ମଲାଇକା ଆରୋରାଙ୍କ ସହ ବ୍ରେକ୍‌ଅପ୍ ଖବର ଭିତରେ ଅର୍ଜୁନ କପୁରଙ୍କ ଜୀବନରେ ନୂଆ ନାୟିକା ଏଣ୍ଟ୍ରୀ!

ଗତ ବର୍ଷ ସ୍ୱାମୀ ଜୋରୱାର ସିଂହ ଅହଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ସୋସିଆଲ ମିଡିଆ ସେନ୍‌ସେସ୍ କୁଶା କପିଲାଙ୍କ ନାମ ଅର୍ଜୁନ କପୁରଙ୍କ ସହ ଜଡିତ ଥିଲା। ସେମାନଙ୍କ ଲିଙ୍କ୍‌ଅପ୍‌କୁ ନେଇ ଅନେକ ଆଲୋଚନା ହୋଇଥିଲା। ଏବେ ଏହାକୁ ଚର୍ଚ୍ଚା ପୁଣି ବଢିଛି।

ମଲାଇକା ଆରୋରାଙ୍କ ସହ ବ୍ରେକ୍‌ଅପ୍ ଖବର ଭିତରେ ଅର୍ଜୁନ କପୁରଙ୍କ ଜୀବନରେ ନୂଆ ନାୟିକା ଏଣ୍ଟ୍ରୀ!

ସୋସିଆଲ ମିଡିଆ ସେନ୍‌ସେସ୍ କୁଶା କପିଲା ଅଭିନୟ ଜଗତରେ ପ୍ରବେଶ କରିଛନ୍ତି। ଏହି ଅଭିନେତ୍ରୀ ଭୂମି ପେଡନେକରଙ୍କ 'ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍', ଶିଳ୍ପା ଶେଟ୍ଟୀଙ୍କ 'ସୁଖୀ' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି। ବଲିଉଡ୍‌ ଡେବ୍ୟୁ ପରେ କୁଶା କପିଲା କ୍ରମାଗତ ଭାବରେ ହେଡ୍‌ଲାଇନ୍‌ରେ ରହିଆସିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Kusha Kapila (@kushakapila)

ଗତ ବର୍ଷ ସ୍ୱାମୀ ଜୋରୱାର ସିଂହ ଅହଲୁୱାଲିଆଙ୍କଠାରୁ ଅଲଗା ହେବା ପରେ ଅଭିନେତ୍ରୀଙ୍କ ନାମ ଅର୍ଜୁନ କପୁରଙ୍କ ସହ ଜଡିତ ଥିଲା। ସେମାନଙ୍କ ଲିଙ୍କ୍‌ଅପ୍‌କୁ ନେଇ ଅନେକ ଆଲୋଚନା ହୋଇଥିଲା।

ବର୍ତ୍ତମାନ ଏହି ଲିଙ୍କ୍‌ଅପ୍ ଖବରକୁ ପ୍ରାୟ ଏକ ବର୍ଷ ବିତିଗଲାଣି ଏବଂ ଏକ ବର୍ଷ ପରେ ଅର୍ଜୁନ କପୁରଙ୍କ କାରଣରୁ କୁଶା କପିଲା ପୁଣି ଥରେ ଖବରରେ ଅଛନ୍ତି। ଏକ ନୂତନ ସାକ୍ଷାତକାରରେ ଅଭିନେତ୍ରୀଙ୍କୁ ଅର୍ଜୁନ ପାଇଁ ଏକ ଟ୍ୟାଗ୍ ଦେବାକୁ କୁହାଯାଇଥିଲା, ଯାହାର ଉତ୍ତରରେ ସେ ଅଭିନେତାଙ୍କୁ ତାଙ୍କ ସର୍‌ନେମ୍ 'କପୁର'ର ଟ୍ୟାଗ୍ ଦେଇଥିଲେ।

 
 
 
 
 
 
 
 
 
 
 
 
 
 
 

A post shared by Kusha Kapila (@kushakapila)

ସୂଚନାଯୋଗ୍ୟ ଯେ ଅର୍ଜୁନ କପୁର ଏବଂ କୁଶା କପିଲାଙ୍କ ଡେଟିଂ ଖବର ସେତେବେଳେ ବ୍ୟାପିବାକୁ ଲାଗିଲା ଯେତେବେଳେ ଏହି ଦୁଇ କଳାକାର କରଣ ଜୋହରଙ୍କ ଏକ ପାର୍ଟୀରେ ଏକାଠି ଦେଖିବାକୁ ମିଳିଥିଲେ। ଏହା ପରେ ଦୁହେଁ ଫରାହ ଖାନଙ୍କ ଏକ ଶୋ’ରେ ମଧ୍ୟ ଭାଗ ନେଇଥିଲେ।

ବର୍ତ୍ତମାନ କୁଶାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ, ଅଭିନେତ୍ରୀ ୨୦୧୭ ମସିହାରେ ଜୋରାଭରଙ୍କୁ ବିବାହ କରିଥିଲେ। ଦୁହେଁ ପ୍ରାୟତଃ ସୋସିଆଲ ମିଡିଆରେ ଏକାଠି ଭିଡିଓ ଶେୟାର କରୁଥିଲେ, କିନ୍ତୁ ଗତ ବର୍ଷ ଏହି ଯୋଡି ଅଲଗା ହୋଇଥିଲେ। କୁଶା ଏବଂ ଜୋରାଭରଙ୍କ ଛାଡପତ୍ର ଖବର ସେମାନଙ୍କ ପ୍ରଶଂସକଙ୍କୁ ବହୁତ ନିରାଶ କରିଥିଲା।

Kusha kapila gives arjun kapoor a hashtag amid dating rumorsକୁଶା ୨୦୧୭ ମସିହାରେ ଜୋରାଭରଙ୍କୁ ବିବାହ କରିଥିଲେ

ତେବେ ସୋସିଆଲ ମିଡିଆ ଷ୍ଟାର୍ କୁଶା କପିଲା ତାଙ୍କ କମେଡି ଭିଡିଓ ପାଇଁ ଖୁବ୍ ଜଣାଶୁଣା। ୨୦୨୦ ମସିହାରେ କୁଶା ଇନ୍‌ଫ୍ଲ୍ୟୁଏନ୍ସରରୁ ଜଣେ ଅଭିନେତ୍ରୀର ଯାତ୍ରା ଆରମ୍ଭ କରିଛନ୍ତି। ତାଙ୍କର ପ୍ରଥମ ଚଳଚ୍ଚିତ୍ର ଥିଲା ‘ଘୋଷ୍ଟ୍ ଷ୍ଟୋରିଜ୍’। ଏହା ପରେ ସେ ଅନେକ ଚଳଚ୍ଚିତ୍ର ଏବଂ ଧାରାବାହିକ ମାଧ୍ୟମରେ ନିଜର ପରିଚୟ ସୃଷ୍ଟି କରିଛନ୍ତି।

 
 
 
 
 
 
 
 
 
 
 
 
 
 
 

A post shared by Kusha Kapila (@kushakapila)

ଏହା ମଧ୍ୟ ଶୁଣାଯାଉଛି ଯେ ଆଜିକାଲି ମଲାଇକା ଆରୋରାଙ୍କ ସହ ଅର୍ଜୁନ କପୁରଙ୍କ ବ୍ରେକ୍‌ଅପ୍ ହେବାର ଅଛି। କୁହାଯାଉଛି ଯେ ଉଭୟ ଅଲଗା ହୋଇଯାଇଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ମଲାଇକା କିମ୍ବା ଅର୍ଜୁନ ସେମାନଙ୍କ ବ୍ରେକ୍‌ଅପ୍ ଖବରକୁ ଅଫିସିଆଲ୍ କରିନାହାଁନ୍ତି।