ମସ୍କୋରେ ବିମାନ ଦୁର୍ଘଟଣା, ପାଇଲଟ ସମେତ ୪ ମୃତ
ମସ୍କୋ ୨୮।୬: ଋଷିଆ ମସ୍କୋ କ୍ଷେତ୍ରର କୋଲୋମ୍ନା ରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନରେ ଥିବା ସବୁ ଯାତ୍ରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ହାଲୁକା ଟ୍ରେନିଙ୍ଗ ବିମାନ ଥିଲା। ଏଥିରେ ପ୍ରଶିକ୍ଷଣାର୍ଥୀଙ୍କ ସହିତ ୪ ଜଣ ଚାଳକ ଦଳ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। କୁହାଯାଉଛି ୟାକୋଭଲେଭ ୟାକ୍-୧୮ଟି ବିମାନଟି ଆକାଶରେ ଏରୋବେଟିକ୍ସ କରୁଥିବା ବେଳେ କ୍ରାସ୍ ହୋଇଯାଇଛି। ଇଞ୍ଜିନରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଫଳରେ ବିମାନଟି ଏକ ଚାଷ ଜମିରେ ଖସିପଡିଥିବା ବେଳେ ଜଳି ଯାଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିମାନର ଉଡାଣ ଅନୁମତି ନଥିଲା। ଏହା ସତ୍ତ୍ୱେ ବିମାନଟି ଉଡାଣ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଛି। ଏବେ ଏହି ଦୁର୍ଘଟଣାର ଯାଞ୍ଚ କରାଯାଉଛି। ଏହି ଦୁର୍ଘଟଣା ପାଇଁ ଦାୟି କିଏ ତାହା ତଦନ୍ତ କରାଯାଉଥିବା କୁହାଯାଇଛି। ୟାକୋଭଲେଭ ୟାକ୍ ୧୮-ଟି ଏକ ଫୋର ସିଟର ସିଙ୍ଗଲ ଇଞ୍ଜିନ ବିମାନ। ସୋଭିଏତ ସଂଘ କାଳରେ ୧୯୬୦ ମସିହାରେ ଏହି ବିମାନ ତିଆରି ହୋଇଥିଲା। ଏପରି ବିମାନଙ୍କୁ ଖାସ କରି ନୂଆ ପାଇଲଟଙ୍କୁ ଟ୍ରେନିଂ ଦେବା ପାଇଁ ତିଆରି କରାଯାଇଥିଲା। ଏହି ବିମାନ ଟ୍ରେନିଂ ଉଡାଣ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।
ମସ୍କୋ ୨୮।୬: ଋଷିଆ ମସ୍କୋ କ୍ଷେତ୍ରର କୋଲୋମ୍ନା ରେ ଏକ ବିମାନ ଦୁର୍ଘଟଣା ଘଟିଛି। ଫଳରେ ବିମାନରେ ଥିବା ସବୁ ଯାତ୍ରୀ ପ୍ରାଣ ହରାଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣାଗ୍ରସ୍ତ ବିମାନଟି ଏକ ହାଲୁକା ଟ୍ରେନିଙ୍ଗ ବିମାନ ଥିଲା। ଏଥିରେ ପ୍ରଶିକ୍ଷଣାର୍ଥୀଙ୍କ ସହିତ ୪ ଜଣ ଚାଳକ ଦଳ ସଦସ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତେ ପ୍ରାଣ ହରାଇଛନ୍ତି। କୁହାଯାଉଛି ୟାକୋଭଲେଭ ୟାକ୍-୧୮ଟି ବିମାନଟି ଆକାଶରେ ଏରୋବେଟିକ୍ସ କରୁଥିବା ବେଳେ କ୍ରାସ୍ ହୋଇଯାଇଛି।
ଇଞ୍ଜିନରେ ତ୍ରୁଟି ଯୋଗୁ ଏହି ଦୁର୍ଘଟଣା ଘଟିଛି। ଫଳରେ ବିମାନଟି ଏକ ଚାଷ ଜମିରେ ଖସିପଡିଥିବା ବେଳେ ଜଳି ଯାଇଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ବିମାନର ଉଡାଣ ଅନୁମତି ନଥିଲା। ଏହା ସତ୍ତ୍ୱେ ବିମାନଟି ଉଡାଣ କରୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇ ଜଳି ଯାଇଛି। ଏବେ ଏହି ଦୁର୍ଘଟଣାର ଯାଞ୍ଚ କରାଯାଉଛି। ଏହି ଦୁର୍ଘଟଣା ପାଇଁ ଦାୟି କିଏ ତାହା ତଦନ୍ତ କରାଯାଉଥିବା କୁହାଯାଇଛି।
ୟାକୋଭଲେଭ ୟାକ୍ ୧୮-ଟି ଏକ ଫୋର ସିଟର ସିଙ୍ଗଲ ଇଞ୍ଜିନ ବିମାନ। ସୋଭିଏତ ସଂଘ କାଳରେ ୧୯୬୦ ମସିହାରେ ଏହି ବିମାନ ତିଆରି ହୋଇଥିଲା। ଏପରି ବିମାନଙ୍କୁ ଖାସ କରି ନୂଆ ପାଇଲଟଙ୍କୁ ଟ୍ରେନିଂ ଦେବା ପାଇଁ ତିଆରି କରାଯାଇଥିଲା। ଏହି ବିମାନ ଟ୍ରେନିଂ ଉଡାଣ କାଳରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଛି।