‘ମସ୍କୋ ଆତଙ୍କବାଦୀ ଆକ୍ରମଣ ପଛରେ ୟୁକ୍ରେନ’; ଅଭିଯୋଗ ଆଣିଲେ ରାଷ୍ଟ୍ରପତି ପୁଟିନ୍

ମସ୍କୋ: ଋଷ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ସେହିପରି ଶତାଧିକ ଆହତ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଛି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସେପଟେ ଯାଞ୍ଚ ଏଜେନ୍ସି ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରିଛି । ମସ୍କୋ ଆତଙ୍କବାଦୀ ଘଟଣାକୁ ନେଇ ୟୁକ୍ରେନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ହମାଲରେ ୟୁକ୍ରେନର ହାତ ଥିବା ରାଷ୍ଟ୍ରପତି ପୁଟିନ୍ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୀବ୍ ଋଷର ଅଭିଯୋଗରୁ ଖଣ୍ଡନ କରିଛି । ତେବେ କନସର୍ଟ ହଲ୍ ଆତଙ୍କୀ ଆକ୍ରମଣ ଘଟଣାକୁ ଆଇଏସ୍-ଖୋରାସାନ୍ ନିଜ ଉପରକୁ ନେଇଛି ।   ଶୁକ୍ରବାର ମସ୍କୋ କନସର୍ଟ ହଲରେ ଗୁଳିକାଣ୍ଡ ହୋଇଥିଲା । ୪ରୁ ୫ଜଣ ଆତଙ୍କବାଦୀ ଅତର୍କିତ ଭାବେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଋଷ୍ ଯାଞ୍ଚ ଏଜେନ୍ସିର ରିପୋର୍ଟ ମୁତାବକ ଏହି ଆତ୍ମଘାତୀ ହମଲାରେ ବର୍ତ୍ତମାନ ସୁଦ୍ଧା ୧୪୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଶତାଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ତଦନ୍ତ ବେଳେ କନସର୍ଟ ହଲ ଶୋଚାଳୟରୁ ୨୮ଜଣଙ୍କ ମୃତଦେହ ଜବତ କରିଛି ଯାଞ୍ଚ ଏଜେନ୍ସି ।  ବର୍ତ୍ତମାନ ସୁଦ୍ଧା ୧୩୩ଜଣଙ୍କ ଶବ ଚିହ୍ନଟ ହୋଇଛି । ୧୦୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।   ଏହି ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଭ୍ଲାଦିମ

‘ମସ୍କୋ ଆତଙ୍କବାଦୀ ଆକ୍ରମଣ ପଛରେ ୟୁକ୍ରେନ’; ଅଭିଯୋଗ ଆଣିଲେ ରାଷ୍ଟ୍ରପତି ପୁଟିନ୍

ମସ୍କୋ: ଋଷ୍ ଆତଙ୍କବାଦୀ ଆକ୍ରମଣ ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୩କୁ ବୃଦ୍ଧି ପାଇଛି । ସେହିପରି ଶତାଧିକ ଆହତ ଏବେବି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । କିଛି ଗୁରୁତରଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସେପଟେ ଯାଞ୍ଚ ଏଜେନ୍ସି ଏହି ଘଟଣାରେ ୧୧ଜଣଙ୍କୁ ଗିରଫ କରିଛି । ମସ୍କୋ ଆତଙ୍କବାଦୀ ଘଟଣାକୁ ନେଇ ୟୁକ୍ରେନ ଉପରକୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ଏହି ହମାଲରେ ୟୁକ୍ରେନର ହାତ ଥିବା ରାଷ୍ଟ୍ରପତି ପୁଟିନ୍ ଅଭିଯୋଗ କରିଛନ୍ତି। ଅନ୍ୟପଟେ କୀବ୍ ଋଷର ଅଭିଯୋଗରୁ ଖଣ୍ଡନ କରିଛି । ତେବେ କନସର୍ଟ ହଲ୍ ଆତଙ୍କୀ ଆକ୍ରମଣ ଘଟଣାକୁ ଆଇଏସ୍-ଖୋରାସାନ୍ ନିଜ ଉପରକୁ ନେଇଛି ।   

ଶୁକ୍ରବାର ମସ୍କୋ କନସର୍ଟ ହଲରେ ଗୁଳିକାଣ୍ଡ ହୋଇଥିଲା । ୪ରୁ ୫ଜଣ ଆତଙ୍କବାଦୀ ଅତର୍କିତ ଭାବେ ଲୋକଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ଋଷ୍ ଯାଞ୍ଚ ଏଜେନ୍ସିର ରିପୋର୍ଟ ମୁତାବକ ଏହି ଆତ୍ମଘାତୀ ହମଲାରେ ବର୍ତ୍ତମାନ ସୁଦ୍ଧା ୧୪୩ଜଣ ପ୍ରାଣ ହରାଇଛନ୍ତି । ସେହିପରି ଶତାଧିକ ଲୋକ ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସେହିପରି ତଦନ୍ତ ବେଳେ କନସର୍ଟ ହଲ ଶୋଚାଳୟରୁ ୨୮ଜଣଙ୍କ ମୃତଦେହ ଜବତ କରିଛି ଯାଞ୍ଚ ଏଜେନ୍ସି ।  ବର୍ତ୍ତମାନ ସୁଦ୍ଧା ୧୩୩ଜଣଙ୍କ ଶବ ଚିହ୍ନଟ ହୋଇଛି । ୧୦୭ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।   

ଏହି ଘଟଣାକୁ ନେଇ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି । ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମାର୍ଚ୍ଚ ୨୪ ତାରିଖକୁ ଦିନିକିଆ ଶୋକ ଦିବସ ପାଳନ ପାଇଁ ଘୋଷଣା କରିଛନ୍ତି । ଏହାଛଡ଼ା ଆକ୍ରମଣକାରୀ ୟୁକ୍ରେନ ସୀମା ଆଡେ ଯାଉଥିବାର ଦେଖିବାକୁ ମିଳିଛି । ସେମାନଙ୍କ ଶୀଘ୍ର ଗିରଫ କରାଯିବ ବୋଲି ପୁଟିନ୍ କହିଛନ୍ତି ।