ମରିଗଲା ମାନବିକତା, ଜନ୍ମ ପରେ ନବଜାତକକୁ ଫୋପାଡିଦେଲେ ପରିବାର
ଉଦଳା ୦୪/୧୦: କଥାରେ ଅଛି ରଖେ ହରି ତ ମାରେ କିଏ? ଏ କଥାର ଅଛି ଯଥାର୍ଥତା । ଅର୍ଥାତ୍ ଯାହାକୁ ଭଗବାନ ରକ୍ଷା କରିବେ ତାକୁ ମାରିବ କିଏ? ତେବେ ସତରେ କଣ ଜଣେ ମା' ଏମିତି କରିପାରେ? ହୁଏତ ଆପଣଙ୍କ ଏସବୁ ଅଜବ ଲାଗିପାରେ । ଏମିତି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଠଣଗାଁ ଗ୍ରାମରୁ । ଜଣେ ମାଆ ୯ ମାସ ଗର୍ଭରେ ରଖି କଷ୍ଟ ସହି ଜନ୍ମଦେଲା । ହେଲେ ଜନ୍ମ ହେବା ପରେ ପର କଲା । ସୂଚନା ଥାଉକି, ଅଠଣଗାଁ ଗ୍ରାମ ନିକଟରେ ଥିବା ସୋନ ନଦୀ ପୋଲ ତଳେ ସ୍ଥାନୀୟ ମହିଳାମାନେ ଗାଧୋଉଥିଲେ । ଏହି ସମୟରେ ବାଇକରେ ଆସି ଜଣେ ବ୍ୟକ୍ତି ଗୋଟିଏ ବ୍ୟାଗ ଧରି ପୋଲ ଉପରୁ ତଳକୁ ପକାଇ ଦେଇ ଚାଲିଗଲେ । ତେବେ କିଛି ସମୟ ପରେ ସେହି ବ୍ୟାଗ ଭିତରୁ ଶୁଭିଥିଲା ଛୋଟ ଶିଶୁ କାନ୍ଦିବାର ଶବ୍ଦ । ଯାହାକୁ ଶୁଣିଥିଲେ ସେଠାରେ ଗାଧୋଉଥିବା ଲୋକେ । ଦୌଡିଯାଇ ବ୍ୟାଗ ଖୋଲି ଦେଖିବାରୁ ପରିବା ବ୍ୟାଗ ଭିତରେ ଜଣେ ନବଜାତକ ଶିଶୁପୁତ୍ର ଥିବା ଦେଖିବାକୁ ପାଇଥିଲେ । ପରିବା ବ୍ୟାଗ ଭିତରେ ଖବରକାଗଜ ଦେଇ ତାହା ଭିତରେ ଶିଶୁପୁତ୍ରକୁ ରଖି ଫୋପାଡି ଦେଇ ଚାଲିଯାଇଥିଲେ ଯୁବତ । ସୌଭାଗ୍ୟବଶତଃ ବ୍ୟାଗଟି ପଥର ଉପରେ ନ ପଡି ବାଲିରେ ପଡିଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଶିଶୁପୁତ୍ରକୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତି କରିଛନ୍ତି । ମେଡିକାଲରେ ଏବେ ନବଜାତକ ଶିଶୁଟି ଚିକିତ୍ସାଧୀନ ଅଛି । ତେବେ ଶିଶୁପୁତ୍ରଟି କୌଣସି ଡାକ୍ତରଖାନାରେ ଜନ୍ମ ନହୋଇ ଘରେ ଆଜି
ଉଦଳା ୦୪/୧୦: କଥାରେ ଅଛି ରଖେ ହରି ତ ମାରେ କିଏ? ଏ କଥାର ଅଛି ଯଥାର୍ଥତା । ଅର୍ଥାତ୍ ଯାହାକୁ ଭଗବାନ ରକ୍ଷା କରିବେ ତାକୁ ମାରିବ କିଏ? ତେବେ ସତରେ କଣ ଜଣେ ମା' ଏମିତି କରିପାରେ? ହୁଏତ ଆପଣଙ୍କ ଏସବୁ ଅଜବ ଲାଗିପାରେ । ଏମିତି ଘଟଣା ଦେଖିବାକୁ ମିଳିଛି ଉଦଳା ଥାନା ଅଠଣଗାଁ ଗ୍ରାମରୁ । ଜଣେ ମାଆ ୯ ମାସ ଗର୍ଭରେ ରଖି କଷ୍ଟ ସହି ଜନ୍ମଦେଲା । ହେଲେ ଜନ୍ମ ହେବା ପରେ ପର କଲା ।
ସୂଚନା ଥାଉକି, ଅଠଣଗାଁ ଗ୍ରାମ ନିକଟରେ ଥିବା ସୋନ ନଦୀ ପୋଲ ତଳେ ସ୍ଥାନୀୟ ମହିଳାମାନେ ଗାଧୋଉଥିଲେ । ଏହି ସମୟରେ ବାଇକରେ ଆସି ଜଣେ ବ୍ୟକ୍ତି ଗୋଟିଏ ବ୍ୟାଗ ଧରି ପୋଲ ଉପରୁ ତଳକୁ ପକାଇ ଦେଇ ଚାଲିଗଲେ । ତେବେ କିଛି ସମୟ ପରେ ସେହି ବ୍ୟାଗ ଭିତରୁ ଶୁଭିଥିଲା ଛୋଟ ଶିଶୁ କାନ୍ଦିବାର ଶବ୍ଦ । ଯାହାକୁ ଶୁଣିଥିଲେ ସେଠାରେ ଗାଧୋଉଥିବା ଲୋକେ ।
ଦୌଡିଯାଇ ବ୍ୟାଗ ଖୋଲି ଦେଖିବାରୁ ପରିବା ବ୍ୟାଗ ଭିତରେ ଜଣେ ନବଜାତକ ଶିଶୁପୁତ୍ର ଥିବା ଦେଖିବାକୁ ପାଇଥିଲେ । ପରିବା ବ୍ୟାଗ ଭିତରେ ଖବରକାଗଜ ଦେଇ ତାହା ଭିତରେ ଶିଶୁପୁତ୍ରକୁ ରଖି ଫୋପାଡି ଦେଇ ଚାଲିଯାଇଥିଲେ ଯୁବତ । ସୌଭାଗ୍ୟବଶତଃ ବ୍ୟାଗଟି ପଥର ଉପରେ ନ ପଡି ବାଲିରେ ପଡିଥିବାରୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଶିଶୁପୁତ୍ରକୁ ଚିକିତ୍ସା ନିମନ୍ତେ ଉଦଳା ମେଡିକାଲରେ ଭର୍ତି କରିଛନ୍ତି । ମେଡିକାଲରେ ଏବେ ନବଜାତକ ଶିଶୁଟି ଚିକିତ୍ସାଧୀନ ଅଛି ।
ତେବେ ଶିଶୁପୁତ୍ରଟି କୌଣସି ଡାକ୍ତରଖାନାରେ ଜନ୍ମ ନହୋଇ ଘରେ ଆଜି ଜନ୍ମ ହୋଇଥିବା କହିଛନ୍ତି ଡାକ୍ତର । ଆହୁରି ବି ଶିଶୁପୁତ୍ରଟିର ନାଭି କଟାଯାଇନି କି ଶରୀରରେ କୌମସି ଗଭୀର କ୍ଷତ ନଥିବା କହିଛନ୍ତି ଡାକ୍ତର । ବର୍ତ୍ତମାନ ଶିଶୁପୁତ୍ରଟିକୁ ଭେଂଟିଲେଟରରେ ରଖାଯାଇଛି । ତେବେ କିଏ କ'ଣ ପାଇଁ ଶିଶୁପୁତ୍ରକୁ ଏପରି ଫୋପାଡି ଦେଇ ଚାଲିଗଲା ତାହାର ତଦନ୍ତ କରୁଛି ପୋଲିସ୍ ।