ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ରାସ୍ତା ପାର୍ ବେଳେ ବସ୍ ଧକ୍କାରେ ବୃଦ୍ଧା ମୃତ
କଟକ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଧକ୍କାରେ ବୃଦ୍ଧା ମୃତ।ଘଟଣା ଘଟିଛି କଟକ ଫୁଲ ନଖରା ନିକଟରେ। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ରାସ୍ତା ପାର୍ ହେଉଥିବା ବେଳେ ଭୁବନେଶ୍ବରରୁ ବାରିପଦା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ଜାଗା କାଳିଆ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା।ଏଥିରେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ବସ୍କୁ ଜବତ କରିଛି। ତେବେ ମୃତ ବୃଦ୍ଧା ଜଣଙ୍କ ପରିଚୟ ମିଳିପାରିନାହିଁ।
କଟକ: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବସ୍ ଧକ୍କାରେ ବୃଦ୍ଧା ମୃତ।ଘଟଣା ଘଟିଛି କଟକ ଫୁଲ ନଖରା ନିକଟରେ। ସୂଚନା ଅନୁଯାୟୀ, ବୃଦ୍ଧା ଜଣକ ରାସ୍ତା ପାର୍ ହେଉଥିବା ବେଳେ ଭୁବନେଶ୍ବରରୁ ବାରିପଦା ଯାଉଥିବା ଘରୋଇ ଯାତ୍ରୀବାହୀ ବସ୍ ଜାଗା କାଳିଆ ଧକ୍କା ଦେବା ସହ ତାଙ୍କ ଉପରେ ଚଢ଼ି ଯାଇଥିଲା।
ଏଥିରେ ବୃଦ୍ଧାଙ୍କର ଘଟଣା ସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା।ଘଟଣା ସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ସହ ବସ୍କୁ ଜବତ କରିଛି। ତେବେ ମୃତ ବୃଦ୍ଧା ଜଣଙ୍କ ପରିଚୟ ମିଳିପାରିନାହିଁ।