ମର୍ଜିତାପୁର ଅଙ୍ଗଦାନ ନେଇ ଏକ ସଚେତନତା ଅଭିଯାନ

ଚଣ୍ଡିଖୋଲ ୨୩।୦୪ : ଅଙ୍ଗଦାନ ମହାପୂଣ୍ୟ । ଯାହାକୁ ନେଇ ଯାଜପୁର ଜିଲ୍ଲା ମର୍ଜିତାପୁର ଠାରେ ଅଙ୍ଗଦାନ ନେଇ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସଚେତନ ନାଗରିକ ମଞ୍ଚ ଓ କବାଟବନ୍ଧ ମେଡିକାଲ ପକ୍ଷରୁ ଏହି ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଯେକୌଣସି ବ୍ୟକ୍ତି ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇପାରିବେ । ସେହି ଉଦ୍ଦେଶ୍ୟ ନେଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି । କବାଟବନ୍ଧ ମେଡିକାଲ ଅଧିକାରୀ ଓ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ । ସମସ୍ତ ଅଙ୍ଗଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ବହୁ ଲୋକେ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ପାଇଁ ଆଗେଇ ଆସିଥିଲେ। ଯେଉଁମାନେ ଅଙ୍ଗଦାନ ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେମାନଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଏହିଭଳି ଅଭିଯାନ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି ।  

ମର୍ଜିତାପୁର ଅଙ୍ଗଦାନ ନେଇ ଏକ ସଚେତନତା ଅଭିଯାନ

ଚଣ୍ଡିଖୋଲ ୨୩।୦୪ : ଅଙ୍ଗଦାନ ମହାପୂଣ୍ୟ । ଯାହାକୁ ନେଇ ଯାଜପୁର ଜିଲ୍ଲା ମର୍ଜିତାପୁର ଠାରେ ଅଙ୍ଗଦାନ ନେଇ ଏକ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଯାଜପୁର ସଚେତନ ନାଗରିକ ମଞ୍ଚ ଓ କବାଟବନ୍ଧ ମେଡିକାଲ ପକ୍ଷରୁ ଏହି ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । 

ଏହି ଶିବିରରେ ଯେକୌଣସି ବ୍ୟକ୍ତି ଅଙ୍ଗଦାନ କରି ଅନ୍ୟର ଜୀବନ ବଞ୍ଚାଇପାରିବେ । ସେହି ଉଦ୍ଦେଶ୍ୟ ନେଇ ଏହି ଅଭିଯାନକୁ ଆରମ୍ଭ କରାଯାଇଛି । କବାଟବନ୍ଧ ମେଡିକାଲ ଅଧିକାରୀ ଓ ସଚେତନ ନାଗରିକ ମଞ୍ଚର କର୍ମକର୍ତ୍ତାମାନେ ଉପସ୍ଥିତ ରହି ଲୋକଙ୍କୁ ସଚେତନ କରାଇଥିଲେ । ସମସ୍ତ ଅଙ୍ଗଦାନ ପାଇଁ ଆଗେଇ ଆସିବାର ଆବଶ୍ୟକତା ରହିଛି । ବହୁ ଲୋକେ ସ୍ୱେଚ୍ଛାକୃତ ଭାବେ ଅଙ୍ଗଦାନ ପାଇଁ ଆଗେଇ ଆସିଥିଲେ। ଯେଉଁମାନେ ଅଙ୍ଗଦାନ ପାଇଁ ଇଚ୍ଛାପ୍ରକାଶ କରିଛନ୍ତି । ସେମାନଙ୍କୁ ସଚେତନ ନାଗରିକ ମଞ୍ଚ ପକ୍ଷରୁ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଗୋଟିଏ ଗୋଟିଏ ଗଛ ପ୍ରଦାନ କରାଯାଇଛି । ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ଏହିଭଳି ଅଭିଯାନ କରାଯାଇ ଲୋକଙ୍କୁ ସଚେତନ କରାଯିବ ବୋଲି ମେଡିକାଲ ଅଧିକାରୀ କହିଛନ୍ତି ।