ମରଣାନ୍ତକ ଆକ୍ରମଣ: ଜେଲ ଗଲେ ଅଭିଯୁକ୍ତ
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏରେନ୍ଡ୍ରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ପାଣ୍ଡିଆଝୋଳି ଗ୍ରାମର ଋଷିଆ ଦାସ ୩ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ହିମାଂଶୁ ଶେଖର ପାତ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା (ନଂ.୫୨୭/୨୪) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏରେନ୍ଡ୍ରା […] The post ମରଣାନ୍ତକ ଆକ୍ରମଣ: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.
ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ଏରେନ୍ଡ୍ରା ଗ୍ରାମରେ ଶୁକ୍ରବାର ବିଳମ୍ବିତ ରାତିରେ ପାଣ୍ଡିଆଝୋଳି ଗ୍ରାମର ଋଷିଆ ଦାସ ୩ ପରିବାରର ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କୁ ଶନିବାର ତଦନ୍ତକାରୀ ଅଧିକାରୀ ଏସ.ଆଇ ହିମାଂଶୁ ଶେଖର ପାତ୍ର ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଥାନା ମାମଲା (ନଂ.୫୨୭/୨୪) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଏରେନ୍ଡ୍ରା ଗ୍ରାମର ଝୁନୁୁ ଦାସଙ୍କ ଝିଅ ଗୌରୀ ପାଣ୍ଡିଆଝୋଳି ଗ୍ରାମର ସିମାଞ୍ଚଳ ଦାସଙ୍କୁ ବିବାହ କରିଥିଲେ। କିନ୍ତୁ ସିମାଞ୍ଚଳ ନିଜର ପରିବାରକୁ ନେଇ ଶ୍ୱଶୁର ଘର ଏରେନ୍ଡ୍ରା ଗ୍ରାମରେ ରହୁଥିଲେ। କିଛି ଦିନ ପରେ ନିଜ ଗ୍ରାମରୁ ସାନ ଭାଇ ଋ଼ଷିଙ୍କୁ ଡାକି ଆଣି ଶ୍ୱଶୁର ଘରେ ରଖିଥିବା ବେଳେ ଶୁକ୍ରବାର ସାରେ ପଡୋଶୀ ମେଳିଆ ଦାସଙ୍କ ପୁଅର ନିର୍ବନ୍ଧ ଭୋଜି ପାଇଁ ପଥରପୁଞ୍ଜି ଗ୍ରାମକୁ ଯାଇଥିଲେ । କିନ୍ତୁ ଋ଼ଷିଙ୍କୁ ଡକାଯାଇନଥିଲା। ଏଥିରେ ଉତକ୍ଷୀପ୍ତ ହୋଇଥିଲେ ଋ଼ଷି। ପରେ ପଡୋଶୀ କୀର୍ତ୍ତନ ଦାସଙ୍କ ସହ ସେ ଭୋଜି ଖାଇବାକୁ ଯାଇଥିଲେ। ଭୋଜି ଖାଇ ସମସ୍ତ ପରିବାର ଫେରିଆସି ଘରେ ଶୋଇଥିବା ବେଳେ ଋ଼ଷି ଗୋଟିଏ କଟୁରୀରେ ସିମାଞ୍ଚଳ ଙ୍କ ଶାଶୁ ଝୁନୁ ଦାସ,ଭାଉଜ ଗୌରୀ ,ରେଣୁ, ସମ୍ପର୍କୀୟ ନିଳାଞ୍ଚଳ ଏବଂ ତୀର୍ଥ ଙ୍କୁ ଆକ୍ରମଣ କରିଥିଲେ। ସମସ୍ତ ଆହତଙ୍କୁ ନିକଟସ୍ଥ ଆଡ଼ ପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଝୁନୁ ଦାସଙ୍କ ଏତଲା କ୍ରମେ ପାଟପୁର ଥାନା ଆଇଆଇସି ସବ୍ୟସାଚୀ ମଲ୍ଲ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରିଥିଲେ।
The post ମରଣାନ୍ତକ ଆକ୍ରମଣ: ଜେଲ ଗଲେ ଅଭିଯୁକ୍ତ appeared first on Dharitri Odia News.