ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡା ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଗ୍ରାମର ଅରୁଣ ଧଙ୍ଗଡାମାଝୀ ଏବଂ ପଦ୍ମଲୋଚନ ପାତ୍ର ଦୁଇ ଜଣ ନର୍ଲା ଥାନା ଅଧୂନସ୍ତ ଗୋରକୋଲ ଗାଁକୁ ରାଜମିସ୍ତ୍ରୀ କାମ କରିବାକୁ ବାଇକ ଯୋଗେ […] The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ appeared first on Dharitri Odia News.

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ

ଲାଞ୍ଜିଗଡ,୫।୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ଢ଼େପଗୁଡା ଘାଟି ନିକଟରେ ସୋମବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ୨ ଜଣକର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଲାଞ୍ଜିଗଡ଼ ବ୍ଲକ ପୋଖରୀବନ୍ଦ ଗ୍ରାମର ଅରୁଣ ଧଙ୍ଗଡାମାଝୀ ଏବଂ ପଦ୍ମଲୋଚନ ପାତ୍ର ଦୁଇ ଜଣ ନର୍ଲା ଥାନା ଅଧୂନସ୍ତ ଗୋରକୋଲ ଗାଁକୁ ରାଜମିସ୍ତ୍ରୀ କାମ କରିବାକୁ ବାଇକ ଯୋଗେ ଯିବା ସମୟରେ ଢେପଗୁଡ଼ା ଘାଟି ନିକଟରେ ରାୟଗଡ଼ା ପଟୁ ଆସୁଥିବା ଏକ ଟ୍ରଲର ଟ୍ରକ ଧକ୍କା ଫଳରେ ଘଟଣାସ୍ଥଳରେ ହିଁ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଦୁଇ ଜଣଙ୍କ ଉପରେ ମାଡ଼ି ଟ୍ରକଟି ମଧ୍ୟ ଓଲଟି ପଡ଼ିଥିବାବେଳେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି। ସୂଚନାପାଇ ବିଶ୍ବନାଥପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତି କରୁଥିବା ବେଳେ ଭବାନୀପାଟଣାରୁ ବିଶାଖାପାଟଣାକୁ ସଂଯୋଗ କରୁଥିବା ରାସ୍ତା ଅବରୋଧ ରହିଛି। ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଯାନବାହାନ ଅଟକି ରହିଛି I

The post ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଚାଲିଗଲା ୨ ଜୀବନ appeared first on Dharitri Odia News.