧୂଳି ଉଡ଼ି ଲୋକଙ୍କୁ ଅସ୍ତବ୍ୟସ୍ତ କରାଉଛି । ଯେଉଁଥିପାଇଁ ୧୫ ବର୍ଷ ଭିତରେ ୭୨ଜଣଙ୍କ ଜୀବନ ଗଲାଣି । ୭ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆମେ କହୁଛୁ ବାଲେଶ୍ବର ଭେଲୋରା ଛକ ନିକଟରେ ଥିବା ୬୦ନଂ ଜାତୀୟ ରାଜପଥ । ପ୍ରଶାସନିକ  ଅବହେଳା ପାଇଁ  ଅସମ୍ପୂର୍ଣ୍ଣ ହୋଇ ପଡ଼ିଛି ରାସ୍ତା ।

ଏ ହେଉଛି ବାଲେଶ୍ୱର ଭେଲୋରା ଛକ ନିକଟ ୬୦ନଂ ଜାତୀୟ ରାଜପଥ । ଦୁର୍ଘଟଣା ମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଦ୍ବାରା ସ୍ବର୍ଣ୍ଣ ଚତୁଭୁର୍ଜ ଯୋଜନାରେ ଏହି ରାଜପଥକୁ ସାମିଲ କରାଯାଇଛି । ୪ ଲାଇନ ବିଶିଷ୍ଟ ରାସ୍ତାରେ ଭୂତଳ ବ୍ରିଜ ନିର୍ମାଣ ପାଇଁ ରାସ୍ତା ଖୋଳାହୋଇଛି । ୨୦୧୦ରେ ୫ଶହ ମିଟର ବାଇପାସ କାମ ଆରମ୍ଭ ହୋଇଥିବା ବେଳେ କାମ ଅଧା କରି ଠିକାଦାରଙ୍କ ଦେଖାନାହିଁ । ଫଳରେ ଆଜିକୁ ୧୫ବର୍ଷ ବିତିଯାଇଥିଲେ ବି ରାସ୍ତା କାମ ସରିନି । ଏନେଇ ଲୋକମାନେ ବାରମ୍ବାର ଅଭିଯୋଗ ପରେ ୨୦୨୨ରେ ଏହି କାମ ନୂତନ ଠିକାଦାରଙ୍କୁ ଦିଆଯାଇଥିଲା । ମାତ୍ର ଠିକାଦାରଙ୍କ ମନମୁଖି କାର୍ଯ୍ୟ ପାଇଁ ବ୍ରିଜ୍‌ କାମ ଆଗେଇ ପାରୁନି । ନିମ୍ନମାନର କାମ ହେଉଥିବା ଅଭିଯୋଗ ହୋଇଛି ।  

ବାଇପାସ ଛକ ଉପରେ ବସ୍ତା ଓ ଜଳେଶ୍ବର ବ୍ଲକ ଠାରୁ ଆରମ୍ଭ କରି ବାଲିଆପାଳକୁ ଯିବା ପାଇଁ ଲୋକ ନିର୍ଭର କରନ୍ତି । ସେଥିରେ ପୁଣି ଶ୍ୱର୍ଣ୍ଣ ଚତୁର୍ଭୁଜ ରାସ୍ତା ହୋଇଥିବାରୁ ରାଜ୍ୟ ତଥା ରାଜ୍ୟ ବାହାରୁ ହଜାର ହଜାର ଗାଡ଼ି ଏହି ରାସ୍ତା ଦେଇ ଯାତୟାତ କରୁଛି । କିନ୍ତୁ ରାସ୍ତା ସାରା ଖାଲ ଖମାରେ ଭର୍ତ୍ତି ହୋଇ ବାଲି, ମୋରମ ସବୁ କୁହୁଡ଼ି ଭଳି ଉଡ଼ୁଛି । ଫଳରେ ଅନେକ ସମୟରେ ଦୁର୍ଘଟଣା ଘଟୁଛି । ୧୫ ବର୍ଷ ଭିତରେ ଦୁର୍ଘଟଣାରେ ୭୨ ଜଣକ ଜୀବନ ଗଲାଣି । ୭ ଶହରୁ ଅଧିକ ଲୋକ ଆହତ ହୋଇଛନ୍ତି । ଜାତୀୟ ରାଜପଥକୁ ବିପଦ ମୁକ୍ତ କରିବା ପାଇଁ ତୁରନ୍ତ ଭୂତଳ ବ୍ରିଜ୍‌ ଓ ବାଇପାସ କାମ ଶେଷ କରିବା ପାଇଁ ଦାବି ହୋଇଛି।