ମର୍ମନ୍ତୁଦ ଦୁର୍ଘଟଣା: କାମ ସାରି ଘରକୁ ଫେରିବା ବେଳେ ଖଣିକୁ ଖସିଲା ବସ୍; ୧୨ ମୃତ...
Chhattisgarh Bus Accident: ଛତିଶଗଡ଼ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ୧୨ଜଣଙ୍କ ଗଲା ଜୀବନ, ୧୨ରୁ ଅଧିକ ଆହତ । ଦୁର୍ଗର ଏକ ଖଣି ଖାତରେ ଖସିପଡ଼ିଲା ବସ୍ ।
ଛତିଶଗଡ଼ ଦୁର୍ଗ ଜିଲ୍ଲା ଖାପ୍ରିରେ ବଡ଼ ଧରଣର ଦୁର୍ଘଟଣା। କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରୁଥିବା ବେଳେ ଦୁର୍ଘଟଣାରେ ଯାଇଛି ୧୨ ଜଣଙ୍କ ଜୀବନ। ଦୁର୍ଘଟଣାରେ ୧୨ରୁ ଅଧିକ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି । ଗତକାଲି ରାତି ପ୍ରାୟ ୮ଟା ୩୦ରେ ଦୁର୍ଗର ଏକ ମୋରମ ଖଣିରେ ବସ୍ ଖସି ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତାହତ ମାନେ ଏକ ଘରୋଇ ଫାର୍ମ କର୍ମଚାରୀ।
ସୂଚନା ଅନୁଯାୟୀ, ଏହି ବସରେ ପ୍ରାୟ ୩୦ ଜଣ ଯାତ୍ରୀ ଥିଲେ । ହଠାତ ବସଟି ରାସ୍ତାରୁ ପ୍ରାୟ ୪୦ ଫୁଟ ତଳ ମୋରଣ ଖଣିକୁ ଖସିପଡିଥିଲା । ବସରେ ଚାପି ହୋଇ ଘଟଣାସ୍ଥଳରେ କେତେ ଜଣଙ୍କ ମୃତ୍ୟୁ ହୋଇଥିଲା । ଖବର ମିଳିବା କ୍ଷଣି ତୁରନ୍ତ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲକୁ ପଠାଇଥିଲେ । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ।
ଅନ୍ୟପଟେ ଜିଲ୍ଲାପାଳ, ଏସପି ପ୍ରମୁଖ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ରହି ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ଆହତମାନଙ୍କ ଚିକିତ୍ସା ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା ହୋଇଥିବା କହିଛନ୍ତି ।
छत्तीसगढ़ के दुर्ग में हुआ बस हादसा अत्यंत दुखद है। इसमें जिन्होंने अपने प्रियजनों को खोया है, उनके प्रति मेरी संवेदनाएं। इसके साथ ही मैं घायलों के शीघ्र स्वस्थ होने की कामना करता हूं। राज्य सरकार की निगरानी में स्थानीय प्रशासन पीड़ितों की हरसंभव मदद में जुटा है। — Narendra Modi (@narendramodi) April 9, 2024
ସେହିପରି ଦୁର୍ଘଟଣା ଅତ୍ୟନ୍ତ ଦୁଃଖଦ ବୋଲି ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏପଟେ ଅତ୍ୟନ୍ତ ଦୁଃଖଦାୟକ ବୋଲି ସୋସିଆଲ ମିଡିଆ ଏକ୍ସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଲ୍ଲେଖ କରିଛନ୍ତି। ଯେଉଁମାନେ ନିଜର ପ୍ରିୟଜନଙ୍କୁ ହରାଇଛନ୍ତି, ସେମାନଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ପ୍ରଧାନମନ୍ତ୍ରୀ ।
दुर्ग के कुम्हारी के पास निजी कंपनी के कर्मचारियों से भरी बस के दुर्घटनाग्रस्त होने की दुःखद सूचना प्राप्त हुई। इस दुर्घटना में 11 कर्मचारियों के निधन का समाचार प्राप्त हो रहा है।
मैं ईश्वर से दिवंगत आत्माओं को शांति एवं शोकसंतप्त परिजनों को संबल प्रदान करने की प्रार्थना करता… — Vishnu Deo Sai (Modi Ka Parivar) (@vishnudsai) April 9, 2024